Videos
|
Sports

Virat Kohli / କୋହଲିଙ୍କ ବ୍ୟାଟ୍‌ରୁ ଶତକ ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆଉ ୬ ମାସ; ପ୍ରଥମଥର ସିରିଜ୍ ହାତେଇଲା ନ୍ୟୁଜିଲାଣ୍ଡ

Sushanta Sahoo
Browse all articles by Sushanta Sahoo
·7 months ago·2 min read
କୋହଲିଙ୍କ ବ୍ୟାଟ୍‌ରୁ ଶତକ ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆଉ ୬ ମାସ; ପ୍ରଥମଥର ସିରିଜ୍ ହାତେଇଲା ନ୍ୟୁଜିଲାଣ୍ଡ
Virat Kohli’s Century in Vain as New Zealand Win ODI Series in India

Key Points

ବିରାଟ କୋହଲି ୧୦୮ ବଲ୍‌ରେ ୧୨୪ ରନ୍ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ବି ତାହା ବେକାର୍ ଯାଇଛି । ଭାରତ ଜିତି ପାରି ନାହିଁ ।
ଇନ୍ଦୋର: ନ୍ୟୁଜିଲାଣ୍ଡ, ଭାରତରେ ପ୍ରଥମଥର ଦିନିକିଆ ସିରିଜ୍ ଜିତିଛି । ରବିବାର ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଦିନିକିଆ ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜ୍ ହାତେଇଛି । ତୃତୀୟ ଦିନିକିଆରେ ଭାରତ ୪୧ ରନ୍‌ରେ ହାରିଛି । ହୋଲକର ଷ୍ଟାଡିୟମ୍‌ରେ ଭାରତ ପ୍ରଥମଥର ପରାଜୟର ସମ୍ମୁଖୀନ ହୋଇଛି ।

ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୩୮ ରନ୍‌ର ଟାର୍ଗେଟ୍ ଦେଇଥିଲା । ଭାରତ ଚେଜ୍ କରି ୪୬ ଓଭରରେ ୨୯୬ ରନ୍‌ରେ ଅଲଆଉଟ୍ ହୋଇ ଯାଇଛି । ବିରାଟ କୋହଲି ୧୦୮ ବଲ୍‌ରେ ୧୨୪ ରନ୍ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ବି ତାହା ବେକାର୍ ଯାଇଛି । ଭାରତ ଜିତି ପାରି ନାହିଁ ।

ଏଥିସହ ପଢ଼ନ୍ତୁ: ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ

ବିରାଟ କୋହଲି ୮ ଚଉକା ଓ ୨ ଛକା ସହାୟତାରେ ୧୧୦ ଷ୍ଟ୍ରାଇକ୍ ରେଟ୍‌ରେ ୯୧ ବଲ୍‌ରେ ସେଞ୍ଚୁରୀ ମାରିଛନ୍ତି । ବିରାଟ କ୍ରିଜ୍‌ରେ ଥିବା ବେଳେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ତଥାପି ୩୧୦ଟି ଦିନିକିଆ ମ୍ୟାଚ୍ ଓ ୧୭ ବର୍ଷର ଅନୁଭବ ବିରାଟଙ୍କୁ ବଳ ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନିକିଆରେ ଏହା ବିରାଟ କୋହଲିଙ୍କ ୫୪ତମ ଶତକ, ଅନ୍ତର୍ଜାତୀୟ କ୍ୟାରିଅରରେ ୮୫ତମ ଶତକ । ଇନ୍ଦୋର ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ମହାକାଳଙ୍କ ଦର୍ଶନ କରିଥିଲେ । ଯେଉଁ ଫଟୋ ଭାଇରାଲ୍ ହେବା ସହ ସମସ୍ତେ ବିରାଟଙ୍କ ବ୍ୟାଟ୍‌ରୁ ଆଶା କରିଥିଲେ ଶତକ । ଏହା ପୂର୍ବରୁ ବଡୋଦରାରେ ୯୩ ରନ୍ କରି ଆଉଟ୍ ହୋଇଥିଲେ ବିରାଟ । ଏବେ ଇନ୍ଦୋରରେ ତାହା ପୁରା କରିଛନ୍ତି ।

ଶତକ ପାଇଁ ଆଉ ୬ ମାସ

ଜାନୁଆରୀ ୨୦୨୬ରେ ଇନ୍ଦୋରରେ ବିରାଟଙ୍କ ଇନିଂସ ତାଙ୍କ କ୍ୟାରିଅରର ପ୍ରମୁଖ ପାଳି ହେବ । କାରଣ ବିରାଟ କ୍ରିକେଟର ୫୦ ଓଭର ଦିନିକିଆ ଫର୍ମାଟରେ ୬ ମାସ ପରେ ବ୍ୟାଟିଂ କରିବାକୁ ଆସିବେ ।

ଏଥିସହ ପଢ଼ନ୍ତୁ: କରିପାରିବେନି ରିଲ୍ସ, ବ୍ଲଗ; ମନ୍ଦିର ପରିସରରେ ବ୍ୟାନ୍ ହେଲା ମୋବାଇଲ୍ ଫୋନ ଓ କ୍ୟାମେରା

ଭାରତ ଆଗାମୀ ଦିନିକିଆ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଭାରତ-ଆଫଗାନିସ୍ତାନ ମଧ୍ୟରେ ଜୁନ୍‌ରେ ୩ ଟିକିଆ ଦିନିକିଆ ସିରିଜ୍ ଖେଳାଯିବାର ଅଛି । ସେବେ ଯାଏ ବିରାଟଙ୍କ ପ୍ରଶଂସକଙ୍କୁ ତାଙ୍କ ବ୍ୟାଟ୍‌ରୁ ଶତକ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

Related Topics

Explore more stories