Virat Kohli / ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ
·8 months ago·2 min read

Key Points
ସିଡନୀରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ଭାଙ୍ଗିଲେ ସଚିନ୍ଙ୍କ ରେକର୍ଡ । କୁମାର ସାଙ୍ଗାକାରଙ୍କୁ ମଧ୍ୟ ପକାଇଲେ ପଛରେ ।
ସିଡନୀ ମ୍ୟାଚ୍ରେ ଭାରତର ବଡ଼ ବିଜୟ । ପ୍ରଥମ ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଶେଷ ଦିନିକିଆରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅପରାଜିତ ଇନିଂସ ବଳରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆକୁ ୯ ଓ୍ବିକେଟରେ ବିଜୟ ଲାଭ କରିଛି ।
ତେବେ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଜିରୋରେ ଆଉଟ ହେବା ପରେ ଶେଷରେ ଅଷ୍ଟ୍ରେଲିଆ ମାଟିରେ ଦୃଢ଼ କମବ୍ୟାକ୍ କରିଛନ୍ତି କିଙ୍ଗ୍ କୋହଲି । ବିରାଟ ସିଡନୀରେ କଙ୍ଗାରୁ ବୋଲିଂ ସାମ୍ନାରେ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି । ସେ ୫୬ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ସିଡନୀରେ କୋହଲିଙ୍କର ୫୫ ତମ ରନ୍ ସହିତ ସେ ଏବେ ODI କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ସେ ଶ୍ରୀଲଙ୍କାର ମହାନ ଖେଳାଳି କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଦେଇଛନ୍ତି । ODI ରନ୍ରେ ବର୍ତ୍ତମାନ ବିରାଟଙ୍କ ଆଗରେ ଏବେ କେବଳ ସଚିନ ତେନ୍ଦୁଲକର ହିଁ ରହିଛନ୍ତି ।
କୁମାର ସାଙ୍ଗାକାର ODIରେ ମୋଟ ୧୪ ହଜାର ୨୩୪ ରନ୍ ରହିଛି । ଆଉ କୋହଲି ସିଡନୀ ମ୍ୟାଚ୍ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଏବେ ଏହି ତାଲିକାରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ସଚିନ 50-ଓଭର ଫର୍ମାଟରେ ମୋଟ ୧୮ ହଜାର ୪୨୬ ରନ୍ କରିଛନ୍ତି ।
କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ଭଲ ଫର୍ମରେ ନଜର ଆସିଛନ୍ତି । ସିଡନୀରେ ସିରିଜର ପ୍ରଥମ ରନ ସ୍କୋର କରିବା ପରେ ସେ ଖୁସି ମନାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ ସିଡନୀ ମ୍ୟାଚ୍ରେ ୭୪ ରନ୍ର ଅପରାଜିତ ଇନିଂସ ଖେଳିଥିଲେ ।
ସଚିନଙ୍କୁ ପଛରେ ପକାଇଦେଲେ
ସେହପରି ଆଜିର ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଦିନିକିଆ କ୍ରିକେଟରେ ଚେସ୍ କରିବା ସମୟରେ ବିରାଟ ଏବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି କ୍ଷେତ୍ରରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ODI କ୍ରିକେଟରେ ଚେସ୍ କରିବା ସମୟରେ ଏହା କୋହଲିଙ୍କର ୭୦ତମ ଅର୍ଦ୍ଧଶତକ ଥିଲା । ସଚିନ ୬୯ ଥର ଏହି ସଫଳତା ହାସଲ କରିଥିଲେ । ସେହିପରି ଏହି ତାଲିକାର ତୃତୀୟ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି ।

ଅଧିକ ପଢ଼ନ୍ତୁ: ସମାଲୋଚକଙ୍କୁ ବ୍ୟାଟ୍ରେ ଜବାବ ଦେଲେ ରୋହିତ, ଅବସର ପାଇଁ କହୁଥିଲେ...୧୦୦ କରି ଚୁପ୍ କରାଇଲେ
କୁମାର ସାଙ୍ଗାକାର ODIରେ ମୋଟ ୧୪ ହଜାର ୨୩୪ ରନ୍ ରହିଛି । ଆଉ କୋହଲି ସିଡନୀ ମ୍ୟାଚ୍ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଏବେ ଏହି ତାଲିକାରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ସଚିନ 50-ଓଭର ଫର୍ମାଟରେ ମୋଟ ୧୮ ହଜାର ୪୨୬ ରନ୍ କରିଛନ୍ତି ।
କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ଭଲ ଫର୍ମରେ ନଜର ଆସିଛନ୍ତି । ସିଡନୀରେ ସିରିଜର ପ୍ରଥମ ରନ ସ୍କୋର କରିବା ପରେ ସେ ଖୁସି ମନାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ ସିଡନୀ ମ୍ୟାଚ୍ରେ ୭୪ ରନ୍ର ଅପରାଜିତ ଇନିଂସ ଖେଳିଥିଲେ ।
ସଚିନଙ୍କୁ ପଛରେ ପକାଇଦେଲେ
ସେହପରି ଆଜିର ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଦିନିକିଆ କ୍ରିକେଟରେ ଚେସ୍ କରିବା ସମୟରେ ବିରାଟ ଏବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି କ୍ଷେତ୍ରରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ODI କ୍ରିକେଟରେ ଚେସ୍ କରିବା ସମୟରେ ଏହା କୋହଲିଙ୍କର ୭୦ତମ ଅର୍ଦ୍ଧଶତକ ଥିଲା । ସଚିନ ୬୯ ଥର ଏହି ସଫଳତା ହାସଲ କରିଥିଲେ । ସେହିପରି ଏହି ତାଲିକାର ତୃତୀୟ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories