Virat Kohli Bollywood / କ୍ରିକେଟ୍ ଛାଡ଼ି ବଲିଉଡ୍ରେ ଡେବ୍ୟୁ କରିବେ ବିରାଟ କୋହଲି ? ରାହୁଲ ଦ୍ରାବିଡ଼ଙ୍କ ବଡ଼ ଖୁଲାସା
·1 hour ago·3 min read

Key Points
ବିରାଟ କୋହଲିଙ୍କ ବଲିଉଡ୍ ଏଣ୍ଟ୍ରି !
ରାହୁଲ ଦ୍ରାବିଡ଼ କହିଦେଲେ ବଡ଼ କଥା
ବିରାଟଙ୍କ ଭିତରେ ଲୁଚିଛି ଅଭିନେତା !
ରାହୁଲ ଦ୍ରାବିଡ଼ କହିଦେଲେ ବଡ଼ କଥା
ବିରାଟଙ୍କ ଭିତରେ ଲୁଚିଛି ଅଭିନେତା !
ବ୍ୟାଟ୍ ଧରିଲେ ସାମ୍ନାରେ ଥିବା ବୋଲରଙ୍କ ନିଦ ହଜାଇ ଦିଅନ୍ତି, ଆଉ କ୍ୟାମେରା ସାମ୍ନାକୁ ଆସିଲେ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କ୍ରିକେଟ୍ ମଇଦାନରେ ରେକର୍ଡ ପରେ ରେକର୍ଡ କରିଥିବା ‘କିଙ୍ଗ୍ କୋହଲି’ ଏବେ କ’ଣ ବଲିଉଡ୍ରେ ଡେବ୍ୟୁ କରିବେ କି ? ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଏହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଛି ରାହୁଲ ଦ୍ରାବିଡଙ୍କ ଏକ ବୟାନ ।
ବିରାଟ କୋହଲିଙ୍କ ନାଁ କେବଳ ଭାରତରେ ନୁହେଁ, ବିଶ୍ୱର ମହାନ କ୍ରିକେଟରମାନଙ୍କ ମଧ୍ୟରେ ନିଆଯାଏ । କ୍ରିକେଟ୍ ପଡ଼ିଆରେ ପାଦ ରଖିବା ମାତ୍ରେ ତାଙ୍କ ବ୍ୟାଟ୍ରୁ ବଡ଼ ଧମାକା ଦେଖିବାକୁ ମିଳେ । ତେବେ କ୍ରିକେଟ୍ରେ ଶୀର୍ଷ ସଫଳତା ହାସଲ କରିବା ପରେ କ’ଣ ବିରାଟ ବଲିଉଡ୍ରେ ପାଦ ରଖିବେ ? ଏହି ଚର୍ଚ୍ଚିତ ପ୍ରଶ୍ନର ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ।
ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ରାହୁଲ ଦ୍ରାବିଡଙ୍କୁ ପଚରାଯାଇଥିଲା—ତାଙ୍କ ଟିମ୍ରୁ କିଏ ସବୁଠାରୁ ଭଲ ବଲିଉଡ୍ ଅଭିନେତା ହୋଇପାରିବେ ? ଏହି ସମୟରେ ଉପସ୍ଥିତ ଥିବା ଅଭିଷେକ ବଚ୍ଚନ ମଧ୍ୟ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ଅନେକ କ୍ରିକେଟର ଅଭିନୟ ଦୁନିଆରେ ଭାଗ୍ୟ ପରୀକ୍ଷା କରିସାରିଛନ୍ତି ।
ଏହାର ଉତ୍ତରରେ ଦ୍ରାବିଡ୍ କହିଥିଲେ ଯେ ସୁନୀଲ ଗାଭାସ୍କର ଅଭିନୟ କରିବାକୁ ଚେଷ୍ଟା କରିଥିଲେ । ସୟଦ କିରମାନୀ ମଧ୍ୟ ଅଭିନୟ କ୍ଷେତ୍ରରେ ପାଦ ରଖିଥିଲେ, ହେଲେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା । ଅଜୟ ଜାଡେଜା ମଧ୍ୟ ଗୋଟିଏ ଫିଲ୍ମରେ କାମ କରିଥିଲେ ।
ଯେତେବେଳେ ଦ୍ରାବିଡଙ୍କୁ ପଚରାଗଲା ଯେ ସେ ନିଜେ କେବେ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବେ କି, ସେ ହସି କହିଥିଲେ, “ନା । ମୋର ଶକ୍ତି କ’ଣ ମୁଁ ଜାଣେ । ମୁଁ ନିଜକୁ ବୋକା ବନାଇବାକୁ ଚାହେଁନି ।”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କିଛି ସମୟ ଭାବିବା ପରେ ଦ୍ରାବିଡ୍ ବିରାଟ କୋହଲିଙ୍କ ନାଁ ନେଇଥିଲେ । ସେ କହିଥିଲେ ଯେ ବିରାଟ ଅନ୍ୟ ଲୋକଙ୍କ ନକଲ ବେଶ ଭଲ ଭାବେ କରନ୍ତି । ସେ ଲୋକଙ୍କ ହାବଭାବ ଓ ଅନୁକରଣ ବହୁତ ଭଲ ଭାବରେ କରିପାରନ୍ତି ।
ଦ୍ରାବିଡ୍ ଆହୁରି କହିଥିଲେ ଯେ ଏବେ ବିରାଟ ଏପରି କମ୍ କରନ୍ତି, କିନ୍ତୁ ସେ ମନେ ପକାଇଛନ୍ତି ଯେ ବିରାଟ ଯେତେବେଳେ ଟିମ୍ରେ ନୂଆ ଯୁବ ଖେଳାଳି ଭାବେ ଆସିଥିଲେ ଏବଂ ଦଳରେ ଅନେକ ସିନିୟର ଖେଳାଳି ଥିଲେ, ସେତେବେଳେ ବିରାଟଙ୍କ ମିମିକ୍ରି କରିବାର କୌଶଳ ଚମତ୍କାର ଥିଲା । ଏହା ସହ ସେ ଅନେକ ବିଜ୍ଞାପନରେ ମଧ୍ୟ କାମ କରିସାରିଛନ୍ତି । ତେଣୁ କ୍ୟାମେରା ସାମ୍ନାରେ ବିରାଟ ବେଶ୍ ଅଭିଜ୍ଞ ହୋଇସାରିଛନ୍ତି ବୋଲି ଦ୍ରାବିଡ୍ ଇଙ୍ଗିତ ଦେଇଥିଲେ ।
ଏହାପରେ ହୋଷ୍ଟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ କଥା ଉଠାଇ କହିଥିଲେ ଯେ ଅନୁଷ୍କା ବିରାଟଙ୍କୁ ଅଭିନୟର କିଛି ଟିପ୍ସ ଦେଇପାରନ୍ତି । ଉଲ୍ଲେଖଯୋଗ୍ୟ, ବିରାଟ ଓ ଅନୁଷ୍କାଙ୍କ ପ୍ରଥମ ସାକ୍ଷାତ ମଧ୍ୟ ଏକ ବିଜ୍ଞାପନର ସୁଟିଂ ସେଟ୍ରେ ହୋଇଥିଲା । ଏହାପରେ ବିରାଟ ଅନେକ ବିଜ୍ଞାପନରେ ନଜର ଆସିଛନ୍ତି ।
ଏହା ପୂର୍ବରୁ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା ମଧ୍ୟ ଏକ ସାକ୍ଷାତକାରରେ ବିରାଟଙ୍କ ବଲିଉଡ୍ କ୍ୟାରିୟରର ସମ୍ଭାବନା ନେଇ ମତ ରଖିଥିଲେ । ତାଙ୍କ ମତରେ, ବିରାଟ ଏବେଠାରୁ ହିଁ ଜଣେ ଭଲ ଅଭିନେତା । ଦିଲ୍ଲୀରେ ବଢ଼ିଥିବା ଏବଂ ପଞ୍ଜାବୀ ପରିବାରରୁ ଆସିଥିବା ବିରାଟ ଜୀବନର ଅନେକ ଅନୁଭୂତି ଦେଖିଛନ୍ତି । ସଫଳତାକୁ ମଧ୍ୟ ସେ ବେଶ୍ ସୁନ୍ଦର ଭାବରେ ସମ୍ଭାଳିଛନ୍ତି ।
ତେବେ ବିରାଟ କୋହଲି ବାସ୍ତବରେ ବଲିଉଡ୍ରେ ପାଦ ରଖିବେ କି ନାହିଁ, ତାହା ଭବିଷ୍ୟତ ହିଁ କହିବ । କିନ୍ତୁ ଯଦି ବିରାଟ ବଡ଼ ପରଦାରେ ଏଣ୍ଟ୍ରି କରନ୍ତି, ତେବେ କ୍ରିକେଟ୍ ପରେ ଅଭିନୟରେ ମଧ୍ୟ ଅନେକ ଷ୍ଟାରଙ୍କୁ ‘କ୍ଲିନ୍ ବୋଲ୍ଡ’ କରିବାର କ୍ଷମତା ତାଙ୍କ ପାଖରେ ନିଶ୍ଚିତ ରହିଛି ।

Related Topics
Explore more stories