Virat Kohli / ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ୨୦ ଥର ହାତେଇଲେ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର
·9 months ago·2 min read

Key Points
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ରେକର୍ଡର ପାହାଡ
ସଚିନଙ୍କୁ ଟପିଲେ ବିରାଟ କୋହଲି
ସଚିନଙ୍କୁ ଟପିଲେ ବିରାଟ କୋହଲି
ପୁଣି ଟପ୍ରେ ରହିଲେ କ୍ରିକେଟର ବିରାଟ କୋହଲି। ସଚିନଙ୍କୁ ପଛରେ ପକାଇଲେ କିଙ୍ଗ କୋହଲି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ଟିକିଆ ଓଡିଆଇ ସିରିଜରେ ବାଜିମାତ କରିଛି ଟିମ୍ ଇଣ୍ଡିଆ । ଦଳ ୨-୧ରେ ସିରିଜ୍ ଜିତିନେଇଛି । କୋହଲି ସିରିଜରେ ୧୫୧ ଆଭରେଜରେ ୩୦୨ ରନ୍ କରିଥିଲେ । ଏଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି । ଏହାସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ଥର ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ପାଇଥିବା ଖେଳାଳି ହୋଇପାରିଛନ୍ତି । କୋହଲି ୨୦ ଥର ଏହି ଟ୍ରଫି ହାତେଇଛନ୍ତି । ତାଙ୍କ ପଛରେ ସଚିନ ତେନ୍ଦୁଲକର ଅଛନ୍ତି । ଯିଏକି ୧୯ ଥର ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଥିଲେ ।
ଏହାଛଡା ଦିନିକିଆ କ୍ରିକେଟରେ ନବମ ଥର ପାଇଁ ବିରାଟ ୪ ବା ୪ରୁ ଅଧିକ ମୁକାବିଲାରେ ଲଗାତାର ୫୦ କିମ୍ବା ୫୦ରୁ ଅଧିକ ରନ୍ କରିଛନ୍ତି । ତାଙ୍କ ପଛକୁ କୁମାର ସାଙ୍ଗକରା ଏବଂ କେନ୍ ଓ୍ୱିଲମସନ୍ ଅଛନ୍ତି । ସେହିପରି ୨୦୧୯ ବିଶ୍ୱକପ୍ ପରେ ଭାରତ ଘରୋଇ ମାଟିରେ ୧୧ରୁ ୧୦ଟି ଦିନିକିଆ ସିରିଜ୍ ନିଜ ନାଁରେ କରିଛି । ଖାଲି ଏତିକି ନୁହେଁ ତିନିଟିକିଆ ଦିନିକିଆ ସିରିଜରେ ସର୍ବାଧିକ ଛକା ମାରିବ ରେକର୍ଡ ମଧ୍ୟ ଭାରତ କରିଛି । ଦଳ ଗତ ସିରିଜରେ ୬୩ ଟି ଛକା ମାରିଛି । ସେହିପରି ସର୍ବାଧିକ ଛକାର ରେକର୍ଡ ମଧ୍ୟ ଭାରତ ନାଁରେ ରହିଛି ।
ଏହାସହ ଟେଷ୍ଟ୍ ସିରିଜର ପ୍ରତିଶୋଧ ନେଇଛି । ତେବେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଦମଦାର ବ୍ୟାଟିଂ କରିଥିଲେ ବିରାଟ କୋହଲି । ତାଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଟ୍ରଫି ମିଳିଛି । ସେ ତିନୋଟି ମ୍ୟାଚରେ ୩୦୦ରୁ ଅଧିକ ରନ୍ ସ୍କୋର କରିଛନ୍ତି । ଖାଲି ଏତିକି ନୁହେଁ ସିରିଜରେ ସେ ଅନେକ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ସେହିପରି କେବଳ ଦିନିକିଆରେ ଅଧିକ ଥର ମ୍ୟାନ୍ ଅଫ ଦି ସିରିଜ୍ ପୁରସ୍କାର ପାଇବାରେ କୋହଲି ୩ ନମ୍ବରରେ ଅଛନ୍ତି । ତାଙ୍କ ଆଗରେ, ଶ୍ରୀଲଙ୍କାର ସନତ ଜୟସୂର୍ଯ୍ୟା ଏବଂ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ସୀମାଞ୍ଚଳମ ମନ୍ଦିରରେ ବିରାଟ କୋହଲି, ଦିନିକିଆ ସିରିଜ୍ ପରେ ନେଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ବିଶାଖାପାଟଣା ଦିନିକିଆରେ ପ୍ରଥମ ଦୁଇଟି ଓ୍ୱିକେଟରେ ଶତକୀୟ ପାର୍ଟନରସିପ୍ ହୋଇଥିଲା । ପ୍ରଥମେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ୧୫୫ ରନ୍ ସଂଗ୍ରହ କରିଥିଲେ । ପରେ ବିରାଟ ଏବଂ ଜୟସ୍ୱାଲଙ୍କ ମଧ୍ୟରେ ୧୧୬ ରନର ପାର୍ଟନରସିପ୍ ହୋଇଥିଲା ।ଅନ୍ତର୍ଜାତୀୟ କ୍ରିକେଟରେ ଏପରି ତୃତୀୟ ଥର ପାଇଁ ହୋଇଛି ଯେତେବେଳେ ଭାରତର ପ୍ରଥମ ଦୁଇଟି ଯୋଡି ଶତକୀୟ ପାର୍ଟନରସିପ୍ କରିଛନ୍ତି । ବିଶାଖାପାଟଣାରେ କୋହଲି ୮ଟି ମୁକାବିଲାରେ ୬୫୨ ରନ୍ ସଂଗ୍ରହ କରିଛନ୍ତି । କୋହଲିଙ୍କ ବ୍ୟତୀତ ଦିନିକିଆ କ୍ରିକେଟରେ କୌଣସି ସମାନ ଷ୍ଟାଡିୟମରେ କେହି ବ୍ୟାଟର ଏତେ ଭଲ ଆଭରେଜରେ ରନ୍ କରିନାହାଁନ୍ତି । ଏବେସୁଦ୍ଧା ବିରାଟ ବିଶାଖପାଟଣାରେ ତିନୋଟି ଶତକ ସହ ତିନୋଟି ଅର୍ଧଶତକ ହାସଲ କରିଛନ୍ତି ।
ଆଉ ସିରିଜ୍ ଜିତାଇବା ପରେ ବିରାଟ ଶନିବାର ସୀମାଞ୍ଚଳମ ମନ୍ଦିରକୁ ଯାଇଥିଲେ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ । ସୀମାଞ୍ଚଳମ ମମନ୍ଦିରରେ ବିରାଟ କୋହଲିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଧଳା ଟି-ସାର୍ଟ ପିନ୍ଧି ମାଳା ଧରିଥିବା ଦେଖିବାକୁ ମିଳୁଛି । ଆଉ ଏକ ଭିଡିଓରେ ସେ ମନ୍ଦିରର ପରମ୍ପରା ଅନୁଯାୟୀ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories