Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ରାୟପୁରରେ ବିରାଟ କୋହଲିଙ୍କୁ ଜୋରଦାର ସ୍ୱାଗତ କଲେ ଫ୍ୟାନ୍ସ

Ritu Das
Browse all articles by Ritu Das
·7 months ago·2 min read
ରାୟପୁରରେ ବିରାଟ କୋହଲିଙ୍କୁ ଜୋରଦାର ସ୍ୱାଗତ କଲେ ଫ୍ୟାନ୍ସ
Virat Kohli

Key Points

ବିରାଟ କୋହଲି ନାଁ ପାଇଁ ସାରା ଦେଶ ଦିଓ୍ବାନା। ଗତ ମ୍ୟାଚରେ ବିରାଟ କୋହଲିଙ୍କ ଶତକ ଦେଖି ଲୋକ ଭାବବିହ୍ବଳ ହୋଇପଡ଼ିଛନ୍ତି। ୩୭ ବର୍ଷ ହେଲେ ବି କୋହଲିଙ୍କର ସେଇ ଫିଟନେସ ରହିଛି।
ବିରାଟ କୋହଲି ନାଁ ପାଇଁ ସାରା ଦେଶ ଦିଓ୍ବାନା। ଗତ ମ୍ୟାଚରେ ବିରାଟ କୋହଲିଙ୍କ ଶତକ ଦେଖି ଲୋକ ଭାବବିହ୍ବଳ ହୋଇପଡ଼ିଛନ୍ତି। ୩୭ ବର୍ଷ ହେଲେ ବି କୋହଲିଙ୍କର ସେଇ ଫିଟନେସ ରହିଛି। ଯୁବପିଢ଼ିଙ୍କ ଠାରୁ ମଧ୍ୟ ଭଲ ଖେଳୁଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି। ଆଉ ତାଙ୍କ ସହ ସବୁବେଳେ ସାଥ ଦେଇଛନ୍ତି ରୋହିତ ଶର୍ମା। ଦୁଇ ଭାଇ ହେଉଛନ୍ତି ଦୁଇ ତବାହି। କୋହିଲଙ୍କୁ ରାୟପୁରରେ ଜୋରଦାର୍‌ ସ୍ୱାଗତ କରାଯାଇଛି। ରାୟପୁର ବିମାନବନ୍ଦରରେ ବିରାଟ କୋହଲିଙ୍କୁ କୁନି କୁନି ଫ୍ୟାନ୍ସଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଦିନିକିଆ ଲାଗି ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଗେଟ୍‌ ସମ୍ମୁଖରେ କୁନି କୁନି ଫ୍ୟାନ୍ସଙ୍କ ପକ୍ଷରୁ ଫୁଲ ତୋଡ଼ା ଦେଇ ବିରାଟଙ୍କୁ ସ୍ୱାଗତ କରାଯାଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି।



ନଭେମ୍ବର ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଯେଉଁଥିରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୩୪୯ର ବିଶାଳ ସ୍କୋର ଛିଡ଼ା କରିଥିଲା । ହେଲେ ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ହାର୍‌ ମାନି ନ ଥିଲା। ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ୩୩୨ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସିରିଜ୍‌ ପ୍ରଥମ ମ୍ୟାଚ୍‌ର ହିରୋ ସାଜିଥିଲେ ବିରାଟ କୋହଲି । ନିଜର ୫୨ ତମ ଶତକ ହାସଲ କରି ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ନିଜର ୧୩୫ରନ୍‌ର ପାରିରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ରହିଥିଲା।
୨୦୨୩ ଦିନିକିଆ ବିଶ୍ୱକପ୍‌ ପରେ ବିରାଟଙ୍କ ବ୍ୟାଟରୁ ଶତକ ବାହାରିଛି ।

ବିରାଟଙ୍କ ଏହି ଶତକ ବଳରେ ୨୦୨୭ ବିଶ୍ୱକପ୍‌ ଖେଳିବା ପାଇଁ ଦାବିଦାର ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି। ସେହିପରି ରୋହିତ ଶର୍ମା ଏହି ତାଲିକାରେ ଆଗରେ ଅଛନ୍ତି। କିଛି ଦିନ ତଳେ ଉଭୟଙ୍କୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଦଳରୁ ବାଦ୍‌ ଦେବା ପାଇଁ ବିସିସିଆଇ କୁଆଡେ ଚିନ୍ତା କରୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।

ଏହାସହ ପଢ଼ନ୍ତୁ: ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି ? ବିସିସିଆଇ ସଚିବ ଦେଲେ ବଡ଼ ବୟାନ


ଏପିରିକି ଆଫ୍ରିକା ସିରିଜ୍‌ ମଧ୍ୟରେ ଅହମ୍ମଦାବାଦରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବାରେ ଥିଲା । ଯେଉଁଥିରେ ବିସିସିଆଇର ବରିଷ୍ଠ ଅଧିକାରୀ, କୋଚ୍‌, ଚୟନକର୍ତ୍ତା ସାମିଲ ହୋଇଥାନ୍ତି । ସେହି ଠାରେ ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଥାନ୍ତି । ହେଲେ ଉଭୟଙ୍କ ପ୍ରଦର୍ଶନକୁ ଦୃଷ୍ଟି ଦେଲେ ସେମାନଙ୍କୁ ବାଦ୍‌ ଦେବା କଷ୍ଟକର। ତଥାପି ଦେଖାଯାଉ ଆଗକୁ କଣ ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Receives Grand Welcome from Fans in Raipur | Argus News