Videos
|
Sports

Virat Kohli Ranchi Arrival / ଦିନିକିଆ ସିରିଜ୍‌ ପାଇଁ ଧୋନିଙ୍କ ସହରରେ ପହଞ୍ଚିଲେ କୋହଲି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଦିନିକିଆ ସିରିଜ୍‌ ପାଇଁ ଧୋନିଙ୍କ ସହରରେ ପହଞ୍ଚିଲେ କୋହଲି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

Key Points

ଧୋନିଙ୍କ ସହର ରାଞ୍ଚିରେ ପହଞ୍ଚିଲେ ବିରାଟ କୋହଲି
ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ନଭେମ୍ବର ୩୦ରେ ଖେଳାଯିବ ପ୍ରଥମ ମ୍ୟାଚ୍
ଟେଷ୍ଟ ସିରିଜ ଶେଷ ହେବା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭେମ୍ବର ୩୦ ତାରିଖରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜ୍‌ ଖେଳିବା ପାଇଁ ଲଣ୍ଡନରୁ ଭାରତ ଫେରିଛନ୍ତି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏଥିପାଇଁ ବୁଧବାର କୋହଲି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିରେ ପହଞ୍ଚିଛନ୍ତି । ଯେଉଁଠାରେ ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ । ଏମିତିକି ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କ୍ରିକେଟର ସୌରଭ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ।

ରାଞ୍ଚିରେ ବିରାଟ କୋହଲିଙ୍କୁ ସ୍ୱାଗତ

ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେଇଥିବା ବିରାଟ କୋହଲି ଏବେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ୩୭ ବର୍ଷୀୟ କୋହଲି ମଙ୍ଗଳବାର ଲଣ୍ଡନରୁ ଭାରତ ଫେରି ବୁଧବାର ରାଞ୍ଚିରେ ପହଞ୍ଚିଥିଲେ । ରାଞ୍ଚିରେ ପହଞ୍ଚିବା ପରେ କିଙ୍ଗ୍‌ କୋହଲିଙ୍କୁ ସ୍ୱାଗତ କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ବିରାଟଙ୍କ ସହ ପୂର୍ବତନ ଭାରତୀୟ ଖେଳାଳି ସୌରଭ ତିୱାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯିଏ ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଆସିଥିଲେ। ସୌରଭ ଝାଡ଼ଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳିଛନ୍ତି ଏବଂ ୨୦୦୮ ମସିହାରେ ବିରାଟଙ୍କ ସହ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ ଦଳରେ ଖେଳିଛନ୍ତି । ତିୱାରୀ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ RCB ଦଳ ପାଇଁ ମଧ୍ୟ ଖେଳିଥିଲେ।

ଟେଷ୍ଟ ସିରିଜରେ ୨-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ଏବେ ଦିନିକିଆ ସିରିଜ୍ ଜିତିବା ଉପରେ ଧ୍ୟାନ ଦେଇଛି। ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ ତାରିଖରେ ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ବିରାଟଙ୍କ ସହିତ ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ତିଲକ ବର୍ମା ଏବଂ ହର୍ଷିତ ରାଣାଙ୍କ ଭଳି ଅନେକ ଖେଳାଳି ରାଞ୍ଚିରେ ପହଞ୍ଚିସାରିଛନ୍ତି। ରୋହିତ ଶର୍ମା ବୁଧବାର ସନ୍ଧ୍ୟା ସୁଦ୍ଧା ରାଞ୍ଚିରେ ପହଞ୍ଚିବେ। ଗୌହାଟୀ ଟେଷ୍ଟରେ ସାମିଲ ଥିବା ବାକି ଖେଳାଳିମାନେ ଗୁରୁବାର ଏବଂ ଶୁକ୍ରବାର ରାଞ୍ଚିରେ ପହଞ୍ଚିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ ଯେ ବିରାଟ ଏବଂ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଶଂସକମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେମାନଙ୍କଠାରୁ ଦୃଢ଼ ପ୍ରଦର୍ଶନ ଆଶା କରିବେ । ଭାରତ ଶେଷ ଥର ପାଇଁ ଗତ ବର୍ଷ ଫେବୃଆରୀରେ ରାଞ୍ଚିରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲା । ଯେଉଁଠାରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ସୂଚୀ

ପ୍ରଥମ ମ୍ୟାଚ୍: ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ମ୍ୟାଚ୍: ଡିସେମ୍ବର ୩, ରାୟପୁର
ତୃତୀୟ ମ୍ୟାଚ୍: ଡିସେମ୍ବର ୬, ବିଶାଖାପାଟଣା

Related Topics

Explore more stories