Virat Kohli Record / ସଚିନ୍ଙ୍କୁ ପଛରେ ପକାଇଲେ ବିରାଟ, ରାଜକୋଟ୍ରେ ଭାଙ୍ଗିଲା 'କ୍ରିକେଟ ଭଗବାନ'ଙ୍କ ରେକର୍ଡ
·6 months ago·2 min read

Key Points
ରାଜକୋଟ ODIରେ ଇତିହାସ
ବିରାଟ କୋହଲି ଭାଙ୍ଗିଲେ ସଚିନଙ୍କ ବଡ଼ ରେକର୍ଡ
ବିରାଟ କୋହଲି ଭାଙ୍ଗିଲେ ସଚିନଙ୍କ ବଡ଼ ରେକର୍ଡ
ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ରାଜକୋଟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୮୪ ରନ୍ କରିଥିଲା । ଏହି ମ୍ୟାଚ୍ ସମୟରେ ବିରାଟ କୋହଲି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।
ଦ୍ବିତୀୟ ଦିନିକିଆରେ ବିରାଟ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବଂ କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ରାଜକୋଟ ଦିନିକିଆ ପୂର୍ବରୁ ସଚିନ ତେନ୍ଦୁଲକର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪୨ଟି ଦିନିକିଆରେ ୪୬.୦୫ ହାରରେ ସର୍ବାଧିକ ରନ ସ୍କୋରର ଥିଲେ ।
ଅଧିକ ପଢ଼ନ୍ତୁ: ରାଜକୋଟ୍ରେ ଟିମ୍ ଇଣ୍ଡିଆର ଫ୍ଲପ୍ ସୋ', ୭ ଓ୍ବିକେଟରେ ଜିତିଲା ନ୍ୟୁଜିଲାଣ୍ଡ
କିନ୍ତୁ ସଚିନ୍ଙ୍କ ଏହି ରେକର୍ଡ ରାଜକୋଟ୍ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାଙ୍ଗିଥିଲା । ସଚିନ ତେନ୍ଦୁଲକର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪୨ଟି ଦିନିକିଆରେ ୪୬.୦୫ ହାରରେ ୧୭୫୦ ରନ କରିଥିଲେ । କୋହଲି ଏହି ରେକର୍ଡ ଭାଙ୍ଗିଛନ୍ତି । ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ କେବଳ ଗୋଟିଏ ରନ ଆବଶ୍ୟକ ଥିଲା, ଯାହା ସେ ହାସଲ କରିଥିଲେ । କିନ୍ତୁ ରାଜକୋଟରେ କୋହଲିଙ୍କ ବ୍ୟାଟ୍ ବିଫଳ ହୋଇଥିଲା ୨୯ ବଲରୁ ୨୩ ରନ କରିଥିଲେ ।
ମ୍ୟାଚ୍ରେ କୋହଲିଙ୍କୁ କ୍ରିଷ୍ଟିଆନ୍ କ୍ଲାର୍କ ବୋଲ୍ଡ କରିଥିଲେ । କୋହଲି ଏବେ ୩୫ଟି ମ୍ୟାଚରେ ୧୭୭୩ ରନ କରିଛନ୍ତି । ଯାହାର ହାରାହାରି ୫୫.୪୦ । ଭାରତ ବିପକ୍ଷରେ ଦିନିକିଆରେ ନ୍ୟୁଜିଲାଣ୍ଡ ପାଇଁ ରସ୍ ଟେଲର ସର୍ବାଧିକ ରନ୍ କରିଛନ୍ତି । ଟେଲରଙ୍କ ୩୫ ଦିନିକିଆରେ ୧୩୮୫ ରନ୍ ଅଛି ।
ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୮୪ ରନ୍ କରିଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୧୨ ରନ୍ କରିଥିଲେ । ୨୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୪୮ତମ ଓଭରରେ ଏହାକୁ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ସର୍ବାଧିକ ୧୩୧ ରନ୍ କରିଥିଲେ । ତେବେ ଏହି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ସହ କଥା ହୁଅନ୍ତିନି ବିରାଟ କୋହଲି ? ବ୍ୟାଟିଂ କୋଚ୍ ଖୋଲିଦେଲେ ଗୁମର
ମ୍ୟାଚ୍ରେ କୋହଲିଙ୍କୁ କ୍ରିଷ୍ଟିଆନ୍ କ୍ଲାର୍କ ବୋଲ୍ଡ କରିଥିଲେ । କୋହଲି ଏବେ ୩୫ଟି ମ୍ୟାଚରେ ୧୭୭୩ ରନ କରିଛନ୍ତି । ଯାହାର ହାରାହାରି ୫୫.୪୦ । ଭାରତ ବିପକ୍ଷରେ ଦିନିକିଆରେ ନ୍ୟୁଜିଲାଣ୍ଡ ପାଇଁ ରସ୍ ଟେଲର ସର୍ବାଧିକ ରନ୍ କରିଛନ୍ତି । ଟେଲରଙ୍କ ୩୫ ଦିନିକିଆରେ ୧୩୮୫ ରନ୍ ଅଛି ।
ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୮୪ ରନ୍ କରିଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୧୨ ରନ୍ କରିଥିଲେ । ୨୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୪୮ତମ ଓଭରରେ ଏହାକୁ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ସର୍ବାଧିକ ୧୩୧ ରନ୍ କରିଥିଲେ । ତେବେ ଏହି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories