Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Coach / ବିରାଟ କୋହଲିଙ୍କ କୋଚଙ୍କ ବଡ଼ ବୟାନ; କହିଲେ, ପାକିସ୍ତାନଠୁ ଭଲ ବାଂଲାଦେଶ ଆଉ...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ବିରାଟ କୋହଲିଙ୍କ କୋଚଙ୍କ ବଡ଼ ବୟାନ; କହିଲେ, ପାକିସ୍ତାନଠୁ ଭଲ ବାଂଲାଦେଶ ଆଉ...

Key Points

ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟରେ କୋହଲିଙ୍କ ପିଲା ଦିନର କୋଚଙ୍କ ବଡ଼ ବୟାନ । କହିଲେ, ପାକିସ୍ତାନ ଦଳଠୁ ଭଲ ବାଂଲାଦେଶ ଓ ଶ୍ରୀଲଙ୍କା ।

ଏସିଆ କପ୍ ସୁପର-୪ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି । ତେବେ ଏହି ବଡ଼ ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ପିଲାବେଳର ପ୍ରଶିକ୍ଷକ ରାଜକୁମାର ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି । ଭାରତ-ପାକିସ୍ତାନ ମଧ୍ୟ ଜାରି ରହିଥିବା ହ୍ୟାଣ୍ଡଶେକ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୋହଲିଙ୍କ କୋଚ୍ ।


ସେପ୍ଟେମ୍ବର ୧୪ରେ ଏସିଆ କପ୍-୨୦୨୫ର ଗ୍ରୁପ୍ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଭାରତ ସହଜରେ ୧୨୮ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା । କୁଲଦୀପ ଯାଦବଙ୍କ ଘାତକ ବୋଲିଂରେ ପାକିସ୍ତାନ ମାତ୍ର ୧୨୭ ରନ୍ କରିପାରିଥିଲା ।


ତେବେ ଟସ୍‌ ସମୟରେ ଏବଂ ମ୍ୟାଚ୍‌ ପରେ, ଭାରତୀୟ ଦଳ ପାକିସ୍ତାନୀ ଦଳକୁ ଅଣଦେଖା କରିଥିଲା । ସୂର୍ଯ୍ୟକୁମାର ଯାଦବ ଟସ୍‌ ସମୟରେ ପାକିସ୍ତାନ କ୍ୟାପଟେନଙ୍କ ସହ ହାତ ମିଶାଇନଥିଲେ । ମ୍ୟାଚ୍ ପରେ ବି ଭାରତୀୟ କ୍ରିକେଟର ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ଯାହାକୁ ନେଇ ବିବାଦ ହୋଇଥିଲା ।


ଏହି ପ୍ରସଙ୍ଗକୁ ନେଇ ବିରାଟ କୋହଲିଙ୍କ ପିଲାବେଳର ପ୍ରଶିକ୍ଷକ ରାଜକୁମାର ଶର୍ମା କହିଛନ୍ତି ଯେ ପାକିସ୍ତାନ ଏହି ପ୍ରସଙ୍ଗକୁ ଅତିରଞ୍ଜିତ କରୁଛି । ସେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ପାକିସ୍ତାନ ଦଳକୁ ଭାରତୀୟ ଖେଳାଳିମାନେ ସେମାନଙ୍କ ସହିତ କାହିଁକି ହାତ ମିଳାଇଲେ ନାହିଁ ସେ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ କ୍ରିକେଟ୍ ଉପରେ ଧ୍ୟାନ ଦେବା ଉଚିତ । ଏହା ଅର୍ଥହୀନ । ସେମାନେ ଏହାକୁ ଏତେ ବଡ଼ ପ୍ରସଙ୍ଗ କରିଛନ୍ତି ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସେ ଆହୁରି କହିଛନ୍ତି, "ପୂର୍ବରୁ, ଭାରତ-ପାକିସ୍ତାନ ମ୍ୟାଚ୍ ଗୁଡ଼ିକୁ ବହୁତ ହାଇଭୋଲଟେଜ୍ ରହୁଥିଲା । କିନ୍ତୁ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ଭାରତ ସେମାନଙ୍କଠାରୁ ବହୁତ ଉନ୍ନତ। ଏପରିକି ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଅପେକ୍ଷା ଭଲ ବୋଲି କୋହଲିଙ୍କ କୋଚ୍ କହିଛନ୍ତି ।"


ମ୍ୟାଚ୍ ପାଇଁ ଭାରତର ରଣନୀତି ବିଷୟରେ କହି ସେ କହିଛନ୍ତି, "ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ, ତେବେ ପାକିସ୍ତାନ ପଛରେ ପଡ଼ିଯିବ । କାରଣ ସେମାନଙ୍କୁ ବଡ଼ ସ୍କୋର ପିଛା କରିବାରେ ଭଲ ବୋଲି ବିବେଚନା କରାଯାଏ ନାହିଁ। ଅଭିଷେକର ନିଜସ୍ୱ ଶୈଳୀ ଅଛି । ସେ ବହୁତ ଭଲ ବ୍ୟାଟିଂ କରୁଛନ୍ତି ଏବଂ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରନ୍ତି । ସମସ୍ତ ଦଳ ଯୋଜନା ପ୍ରସ୍ତୁତ କରନ୍ତି... କିନ୍ତୁ ସବୁକିଛି ନିର୍ଭର କରେ ଯେ ସେମାନେ ସେଗୁଡ଼ିକୁ କେତେ ଭଲ ଭାବରେ କାର୍ଯ୍ୟକାରୀ କରନ୍ତି ଏବଂ ଅଭିଷେକ ସେମାନଙ୍କୁ କେତେ ଭଲ ଭାବରେ ମୁକାବିଲା କରିପାରିବେ। ଏହି ମ୍ୟାଚଟି ଏକପାଖିଆ ହେବ ବୋଲି ରାଜକୁମାର ଶର୍ମା କହିଛନ୍ତି ।

Sponsored
Virat Kohli’s Coach Slams Pakistan: Says Bangladesh & Sri Lanka Are Better | Argus News