Virat Kohli Domestic Cricket / ପୁଣି ଘରୋଇ କ୍ରିକେଟ୍କୁ ଫେରିବେ କିଙ୍ଗ୍ କୋହଲି ? ୨୦୨୭ ବିଶ୍ୱକପ୍ ପାଇଁ ବଡ଼ ପ୍ଲାନ୍
·1 hour ago·2 min read

Key Points
୨୦୨୭ ବିଶ୍ବକପ୍ ପାଇଁ ବଡ଼ ପ୍ଲାନ୍
ଘରୋଇ କ୍ରିକେଟକୁ ଫେରିବେ କୋହଲି
DDCAର ଅଧ୍ୟକ୍ଷ ରୋହନ ଜେଟଲୀ ଦେଲେ ବଡ଼ ବୟାନ
ଘରୋଇ କ୍ରିକେଟକୁ ଫେରିବେ କୋହଲି
DDCAର ଅଧ୍ୟକ୍ଷ ରୋହନ ଜେଟଲୀ ଦେଲେ ବଡ଼ ବୟାନ
୧୫ ବର୍ଷ ପରେ ଘରୋଇ କ୍ରିକେଟ୍କୁ ଫେରିଥିଲେ…ଆଉ ମାତ୍ର ଦୁଇଟି ମ୍ୟାଚ୍ରେ ନିଜ ବ୍ୟାଟ୍ର ଜଲୱା ଦେଖାଇ ୨୦୮ ରନ୍ କରିଥିଲେ କିଙ୍ଗ୍ କୋହଲି । ଏବେ ପୁଣି ଥରେ ଦିଲ୍ଲୀର ଜର୍ସିରେ ମଇଦାନକୁ ଓହ୍ଲାଇବେ କି ବିରାଟ ? ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ବିରାଟଙ୍କ ଲକ୍ଷ୍ୟ ବହୁତ ବଡ଼ । ଆଉ ସେହି ଲକ୍ଷ୍ୟ ପାଇଁ ବିଜୟ ହଜାରେ ଟ୍ରଫି ହୋଇପାରେ ତାଙ୍କର ପରବର୍ତ୍ତୀ ବଡ଼ ପ୍ରସ୍ତୁତି !
ଗତ ସିଜନ୍ରେ ଦୀର୍ଘ ୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ଫେରିଥିଲେ ବିରାଟ କୋହଲି । ଦିଲ୍ଲୀ ପାଇଁ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏହି ଦୁଇଟି ମ୍ୟାଚ୍ରେ ହିଁ ତାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଥିଲା ଜବରଦସ୍ତ ଫର୍ମ । ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚ୍ରେ କୋହଲି ମାତ୍ର ୧୦୧ଟି ବଲ୍ରେ ଧମାକାଦାର ୧୩୧ ରନ୍ କରିଥିଲେ । ତା’ପରେ ଗୁଜରାଟ ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟ୍ ଚୁପ୍ ରହିନଥିଲା । ୬୧ଟି ବଲ୍ରୁ ୭୭ ରନ୍ କରିଥିଲେ କିଙ୍ଗ୍ କୋହଲି । ଅର୍ଥାତ୍ ମାତ୍ର ଦୁଇଟି ମ୍ୟାଚ୍ରେ ୨୦୮ ରନ୍ କରିଥିଲେ ବିରାଟ କୋହଲି ।
ଏବେ ପ୍ରଶ୍ନ ହେଉଛି—୨୦୨୬-୨୭ ସିଜିନ୍ର ବିଜୟ ହଜାରେ ଟ୍ରଫିରେ ପୁଣି ଥରେ କୋହଲିଙ୍କୁ ଦେଖିବାକୁ ମିଳିବ କି ? ବିଜୟ ହଜାରେ ଟ୍ରଫିର ଆଗାମୀ ସିଜିନ୍ ଡିସେମ୍ବର ୧୪ରୁ ଆରମ୍ଭ ହେବ । ଏହା ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି DDCAର ଅଧ୍ୟକ୍ଷ ରୋହନ ଜେଟଲୀ ।
ତାଙ୍କ କହିବା ଅନୁସାରେ, ଦିଲ୍ଲୀ ହେଉଛି ବିରାଟଙ୍କ ଘରୋଇ କ୍ରିକେଟ୍ ଆସୋସିଏସନ୍ । ଯେତେବେଳେ ବି ବିରାଟ ଉପଲବ୍ଧ ରହିବେ ଏବଂ ତାଙ୍କ ୱର୍କଲୋଡ୍ ଅନୁମତି ଦେବ, ସେତେବେଳେ ସେ ପୁଣି ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍ ଖେଳିବେ । ରୋହନ ଜେଟଲୀଙ୍କ ଏହି ବୟାନ ପରେ କୋହଲିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି । କାରଣ ଏବେ ବିରାଟଙ୍କ ଆଗରେ ରହିଛି ଆଉ ଏକ ବଡ଼ ଲକ୍ଷ୍ୟ—୨୦୨୭ ଦିନିକିଆ ବିଶ୍ୱକପ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
T20I ଏବଂ ଟେଷ୍ଟ କ୍ରିକେଟ୍ରୁ ଅବସର ନେବା ପରେ ବିରାଟଙ୍କ ମ୍ୟାଚ୍ ସଂଖ୍ୟା ନିଶ୍ଚିତ ଭାବରେ କମିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ଏବେ ବି ସ୍ପଷ୍ଟ, ୨୦୨୭ ODI ବିଶ୍ୱକପ୍ ପାଇଁ ନିଜକୁ ସମ୍ପୂର୍ଣ୍ଣ ଫିଟ୍ ଏବଂ ପ୍ରସ୍ତୁତ ରଖିବା । ଆଉ ଏହି କାରଣରୁ ବିଜୟ ହଜାରେ ଟ୍ରଫି ତାଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହୋଇପାରେ ।
ଘରୋଇ କ୍ରିକେଟ୍ରେ ଖେଳିଲେ ତାଙ୍କର ମ୍ୟାଚ୍ ପ୍ରାକ୍ଟିସ୍ ବଢ଼ିବ, ଫର୍ମ ମଜବୁତ ହେବ ଏବଂ ୨୦୨୭ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ମଧ୍ୟ ଆହୁରି ଶକ୍ତିଶାଳୀ ହୋଇପାରିବ । ତେବେ ଏବେ ସମସ୍ତଙ୍କ ନଜର ରହିବ ଡିସେମ୍ବର ୧୪ ଉପରେ । କାରଣ ଯଦି କିଙ୍ଗ୍ କୋହଲି ପୁଣି ଥରେ ଦିଲ୍ଲୀର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାନ୍ତି, ତାହେଲେ ଘରୋଇ କ୍ରିକେଟ୍ରେ ମଧ୍ୟ ତାଙ୍କ ବ୍ୟାଟ୍ର ଗର୍ଜନ ଦେଖିବାକୁ ମିଳିପାରେ ।

Related Topics
Explore more stories