Virat Kohli Biopic / ଦିନେ ଏକାଠି ଖେଳୁଥିଲେ, ଏବେ କୋହଲିଙ୍କ ବାୟୋପିକ୍ରେ ଅଭିନୟ କରିବାକୁ ଚାହୁଁଛନ୍ତି ଏହି ଅଭିନେତା
·4 months ago·2 min read

Key Points
କ୍ରିକେଟ ପଡ଼ିଆରୁ ବଲିଉଡ୍ ପର୍ଯ୍ୟନ୍ତ
କୋହଲି ବାୟୋପିକ୍ ନେଇ ଚର୍ଚ୍ଚା
କୋହଲିଙ୍କ ଭୂମିକା କରିବାକୁ ଏହି ଅଭିନେତାଙ୍କ ଇଚ୍ଛା
କୋହଲି ବାୟୋପିକ୍ ନେଇ ଚର୍ଚ୍ଚା
କୋହଲିଙ୍କ ଭୂମିକା କରିବାକୁ ଏହି ଅଭିନେତାଙ୍କ ଇଚ୍ଛା
ବଲିଉଡ ଏବଂ କ୍ରିକେଟର ଏକ ପୁରୁଣା ସମ୍ପର୍କ ରହିଛି । ଦର୍ଶକମାନେ ସବୁବେଳେ ବଡ଼ ପରଦାରେ କ୍ରିକେଟରଙ୍କ କାହାଣୀକୁ ପସନ୍ଦ କରିଆସିଛନ୍ତି । ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ବାୟୋପିକ୍ ମଧ୍ୟ ନିର୍ମାଣ ଚାଲିଛି । ଏହାରି ମଧ୍ୟରେ '୮୩' ଚଳଚ୍ଚିତ୍ରରେ ମୋହିନ୍ଦର ଅମରନାଥଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସାକିବ ସଲିମ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିରାଟ କୋହଲିଙ୍କ ବାୟୋପିକ୍ରେ ସେ ଅଭିୟନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଏକ ସାକ୍ଷାତକାର ସମୟରେ ସାକିବ ସ୍ପଷ୍ଟ କରିଥିଲେ ଯେ ଯଦି ବିରାଟ କୋହଲିଙ୍କ ଉପରେ କେବେ ଏକ ଚଳଚ୍ଚିତ୍ର ନିର୍ମିତ ହୁଏ, ତେବେ ସେ ସେହି ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ।
ଜାତୀୟ ଗଣମାଧ୍ୟମରେ ଏକ ଆଲୋଚନାରେ ସାକିବ ସଲିମ କ୍ରିକେଟ ପ୍ରତି ତାଙ୍କର ଗଭୀର ଆଗ୍ରହ ପ୍ରକାଶ କରିଥିଲେ । ସେ କହିଥିଲେ, "ମୋର କ୍ରିକେଟରେ ବହୁତ ଆଗ୍ରହ ଅଛି । ମୁଁ ପିଲାଦିନରୁ କ୍ରିକେଟ ଖେଳୁଛି ଏବଂ ଏହାକୁ ଭଲ ଭାବରେ ବୁଝେ।" ସାକ୍ଷାତକାର ସମୟରେ, ଯେତେବେଳେ ସାକିବଙ୍କୁ ପଚରାଗଲା ଯେ ସେ କାହାର ବାୟୋପିକ୍ କରିବାକୁ ଚାହାଁନ୍ତି, ସେ ସିଧାସଳଖ ବିରାଟ କୋହଲିଙ୍କ ନାମ ନେଇଥିଲେ ।
ସାକିବ କହିଥିଲେ ଯେ ଯେତେବେଳେ ସେ ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL) ସମୟରେ ତାଙ୍କ ବ୍ୟାଟିଂର ଭିଡିଓ ପୋଷ୍ଟ କରିଥିଲେ, ପ୍ରଶଂସକମାନେ ତାଙ୍କ ଭିଡିଓରେ ବହୁତ ସାରା କମେଣ୍ଟ ଦେଇଥିଲେ । ଅନେକ ଲୋକ ଲେଖିଥିଲେ ଯେ ସାକିବ ବିରାଟ କୋହଲିଙ୍କ ବାୟୋପିକରେ ଅଭିନୟ କରିବା ଉଚିତ । ଅଭିନେତାଙ୍କ ଅନୁଯାୟୀ, ଲୋକମାନେ ଅନୁଭବ କରନ୍ତି ଯେ ତାଙ୍କର ଖେଳିବା ଶୈଳୀ ଏବଂ ଆଗ୍ରହ ବିରାଟଙ୍କ ସହିତ ପ୍ରାୟତଃ ସମାନ ।
ବାୟୋପିକ୍ ପାଇଁ ତାଙ୍କର ପ୍ରସ୍ତୁତି ଏବଂ ନିଜର ଇଚ୍ଛା ବିଷୟରେ କଥାବାର୍ତ୍ତା କରିବା ସମୟରେ ସାକିବ୍ ବହୁତ ଉତ୍ସାହିତ ଦେଖାଯାଉଥିଲେ । ସେ ମଜା କରି କହିଥିଲେ, "ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଁ କେବେ ମନା କରିଥିଲି ? ଯଦି ବିରାଟ କୋହଲିଙ୍କ ବାୟୋପିକ୍ ତିଆରି ହୁଏ, ତେବେ ମୁଁ ତାହା କରିବାକୁ ଖୁସି ହେବି ।" ତଥାପି, ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ଏବେ ସବୁକିଛି ବାୟୋପିକ୍ ହେଉଥିବା ବ୍ୟକ୍ତି (ବିରାଟ କୋହଲି) ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାକିବ୍ ତାଙ୍କ ପିଲାଦିନେ ଜଣେ ରାଜ୍ୟସ୍ତରୀୟ କ୍ରିକେଟର ଥିଲେ । ବହୁତ କମ୍ ଲୋକ ଜାଣିଥିବେ ଯେ ସାକିବ୍ ଜମ୍ମୁ ଏବଂ କାଶ୍ମୀର ଦଳ ପାଇଁ ଖେଳିଥିଲେ । ଦିଲ୍ଲୀର ବାସିନ୍ଦା ସାକିବ୍ କ୍ରିକେଟ୍ ପଡ଼ିଆରେ ବିରାଟ କୋହଲିଙ୍କ ସହିତ ମଧ୍ୟ ଖେଳିଛନ୍ତି । ସାକିବ୍ ସଲିମ୍ ପ୍ରଖ୍ୟାତ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ । ଅନେକ ବିଶ୍ୱାସ କରନ୍ତି ଯେ ସାକିବ୍ "ଦିଶୁମ୍" ଚଳଚ୍ଚିତ୍ରରେ ବିରାଟ କୋହଲିଙ୍କ ଦ୍ୱାରା ଅନୁପ୍ରାଣିତ ଏକ ଚରିତ୍ରରେ ଅଭିନୟ କରିଥିଲେ, ଯେଉଁଠାରେ ତାଙ୍କ ନାମ ବିରାଜ ଶର୍ମା ଥିଲା ।
Related Topics
Explore more stories