Virat Kohli Latest News / ସ୍ବପ୍ନ ପୂରଣ କଲେ ବିରାଟ କୋହଲି…ନେଟ ଅଭ୍ୟାସ ସମୟରେ ଯୁବ ବୋଲରଙ୍କ ଜର୍ସିରେ ଅଟୋଗ୍ରାଫ ଦେଲେ
·1 hour ago·2 min read

Key Points
ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣି ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣି ଚର୍ଚ୍ଚାରେ। ବିରାଟ ଏବେ ମୁମ୍ବାଇରେ ନିଜ ଅଭ୍ୟାସ ମ୍ୟାଚ ଜାରି ରଖିଛନ୍ତି। ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ ଚାହିଁ ରହିଥାନ୍ତି । ବିରାଟଙ୍କ ସହ ସେଲଫି ହେଉ ବା ଅଟୋଗ୍ରାଫ୍ ପାଇବା ପାଇଁ ଫ୍ୟାନ୍ସଙ୍କ ସ୍ବପ୍ନ ହୋଇଥାଏ । ମୁମ୍ବାଇର ନେଟସରେ ଅଭ୍ୟାସ ସମୟରେ ଜଣେ ଯୁବ ନେଟ୍ ବୋଲରଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।
ମୁମ୍ବାଇ ସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆରେ ବିରାଟ କୋହଲି ନିଜ ବ୍ୟାଟିଂ ଫର୍ମକୁ ଆହୁରି ମଜବୁତ କରିବା ପାଇଁ ଜୋରଦାର ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବ ନେଟ୍ ବୋଲରମାନଙ୍କୁ ତାଙ୍କ ଆଗରେ ବୋଲିଂ କରିବାର ସୁଯୋଗ ମିଳିଥିଲା। ଅଭ୍ୟାସ ସେସନ୍ ସରିବା ପରେ ବିରାଟ କେବଳ ସେହି ଯୁବ ନେଟ୍ ବୋଲରଙ୍କ ସହ କଥା ହୋଇନଥିଲେ, ବରଂ ଏହି ଖେଳାଳିଙ୍କ ଅନୁରୋଧ କ୍ରମେ ତାଙ୍କ ଟିମ୍ ଇଣ୍ଡିଆ ଜର୍ସି ଉପରେ ଖୁସିରେ ଅଟୋଗ୍ରାଫ୍ ଦେଇଥିଲେ।
ନିଜ ଆଦର୍ଶ ଖେଳାଳିଙ୍କଠାରୁ ଜର୍ସିରେ ଅଟୋଗ୍ରାଫ୍ ପାଇବା ପରେ ଯୁବ ବୋଲରଙ୍କ ଖୁସି ଦୁଇଗୁଣା ହୋଇଯାଇଛି। ଆଗରୁ କିଛି ଲୋକ ଏମିତି ବି କୁହନ୍ତି କି କି ବିରାଟ କେବେ କାହାକୁ ଅଟୋଗ୍ରାଫ ଦିଅନ୍ତିନି। କିନ୍ତୁ ଏହା ପୂରା ମିଥ୍ୟା। କାରଣ ସମୟ ଥିଲେ ସେ ନିଶ୍ଚିତ ଯୁବପିଢ଼ିଙ୍କ ସହ କଥା ହେବାସହ ଫ୍ୟାନ୍ସମାନଙ୍କ ପାଖରେ ଛିଡ଼ା ହୋଇ ଅଟୋଗ୍ରାଫ ଦେଇଥାଆନ୍ତି।
ଏହାସହ ପଢ଼ନ୍ତୁ: ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ପାଇଁ କର ବା ମର ଲଢ଼େଇ…
ବିରାଟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାନ୍ସମାନେ କୋହଲିଙ୍କ ଏହି ମହାନତା ଏବଂ ଯୁବ ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ପ୍ରଶଂସା କରୁଛନ୍ତି । ଏହି ପୋଷ୍ଟରେ ବିଭିନ୍ନ କମେଣ୍ଟମାନ ଆସୁଥିବା ଦେଖିବାକୁ ମିଳିଛି। ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଟିମ୍ ଇଣ୍ଡିଆ ପାଇଁ କୋହଲିଙ୍କ ଅଭିଜ୍ଞତା ଓ ରନ୍ କରିବାର ନିରନ୍ତରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
Virat Kohli giving autograph to a net bowler. ❤️ https://t.co/pkRSkuHVOl
— Mufaddal Vohra (@mufaddal_vohra) October 26, 2026
ମୁମ୍ବାଇ ସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆରେ ବିରାଟ କୋହଲି ନିଜ ବ୍ୟାଟିଂ ଫର୍ମକୁ ଆହୁରି ମଜବୁତ କରିବା ପାଇଁ ଜୋରଦାର ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବ ନେଟ୍ ବୋଲରମାନଙ୍କୁ ତାଙ୍କ ଆଗରେ ବୋଲିଂ କରିବାର ସୁଯୋଗ ମିଳିଥିଲା। ଅଭ୍ୟାସ ସେସନ୍ ସରିବା ପରେ ବିରାଟ କେବଳ ସେହି ଯୁବ ନେଟ୍ ବୋଲରଙ୍କ ସହ କଥା ହୋଇନଥିଲେ, ବରଂ ଏହି ଖେଳାଳିଙ୍କ ଅନୁରୋଧ କ୍ରମେ ତାଙ୍କ ଟିମ୍ ଇଣ୍ଡିଆ ଜର୍ସି ଉପରେ ଖୁସିରେ ଅଟୋଗ୍ରାଫ୍ ଦେଇଥିଲେ।
VIRAT KOHLI GIVING HIS AUTOGRAPH TO A NET BOWLER AFTER PRACTICE SESSION.❤️👌 - Lovley gesture by King Kohli. https://t.co/pH5W8XyRwO
— Tanuj (@ImTanujSingh) October 26, 2026
ନିଜ ଆଦର୍ଶ ଖେଳାଳିଙ୍କଠାରୁ ଜର୍ସିରେ ଅଟୋଗ୍ରାଫ୍ ପାଇବା ପରେ ଯୁବ ବୋଲରଙ୍କ ଖୁସି ଦୁଇଗୁଣା ହୋଇଯାଇଛି। ଆଗରୁ କିଛି ଲୋକ ଏମିତି ବି କୁହନ୍ତି କି କି ବିରାଟ କେବେ କାହାକୁ ଅଟୋଗ୍ରାଫ ଦିଅନ୍ତିନି। କିନ୍ତୁ ଏହା ପୂରା ମିଥ୍ୟା। କାରଣ ସମୟ ଥିଲେ ସେ ନିଶ୍ଚିତ ଯୁବପିଢ଼ିଙ୍କ ସହ କଥା ହେବାସହ ଫ୍ୟାନ୍ସମାନଙ୍କ ପାଖରେ ଛିଡ଼ା ହୋଇ ଅଟୋଗ୍ରାଫ ଦେଇଥାଆନ୍ତି।
ଏହାସହ ପଢ଼ନ୍ତୁ: ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ପାଇଁ କର ବା ମର ଲଢ଼େଇ…
ବିରାଟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାନ୍ସମାନେ କୋହଲିଙ୍କ ଏହି ମହାନତା ଏବଂ ଯୁବ ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ପ୍ରଶଂସା କରୁଛନ୍ତି । ଏହି ପୋଷ୍ଟରେ ବିଭିନ୍ନ କମେଣ୍ଟମାନ ଆସୁଥିବା ଦେଖିବାକୁ ମିଳିଛି। ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଟିମ୍ ଇଣ୍ଡିଆ ପାଇଁ କୋହଲିଙ୍କ ଅଭିଜ୍ଞତା ଓ ରନ୍ କରିବାର ନିରନ୍ତରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories