Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶତକ ପରେ ଭାବୁକ ହେଲେ କୋହଲି; କହିଲେ, ଦିନ ଆସିବ ମୁଁ ଖେଳିବା ବନ୍ଦ କରିଦେବି...

Sports

Kohli Retirement Statement / ଶତକ ପରେ ଭାବୁକ ହେଲେ କୋହଲି; କହିଲେ, ଦିନ ଆସିବ ମୁଁ ଖେଳିବା ବନ୍ଦ କରିଦେବି...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶତକ ପରେ ଭାବୁକ ହେଲେ କୋହଲି; କହିଲେ, ଦିନ ଆସିବ ମୁଁ ଖେଳିବା ବନ୍ଦ କରିଦେବି...
Virat Kohli

Key Points

ଶତକ ପରେ ଭାବୁକ ହେଲେ କୋହଲି
ଶତକ ପରେ କହିଲେ ବଡ଼ କଥା
କହିଲେ, ଦିନେ ଖେଳିବା ବନ୍ଦ କରିଦେବି
ବୁଧବାର ଆଇପିଏଲର ୫୭ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ରେ ବିରାଟ କୋହଲି ଚମତ୍କାର ଶତକ ହାସଲ କରି କେକେଆର ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ଏହା କୋହଲିଙ୍କ IPL କ୍ୟାରିୟରର ନବମ ଶତକ ଥିଲା । ତେବେ କିଙ୍ଗ୍‌ କୋହଲିଙ୍କ ଶତକ ଅପେକ୍ଷା, ସମସ୍ତଙ୍କ ଦୃଷ୍ଟି ତାଙ୍କର ଏକ ବୟାନ ଉପରେ ଥିଲା ।

ଆଇପିଏଲରେ ଲଗାତର ଦୁଇଟି ମ୍ୟାଚ୍‌ରେ ଜିରୋରେ ଆଉଟ୍‌ ହେବା ପରେ କୋହଲିଙ୍କ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ସମାଲୋଚନା ହୋଇଥିଲା । ଆଉ କେକେଆର ବିପକ୍ଷରେ ଦମଦାର ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି କିଙ୍ଗ୍ କୋହଲି । ବୁଧବାର କେକେଆର୍ ବିପକ୍ଷରେ ୬୦ ବଲରେ ୧୦୫ ରନରେ ଦମ୍‌ଦାର ପାରି ଖେଳିଥିଲେ ବିରାଟ। ଆଇପିଏଲ୍ କ୍ୟାରିୟରରେ କୋହଲିଙ୍କର ଏହା ନବମ ଶତକ ।

ମ୍ୟାଚ୍ ଶେଷରେ ବିରାଟ କୋହଲି କହିଥିଲେ ଯେ, ଦିନେ ଏସବୁ ଶେଷ ହୋଇଯିବ, ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ସେହି ଦିନ ବି ଆସିବ ଯେତେବେଳେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଯିବେ । ସେଥିପାଇଁ ସେ ଚାହୁଁଛନ୍ତି ଯେ ସେ ଯେତେ ସମୟ ଫିଲ୍ଡରେ ରହିବେ, ତାହାକୁ ଉପଭୋଗ କରିବେ ।



ବିରାଟ କୋହଲି ଆହୁରି ମଧ୍ୟ କହିଛନ୍ତି, "ମୁଁ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବାକୁ ଚାହୁଁଛି ଏବଂ ଚାପ ପରିସ୍ଥିତି ପାଇଁ ଅପେକ୍ଷା କରୁଛି । ଯେତେବେଳେ ମୁଁ ନର୍ଭସ ଅନୁଭବ କରେ, ମୁଁ ନିଜକୁ ଚ୍ୟାଲେଞ୍ଜ କରେ ଯେ ମୁଁ ଆଗକୁ ବଢ଼ି ମୋର ସର୍ବୋତ୍ତମ ପ୍ରଦର୍ଶନ କରେ । ଜଣେ ବ୍ୟକ୍ତି ଭାବରେ, ଆପଣ ଖେଳରୁ ବହୁତ କିଛି ଶିଖନ୍ତି ।"
ଏହି ଶତକ ପୂର୍ବରୁ ବିରାଟ କୋହଲି ଲଗାତାର ୨ ଥର ଶୂନରେ ଆଉଟ ହୋଇଥିଲେ । ଟି-୨୦ ଇତିହାସରେ ତାଙ୍କ ସହ ଏମିତି ମାତ୍ର ଦ୍ୱିତୀୟ ଥର ପାଇଁ ଘଟିଥିଲା । ମ୍ୟାଚ୍‌ ଶେଷ ପରେ ତାଙ୍କ ସେଞ୍ଚୁରୀକୁ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଦେଇ ସେ କହିଛନ୍ତି, “ମୁଁ ରନ କରିପାରୁନାହିଁ ବୋଲି ଯେଉଁ କଥା କୁହାଯାଉଥିଲା, ତାହା ମୋତେ ବହୁତ କଷ୍ଟ ଦେଉଥିଲା, କାରଣ ଖେଳ ପ୍ରତି ଥିବା ମୋର ପରିଶ୍ରମ କେବେ ବି କମ୍‌ ନଥିଲା । ସେଞ୍ଚୁରୀ ହେଉ ବା ନ ହେଉ, ମ୍ୟାଚ ଶେଷ କରିବା ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ।

ବିରାଟ କୋହଲି କ'ଣ କେବେ ଚାପ ଅନୁଭବ କରନ୍ତି ବୋଲି ପ୍ରଶ୍ନ କରିଥିଲେ ଉପସ୍ଥାପକ । ଏହାର ଉତ୍ତରରେ ବିରାଟ କହିଥିଲେ କି, “ଲୋକମାନେ କୁହନ୍ତି ଯେ ‘ପ୍ରେସର ଏକ ଲକ୍‌, ତେଣୁ ତାହା ପଛରେ ଏକ କାରଣ ଅଛି । ପ୍ରେସର ଆପଣଙ୍କୁ ଶାନ୍ତ ରଖେ ଏବଂ ଆପଣଙ୍କ ଖେଳକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଯେତେବେଳେ କିଛି ମ୍ୟାଚ ଆପଣଙ୍କ ସପକ୍ଷରେ ନଯାଏ, ସେବେ ଆପଣଙ୍କୁ ଡର ତ ଲାଗିବ ବୋଲି କୋହଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Gets Emotional After IPL Century Against KKR | Argus News