Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Kohli Ignores Gambhir / କୋଚ୍‌ ଗମ୍ଭୀରଙ୍କୁ ଅଣଦେଖା କଲେ କୋହଲି ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କୋଚ୍‌ ଗମ୍ଭୀରଙ୍କୁ ଅଣଦେଖା କଲେ କୋହଲି ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
Virat Kohli

Key Points

ଗମ୍ଭୀରଙ୍କୁ ଅଣଦେଖା କଲେ ବିରାଟ କୋହଲି
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ବିରାଟ କୋହଲିଙ୍କ ଧୁଆଁଧାର ୧୩୫ ରନ୍‌ ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ପରାସ୍ତ କରିଛି । ତେବେ ଏହି ମ୍ୟାଚ୍‌ ବିଜୟ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ପୁଣି ଥରେ ଗମ୍ଭୀର ଓ କୋହଲି ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ବିରାଟ କୋହଲି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଅଣଦେଖା କରୁଛନ୍ତି ।

IPL ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଯେତେବେଳେ ସେମାନେ ଭିନ୍ନ ଭିନ୍ନ ଦଳ ପାଇଁ ଖେଳୁଥିଲେ । ତଥାପି, ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ କୋହଲିଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ରବିବାର ଏହି ଭିଡିଓ ଭାଇରାଲ ହେବା ପରେ ପୁଣି ଉଭୟଙ୍କ ମଧ୍ୟ ସବୁ କିଛି ଠିକ୍ ନଥିବା କୁହାଯାଉଛି ।

କ'ଣ ବିରାଟ କୋହଲି ଗୌତମ ଗମ୍ଭୀରଙ୍କୁ ଅଣଦେଖା କରିଥିଲେ?

ରାଞ୍ଚି ଦିନିକିଆ ମ୍ୟାଚ୍ ପରେ ଭାଇରାଲ ହେଉଥିବା ଭିଡିଓରେ ବିରାଟ କୋହଲି ଡ୍ରେସିଂ ରୁମ୍ ଆଡକୁ ଯାଉଛନ୍ତି । ସିଡ଼ି ଚଢ଼ିବା ସମୟରେ ସେ ତାଙ୍କ ପକେଟରୁ ମୋବାଇଲ୍ ଫୋନ୍ ବାହାର କରି ବ୍ୟବହାର କରୁଛନ୍ତି । ଗୌତମ ଗମ୍ଭୀର ଡ୍ରେସିଂ ରୁମ୍‌ ପାଖରେ ଠିଆ ହୋଇ ରହିଛନ୍ତି, କିନ୍ତୁ କୋହଲି ତାଙ୍କୁ ଅଣଦେଖା କରି ଭିତରକୁ ଯାଉଛନ୍ତି । କୋହଲି ଡ୍ରେସିଂ ରୁମ୍‌କୁ ଯିବା ବେଳେ ଗମ୍ଭୀର ତାଙ୍କୁ ଚାହିଁଥିଲେ କିନ୍ତୁ କୋହଲି ଅଣଦେଖା କରି ଚାଲି ଯାଇଥିଲେ ।

ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ ଖରାପ ଅଛି । ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟରୁ ଅବସର ନେବା ପରେ ଉଭୟେ ଦିନିକିଆ କ୍ରିକେଟରେ ଅଧିକ ଧ୍ୟାନ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଉଭୟେ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବାକୁ ଚାହାଁନ୍ତି, କିନ୍ତୁ ଦଳ ପରିଚାଳନା ଗ୍ୟାରେଣ୍ଟି ଦେଉନାହିଁ ଯେ ଉଭୟ ବିଶ୍ୱକପ୍ ଦଳରେ ସାମିଲ ହେବେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରଥମ ଦିନିକିଆ ପାଇଁ ପ୍ରସ୍ତୁତି ସମୟରେ ରାଞ୍ଚିରେ ନେଟ୍ ସେସନ୍ ସମୟରେ କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା।

ଦାବିରେ କେତେ ସତ୍ୟତା ଅଛି?

ବିରାଟ କୋହଲି ରାଞ୍ଚିରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ପରେ ଗୌତମ ଗମ୍ଭୀର ତାଙ୍କୁ ଏକ ଆଲିଙ୍ଗନ କରିଥିଲେ । ମ୍ୟାଚ୍ ପରେ ଏହାର ଏକ ସ୍କ୍ରିନସଟ୍ ମଧ୍ୟ ଭାଇରାଲ ହୋଇଥିଲା। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ନୁହେଁ ଏବଂ ଏକ ଛୋଟ କ୍ଲିପ୍ ଆଧାରରେ କିଛି ବିଚାର କରିବା ଭୁଲ ହେବ।

ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ବୁଧବାର ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ସେହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚେଷ୍ଟା କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Ignored Coach Gambhir? Viral Ranchi ODI Video | Argus News