Virat Kohli Record / ପ୍ରଥମ ଦିନିକିଆରେ ଇତିହାସ ରଚିପାରନ୍ତି କୋହଲି, ଭାଙ୍ଗିବେ ସଚିନ୍ଙ୍କ ବଡ଼ ରେକର୍ଡ !
·6 months ago·2 min read

Key Points
ଭଦୋଦରାରେ କୋହଲି ଇତିହାସ ରଚିବେ କି
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କୁ ୯୪ ରନ୍ ଦରକାର
ସଚିନଙ୍କ ରେକର୍ଡ ଉପରେ ନଜର

ଜାନୁଆରୀ ୧୧ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍ । ତେବେ ପ୍ରଥମ ଦିନିକିଆରେ ବିରାଟ କୋହଲି ସଚିନ୍ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗି ପାରନ୍ତି । ଜାନୁଆରୀ ୧୧ ତାରିଖରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଭଦୋଦରାରେ ଖେଳାଯିବ । ଏହି ଦିନ କୋହଲିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଏହା ତାଙ୍କ ଝିଅର ଜନ୍ମଦିନ ।
ପୂର୍ବ ସିରିଜରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ଏମିତିକି ବିଜୟ ହଜାରେ ଟ୍ରଫିରେ ମଧ୍ୟ ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି ରହିଥିଲା । ଆଶା କରାଯାଉଛି ଯେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଏହି ଫର୍ମ ଜାରି ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କୋହଲି ଦୁଇଟି ଶତକ ହାସଲ କରିଥିଲେ । ଶେଷ ମ୍ୟାଚ୍ରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ଆଉ ଏବେ ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ୯୪ ରନ୍ କରନ୍ତି, ତେବେ ସେ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବେ ।\
ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍
ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଭାବେ ସଚିନ ତେନ୍ଦୁଲକର ସର୍ବାଧିକ ରନ୍ କରିଛନ୍ତି । ସଚିନ୍ ୧୯୯୦ ରୁ ୨୦୦୯ ମଧ୍ୟରେ ଏହି ଦଳ ବିପକ୍ଷରେ ୪୨ ଦିନିକିଆ ଖେଳି ୧୭୫୦ ରନ୍ କରିଥିଲେ । ଏଥିରେ ୫ ଶତକ ଏବଂ ୮ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । କୋହଲି ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୩ଟି ମ୍ୟାଚ୍ ଖେଳି ୧୬୫୭ ରନ୍ କରିଛନ୍ତି । ଯେଉଁଥିରେ ୬ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଏକଦିବସୀୟ ରନ୍ କରିଥିବା ଭାରତୀୟ ଖେଳାଳି ହେବା ପାଇଁ କୋହଲିଙ୍କୁ ଆହୁରି ୯୪ ରନ୍ ଆବଶ୍ୟକ । କୋହଲିଙ୍କ ଫର୍ମ ଏବଂ ଏହି ଦଳ ବିପକ୍ଷରେ ତାଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଥମ ମ୍ୟାଚ୍ରେ ସଚିନଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ଅଧିକ ।
ପ୍ରଥମ ଏକଦିବସୀୟ କେବେ ଏବଂ କେଉଁଠି ?
ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଏକଦିବସୀୟ ମ୍ୟାଚ୍ ୧୧ ଜାନୁଆରୀ ରବିବାର ଦିନ BCA ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଅପରାହ୍ମ ୧:୩୦ରେ ଆରମ୍ଭ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories