Videos
|
Sports

Virat Kohli / କୋହଲିଙ୍କ କେଉଁଠି କେତେଟା ଘର ରହିଛି ?

Banajyotshna Ray
Browse all articles by Banajyotshna Ray
·10 months ago·2 min read
କୋହଲିଙ୍କ କେଉଁଠି କେତେଟା ଘର ରହିଛି ?

Key Points

କୋଟି କୋଟି ସମ୍ପତ୍ତିର ମାଲିକ ବିରାଟ
ଜାଣନ୍ତୁ କେଉଁଠି ରହିଛି କେତେଟା ଘର
ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଶନିବାର ଦିନିକିଆରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ ଶ୍ରୀଲଙ୍କାର ମହାନ ବ୍ୟାଟର କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ସେ ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ଵିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟର ହୋଇଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ଦ୍ଵିତୀୟ ଓ୍ଵିକେଟ୍‌ରେ ହୋଇଥିବା ଶତକୀୟ ଇନିଂସ ବଳରେ ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ହରାଇଛି। ଏସବୁ ଭିତରେ ଏବେ ଭାଇରାଲ ହେଉଛି ବିରାଟଙ୍କ ସମ୍ପତ୍ତି କେତେ । ବିଶ୍ୱର ନମ୍ବର ୧ କ୍ରିକେଟର ବିରାଟ କୋହଲି । ସେ ସବୁଠାରୁ ଅଧିକ ଦରମା ନେଉଥିବା ଖେଳାଳିଙ୍କ ମଧ୍ୟରୁ ମଧ୍ୟ ଜଣେ । ସେ କେବଳ କ୍ରିକେଟ ପଡ଼ିଆରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଜଣାଶୁଣା ତା ନୁହେଁ ବରଂ ତାଙ୍କ ଲଗଜୁରୀ ଲାଇଫଷ୍ଟାଇଲ ପାଇଁ ପରିଚିତ ।

ବିରାଟଙ୍କ ସମ୍ପତ୍ତି:

ବିରାଟ କୋହଲିଙ୍କର ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ରହିଛି । ଏହା ବର୍ଲିର ଓମକାର ୧୯୭୩ ଟାୱାର୍ସରେ ରହିଛି । ଏହି ଆପାର୍ଟମେଣ୍ଟ ୭,୧୭୧ ବର୍ଗଫୁଟର ସି ଫିସିଙ୍ଗ । ଯାହାର ଦାମ୍‌ ୩୪ କୋଟି ଟଙ୍କା । ଏହି ଆପାର୍ଟମେଣ୍ଟ ୩୫ତମ ମହଲାରେ ଅବସ୍ଥିତ ଏବଂ ଏଥିରେ ଚାରୋଟି ବେଡ ରୁମ୍, ଏକ ଟେରାସ୍ ଗାର୍ଡେନ ଏବଂ ଏକ ଘରୋଇ ଜିମ୍ ରହିଛି । ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏଠାରେ ହିଁ ଅଧିକାଂଶ ସମୟ ବିତାଇଥାନ୍ତି । ବିଗତ ବର୍ଷରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଲଣ୍ଡନରେ ବହୁତ ସମୟ ବିତାଇଛନ୍ତି । ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ନଟିଂ ହିଲ୍ କିମ୍ବା ସେଣ୍ଟ ଜନ୍ସ ଉଡ୍ ଭଳି ମହଙ୍ଗା ଅଞ୍ଚଳରେ ଏକ ଘର ମଧ୍ୟ ଅଛି ।ନିକଟରେ ବିରାଟ କୋହଲି ଏକ ଜେନେରାଲ୍ ପାୱାର ଅଫ୍ ଆଟର୍ଣ୍ଣି ମାଧ୍ୟମରେ ତାଙ୍କର ଗୁରୁଗ୍ରାମ ସମ୍ପତ୍ତିକୁ ବଡ଼ ଭାଇ ବିକାଶ କୋହଲିଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଆସନ୍ତୁ ଜାଣିବା ବିରାଟ କୋହଲିଙ୍କର ଦେଶ-ବିଦେଶରେ କେତେ ରହିଛି ସମ୍ପତ୍ତି ?

ଏଥିସହ ପଢ଼ନ୍ତୁ: ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁଗ୍ରାମର DLF ଫେଜ୍ ୧ରେ ରହିଛି ଏକ ଆଲିସାନ୍‌ ଭିଲ୍ଲା ବା ପ୍ରାସାଦ । ଏହା ୧୦ ହଜାର ବର୍ଗଫୁଗରେ ବିସ୍ତୁତ । ଏହି ପ୍ରାସାଦ ବିରାଟ କୋହଲିଙ୍କ ସବୁଠାରୁ ବିଳାସପୂର୍ଣ୍ଣ ସମ୍ପତ୍ତି ମଧ୍ୟରୁ ଗୋଟିଏ । ଏଥିରେ ଏକ ପ୍ରାଇଭେଟ୍‌ ସୁଇମିଂ ପୁଲ୍ ଏବଂ ଏକ ମଡର୍ଣ୍ଣ ଜିମ୍ ମଧ୍ୟ ରହିଛି । ବିରାଟ କୋହଲି ଏହି ସମ୍ପତ୍ତିକୁ ତାଙ୍କ ବଡ଼ ଭାଇ ବିକାଶ କୋହଲିଙ୍କୁ ଦେଇଛନ୍ତି । ଏହି ପ୍ରାସାଦର ମୂଲ୍ୟ ୮୦ କୋଟି ଟଙ୍କା । ବିରାଟ କୋହଲି ଆଲିବାଗର ଆବାସ ଭିଲେଜରେ ଏକ ଶାନ୍ତ ହଲିଡେ ବଙ୍ଗଳା ମଧ୍ୟ କିଣିଛନ୍ତି । ସହରୀ ଜୀବନର କୋଳାହଳଠାରୁ ଦୂରରେ ଥିବା ଏହି ସ୍ଥାନଟିକୁ ଛୁଟି କାଟିବା ପାଇଁ ଚୟନ କରାଯାଇଛି । ଏହାର ଦାମ୍‌ ୩୨ କୋଟି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories

Virat Kohli | Virat Kohli Houses: Locations and Luxury Homes of India’s Cricket Star | Argus News | Argus News