Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Ranchi Century / ରାଞ୍ଚିରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍‌, କ୍ୟାପଟେନ୍‌ କୁଲ୍‌ଙ୍କ ସହରରେ କୋହଲିଙ୍କ ରୌଦ୍ର ଅବତାର

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ରାଞ୍ଚିରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍‌, କ୍ୟାପଟେନ୍‌ କୁଲ୍‌ଙ୍କ ସହରରେ କୋହଲିଙ୍କ ରୌଦ୍ର ଅବତାର
Virat Kohli

Key Points

ଧୋନିଙ୍କ ସହରରେ ବିରାଟ ଶୋ'
ରାଞ୍ଚିରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍‌
ହାସଲ କଲେ ୫୨ତମ ଶତକ
ରାଞ୍ଚିରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । କ୍ୟାପଟେନ୍‌ କୁଲ୍‌ ଧୋନିଙ୍କ ସହରରେ ଶତକ ହାସଲ କଲେ ବିରାଟ କୋହଲି । ୧୦୨ ବଲ୍‌ରେ ୫ ଛକା ଓ ୭ ଚୌକା ସହ ଶତକ ହାସଲ କରିଛନ୍ତି କୋହଲି । ଦିନିକିଆ ଅନ୍ତର୍ଜାତୀୟରେ ଏହା ବିରାଟ କୋହଲିଙ୍କ ୫୨ତମ ଶତକ । ଏହା ସହ ରାଞ୍ଚିରେ ଏହା ବିରାଟ କୋହଲିଙ୍କ ତୃତୀୟ ଶତକ ।

ରବିବାର ରାଞ୍ଚି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ ଆରମ୍ଭରୁ ଯଶସ୍ବୀ ଜୟସ୍ବାଲଙ୍କ ଓ୍ବିକେଟ୍‌ ହରାଇଥିଲା । ଏହା ପରେ ଦଳର ବ୍ୟାଟିଂ ସମ୍ଭାଳିଥିଲେ ଦୁଇ କିମ୍ବଦନ୍ତୀ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ।


ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଦ୍ବିତୀୟ ଓ୍ବିକେଟ୍‌ ପାଇଁ ୧୦୯ ବଲ୍‌ରେ ୧୩୬ ରନ୍‌ କରିଥିଲେ । ତେବେ ରୋହିତ ଶର୍ମା ୫୧ ବଲ୍‌ରେ ୫୭ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ କୋହଲି । ଆଉ ଶେଷରେ ୧୦୧ ବଲ୍‌ରେ ୫ ଛକା ଓ ୭ ଚୌକା ସହ ଶତକ ହାସଲ କରିଛନ୍ତି ।

ପ୍ରଥମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ମଧ୍ୟ ତାଙ୍କର ୬୦ତମ ODI ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ଶତକ ଛୁଇଁପାରି ନ ଥିଲେ କିନ୍ତୁ ବିରାଟ କୋହଲି ଏକ ଦୃଢ଼ ପ୍ରଦର୍ଶନ ପ୍ରଦର୍ଶନ କରି ତାଙ୍କ ODI କ୍ୟାରିୟରରେ ୫୨ତମ ଶତକ ହାସଲ କରିଛନ୍ତି ।

ବିରାଟ କୋହଲି ଏବେ ODI କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କର ଷଷ୍ଠ ଦିନିକିଆ ଶତକ । ତାଙ୍କ ପୂର୍ବରୁ, ସଚିନ ତେନ୍ଦୁଲକର ଏବଂ ଡେଭିଡ୍ ୱାର୍ଣ୍ଣର ଉଭୟ ODIରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚଟି ଶତକ ହାସଲ କରିଥିଲେ ।

କିଙ୍ଗ୍‌ କୋହଲି ଏବେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୮୩ତମ ଶତକ ହାସଲ କରିଛନ୍ତି । ସେ ଟେଷ୍ଟରେ ୩୦ଟି ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଶତକ ମାରିଛନ୍ତି । ତାଙ୍କର ଶେଷ ଶତକ ଚଳିତ ବର୍ଷ ଫେବୃଆରୀ ୨୩ ତାରିଖରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ଆସିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Smashes Century in Ranchi; Roars in Captain Cool Dhoni’s Hometown | Argus News