Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Injury Update / IPL ୨୦୨୬ରୁ ବାଦ୍‌ ପଡ଼ିବେ କି କୋହଲି ? ଆଘାତକୁ ବଡ଼ ଅପଡେଟ୍‌ ଦେଲେ ବିରାଟ...

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
IPL ୨୦୨୬ରୁ ବାଦ୍‌ ପଡ଼ିବେ କି କୋହଲି ? ଆଘାତକୁ ବଡ଼ ଅପଡେଟ୍‌ ଦେଲେ ବିରାଟ...
Virat Kohli

Key Points

IPLରେ ବଡ଼ ଟ୍ୱିଷ୍ଟ
କୋହଲିଙ୍କ ଫିଟ୍‌ନେସ୍‌ ଉପରେ ସନ୍ଦେହ
କୋହଲି କହିଲେ "ମୁଁ 100% ଫିଟ୍ ନୁହେଁ"
ଜାରି ରହିଛି ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ ଆଇପିଏଲ ୨୦୨୬ । IPL ୨୦୨୬ର ୨୩ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ RCB ଓ LSG । ଏହି ମ୍ୟାଚ୍‌ରେ ବିରାଟ କୋହଲି ଦମଦାର ଢଙ୍ଗରେ ୪୯ ରନ୍‌ର ଇନିଂସ ଖେଳିଥିଲେ । ବିରାଟ କୋହଲିଙ୍କ ବ୍ୟାଟିଂକୁ ନେଇ ଯେତିକି ପ୍ରଶଂସା ହୁଏ ତାଙ୍କ ଫିଟନେସ୍‌କୁ ନେଇ ମଧ୍ୟ ସେତିକି ପ୍ରଶଂସା ହୁଏ । କିନ୍ତୁ ଏବେ ବିରାଟ କୋହଲି ଆହତ ଅଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ଆହତ ହୋଇଥିଲେ। ତଥାପି, ସେ ଏକ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିଲେ ଏବଂ ଏକ ମ୍ୟାଚ୍ ବିଜୟୀ ୪୯ ରନ୍ କରିଥିଲେ । ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ପରେ ବିରାଟ ତାଙ୍କ ଆଘାତକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ମ୍ୟାଚ୍ ପରେ ବିରାଟ କୋହଲିଙ୍କୁ ତାଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ବିଷୟରେ ପଚରାଯିବାରୁ, ସେ କହିଥିଲେ, "ଗତ ମ୍ୟାଚ୍ ଅପେକ୍ଷା ଏହା ବହୁତ ଭଲ, କିନ୍ତୁ ମୁଁ ଏପର୍ଯ୍ୟନ୍ତ ୧୦୦% ଫିଟ୍ ନୁହେଁ । ଗତ ମ୍ୟାଚ୍ ସମୟରେ ମୋ ଆଣ୍ଠୁରେ ଆଘାତ ଲାଗିଥିଲା । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମୁଁ ଗତ ଚାରି କିମ୍ବା ପାଞ୍ଚ ଦିନ ଧରି ଭଲ ଅନୁଭବ କରୁ ନଥିଲି'' ।

ଚିନ୍ନାସ୍ୱାମୀ ବ୍ୟାଟିଂ ୱିକେଟ ଦ୍ରୁତ ବୋଲରମାନଙ୍କୁ ସମର୍ଥନ କରୁଥିଲା, ଯାହା ଫଳରେ ରନ ସ୍କୋର କରିବା ଟିକେ କଷ୍ଟକର ହୋଇଯାଇଥିଲା। ମ୍ୟାଚ୍ ପରେ ଯେତେବେଳେ ବିରାଟ କୋହଲିଙ୍କୁ ପିଚ୍ ବିଷୟରେ ପଚରାଗଲା, ସେ କହିଲେ, "ପିଚ୍‌ରେ ବହୁତ ଘାସ ନଥିଲା । ଏହା ସାଧାରଣ ଅପେକ୍ଷା ସ୍ଲୋ' ଥିଲା । ଗତ କିଛି ଦିନ ହେଲା ବହୁତ ଗରମ ଥିଲା । ପିଚ୍ ଟିକେ ଭିନ୍ନ ଥିଲା। ମୋର ଉଦ୍ଦେଶ୍ୟ ଥିଲା ପାୱାରପ୍ଲେରେ ବିପକ୍ଷ ଦଳଠାରୁ ମ୍ୟାଚ୍ ଛଡ଼ାଇ ନେବା । ମୁଁ ଆଜି କିପରି ଖେଳିଲି ସେଥିରେ ମୁଁ ଖୁସି ।"

କିଙ୍ଗ୍‌ କୋହଲି ପ୍ରଥମ ଥର ପାଇଁ IPLରେ ୪୯ ରନ କରି ଆଉଟ୍ ହୋଇଥିଲେ

ସୂଚନାଯୋଗ୍ୟ ଯେ ବିରାଟ କୋହଲି IPLରେ ପ୍ରଥମ ଥର ପାଇଁ ଏକ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିଥିଲେ। ସେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଏକ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିଥିଲେ ଏବଂ ୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୩୪ ବଲ୍‌ରେ ୪୯ ରନ କରି ପ୍ୟାଭିଲିୟନ ଫେରିଥିଲେ । ଏହା IPLରେ ପ୍ରଥମ ଥର ପାଇଁ କିଙ୍ଗ କୋହଲି ୪୯ ରନ କରି ଆଉଟ୍ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026: Virat Kohli Injury Update – Will He Miss Matches? | Argus News