Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Simhachalam / ସୀମାଞ୍ଚଳମ ମନ୍ଦିରରେ ବିରାଟ କୋହଲି, ଦିନିକିଆ ସିରିଜ୍‌ ପରେ ନେଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ସୀମାଞ୍ଚଳମ ମନ୍ଦିରରେ ବିରାଟ କୋହଲି, ଦିନିକିଆ ସିରିଜ୍‌ ପରେ ନେଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ
Virat Kohli

Key Points

ସିରିଜ୍‌ ଜିତିବା ପରେ ବିରାଟ କୋହଲିଙ୍କ ସୀମାଞ୍ଚଳମ ଦର୍ଶନ
ଭାଇରାଲ ହେଲା ଭିଡିଓ
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଦମଦାର ଫର୍ମରେ ଥିଲେ ବିରାଟ୍ କୋହଲି । ତିନୋଟି ମ୍ୟାଚ୍‌ରୁ ଦୁଇଟି ମ୍ୟାଚ୍‌ ଶତକ ଓ ଗୋଟିଏ ମ୍ୟାଚ୍‌ରେ ଅର୍ଦ୍ଧଶତକ ସେ ହାସଲ କରିଥିଲେ । ବିଶାଖାପାଟଣା ଦିନିକିଆରେ ଯଦି ଦକ୍ଷିଣ ଆଫ୍ରିକା ଯଦି ଆଉ ଅଧିକ ରନ୍‌ ଟାର୍ଗେଟ ଦେଇଥାନ୍ତା ତେବେ ବିରାଟ ଶତକ ମଧ୍ୟ ହାସଲ କରିପାରିଥାନ୍ତେ । ସେ ତୃତୀୟ ଦିନିକିଆରେ ୬୫ ରନର ଅପରାଜିତ ଇନିଂସ ଖେଳି ଭାରତକୁ ୯ ୱିକେଟରେ ବିଜୟୀ କରାଇଥିଲେ । ଆଉ ସିରିଜ୍‌ ଜିତାଇବା ପରେ ବିରାଟ ଶନିବାର ସୀମାଞ୍ଚଳମ ମନ୍ଦିରକୁ ଯାଇଥିଲେ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ ।


ସୀମାଞ୍ଚଳମ ମମନ୍ଦିରରେ ବିରାଟ କୋହଲିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଧଳା ଟି-ସାର୍ଟ ପିନ୍ଧି ମାଳା ଧରିଥିବା ଦେଖିବାକୁ ମିଳୁଛି । ଆଉ ଏକ ଭିଡିଓରେ ସେ ମନ୍ଦିରର ପରମ୍ପରା ଅନୁଯାୟୀ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଅଶ୍ବିନଙ୍କ ବଡ଼ ବୟାନ, ଦିନିକିଆ ବିଶ୍ବକପ୍‌ରେ ଓପନିଂ କରନ୍ତୁ ରୋହିତ-କୋହଲି


ବିରାଟ କୋହଲି ଶନିବାର ସୀମାଞ୍ଚଳମ ପାହାଡ଼ର ୩୦୦ ମିଟର ଉଚ୍ଚତାରେ ଅବସ୍ଥିତ ସୀମାଞ୍ଚଳମ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ବରାହ ନରସିଂହ ରୂପରେ ଦର୍ଶନ ଦେଉଛନ୍ତି । "ସୀମାଞ୍ଚଳମ" ଶବ୍ଦର ଅର୍ଥ "ସିଂହ ପର୍ବତ"। ଏହି ପର୍ବତକୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ଭଗବାନ ନରସିଂହଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ।

ଅଧିକ ପଢ଼ନ୍ତୁ: ବାରବାଟୀ ଲଢ଼େଇ: ଭୁବନେଶ୍ବରରେ ପହଞ୍ଚିଲେ ଯଶପ୍ରୀତ ବୁମରାହ୍‌



ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ତିନୋଟି ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ସାରା ବିଶ୍ବ ଦେଖିଲା । ପ୍ରଥମ ଦିନିକିଆରେ ସେ ୧୩୫ ରନ୍ କରି ଐତିହାସିକ ଶତକ ହାସଲ କରିଥିଲେ । ରାଞ୍ଚି ପରେ ସେ ରାୟପୁରରେ ମଧ୍ୟ ଶତକ ହାସଲ କରିଥିଲେ । କିନ୍ତୁ ରାୟପୁର ଦିନିକିଆରେ ଭାରତ ପରାଜୟ ବରଣ କରିଥିଲା । କିନ୍ତୁ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ମ୍ୟାଚ୍‌ରେ ବିରାଟ କୋହଲି ଅପରାଜିତ ୬୫ ରନ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ । ଯଦି ତୃତୀୟ ଦିନିକିଆରେ ଆଉ ରନ୍ ବାକି ଥାଆନ୍ତା, ତେବେ ବିରାଟ ତାଙ୍କର ଶତକ ହାସଲ କରିପାରିଥାନ୍ତେ। ବିରାଟ ତିନୋଟି ମ୍ୟାଚ୍‌ରେ ମୋଟ ୩୦୨ ରନ୍ କରିଥିଲେ । ଯାହାଫଳରେ ତାଙ୍କୁ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Visits Simhachalam Temple After Dominating ODI Series vs South Africa | Argus News