Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପର୍ଣ୍ଣଷ୍ଟାରଙ୍କ ସହ ଭାଇରାଲ ହେଲା କୋହଲିଙ୍କ ଫଟୋ, ଜାଣନ୍ତୁ ଏହି ଫଟୋ ପଛର ସତ...

Sports

Virat Kohli Viral Photo / ପର୍ଣ୍ଣଷ୍ଟାରଙ୍କ ସହ ଭାଇରାଲ ହେଲା କୋହଲିଙ୍କ ଫଟୋ, ଜାଣନ୍ତୁ ଏହି ଫଟୋ ପଛର ସତ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପର୍ଣ୍ଣଷ୍ଟାରଙ୍କ ସହ ଭାଇରାଲ ହେଲା କୋହଲିଙ୍କ ଫଟୋ, ଜାଣନ୍ତୁ ଏହି ଫଟୋ ପଛର ସତ...
Virat Kohli Viral Photo

Key Points

ପର୍ଣ୍ଣଷ୍ଟାରଙ୍କ ସହ ଭାଇରାଲ ହେଲା କୋହଲିଙ୍କ ଫଟୋ !
ସାମ୍ନାକୁ ଆସିଲା ସତ
ଭାଇରାଲ ଫଟୋ ପଛରେ AI ଖେଳ !
ଜାରି ରହିଛି ଆଇପିଏଲ ୨୦୨୬ । IPL ରେ ପ୍ଲେ ଅଫ୍‌ ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର ।

ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଅଛନ୍ତି ବିରାଟ କୋହଲି । ପଡ଼ିଆରେ କୋହଲିଙ୍କ ବ୍ୟାଟ ଗର୍ଜୁଥିବାବେଳେ ପଡ଼ିଆ ବାହାରେ ଏକ ଅଜବ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏକ ଫଟୋ ଦେଖିବାକୁ ମିଳିଛି ଯେଉଁଥିରେ ଦେଖାଯାଉଛି ଯେ, ବିରାଟ କୋହଲି ଜଣେ ପର୍ଣ୍ଣ ଷ୍ଟାରଙ୍କ ସହ ନଜର ଆସୁଛନ୍ତି । ଏହି ଫଟୋରେ କୋହଲି ଜଣେ ଆମେରିକୀୟ ଆଡଲ୍ଟ ଫିଲ୍ମ ଷ୍ଟାର୍ କେନ୍ଦ୍ରା ଲଷ୍ଟଙ୍କ ସହ ଏକ କାଫେରେ ବସିଥିବା ଦେଖିବାକୁ ମିଳୁଛି । ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିନ୍ତୁ ଏହି ଫଟୋର ଅସଲ କଥା କିଛି ଅଲଗା ।

ରିପୋର୍ଟ ଅନୁଯାୟୀ, କେନ୍ଦ୍ରା ଲଷ୍ଟ ନିଜେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋର କ୍ୟାପସନରେ ସେ 'ଲଣ୍ଡନ' ଏବଂ 'ଗୁଡ୍ କନଭରସେସନ' ବୋଲି ଲେଖିଥିଲେ । କେନ୍ଦ୍ରା ପ୍ରାୟତଃ କ୍ରିକେଟ୍ ସମ୍ପର୍କିତ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ରହୁଥିବାରୁ ଏହି ଫଟୋଟି ଖୁବ୍ କମ୍ ସମୟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ।

ଫଟୋଟି ଭାଇରାଲ ହେବା ପରେ ଏହାର ସତ୍ୟତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଏହି ଫଟୋଟି ସମ୍ପୂର୍ଣ୍ଣ ଭାବେ AI ଜେନେରେଟେଡ । ବିରାଟ କୋହଲି ଏବଂ କେନ୍ଦ୍ରା ଲଷ୍ଟଙ୍କ ମଧ୍ୟରେ କୌଣସି ପ୍ରକାର ସାକ୍ଷାତ ହୋଇନାହିଁ । କେନ୍ଦ୍ରା କେବଳ ମଜା କରିବା ପାଇଁ ଏକ AI ଟୁଲ୍ ସାହାଯ୍ୟରେ ଏହି ଫଟୋଟି ପ୍ରସ୍ତୁତ କରି ସେୟାର କରିଥିବା ସ୍ପଷ୍ଟ ହୋଇଛି ।

କୁହାଯାଉଛି କେନ୍ଦ୍ରା ହେଉଛନ୍ତି ବିରାଟଙ୍କ ବଡ଼ ଫ୍ୟାନ । ହେଲେ ଏମିତି ପୋଷ୍ଟ ପାଇଁ କୋହଲି ପୁଣି ବିବାଦରେ ଫସିପାରନ୍ତି । କାରଣ କିଛିଦିନ ତଳେ ବିରାଟଙ୍କୁ ଏମିତି ଏକ ଘଟଣା ବିବାଦ ଘେରକୁ ଟାଣି ନେଇଥିଲା ।

ଗୁଜବ ଏବଂ ବିବାଦ ସତ୍ତ୍ବେ ବିରାଟ କୋହଲିଙ୍କ ଧ୍ୟାନ କେବଳ ନିଜ ଖେଳ ଉପରେ ରହିଛି । ଚଳିତ ସିଜିନରେ ସେ ଦମଦାର ଫର୍ମରେ ଅଛନ୍ତି । ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୧୦ଟି ମ୍ୟାଚରେ ସେ ୪୭.୩୮ ହାରରେ ଏବଂ ୧୬୪.୭ ଷ୍ଟ୍ରାଇକରେଟରେ ୩୭୯ ରନ ସଂଗ୍ରହ କରିଛନ୍ତି । ଏହି ସିଜିନରେ ତାଙ୍କ ବ୍ୟାଟରୁ ୩ଟି ଅର୍ଦ୍ଧଶତକ ଆସିଛି । ଯେଉଁଥିରେ ୮୧ ରନର ସର୍ବାଧିକ ସ୍କୋର ରହିଛି । ବିରାଟ କୋହଲି ଆଇପିଏଲ ଇତିହାସର ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍‌ । ସେ ଏପର୍ଯ୍ୟନ୍ତ ୨୭୮ଟି ମ୍ୟାଚ ଖେଳି ୩୯.୮୨ ହାରରେ ମୋଟ ୯୦୪୦ ରନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Viral Photo With Kendra Lust: Truth Behind AI Image | Argus News