Virat Kohli Misses Century / ଗୁଜରାଟ ବିପକ୍ଷରେ ହେଇପାରିଲାନି ବିରାଟଙ୍କ ଶତକ, ଏମିତି ହେଲେ ଆଉଟ୍
·8 months ago·2 min read

Key Points
ଷ୍ଟାଡିୟମରେ ଛକା ଚଉକା ବର୍ଷା
ଗୁଜରାଟ ବିପକ୍ଷରେ ବିରାଟଙ୍କ ଅର୍ଦ୍ଧଶତକ
ଗୁଜରାଟ ବିପକ୍ଷରେ ବିରାଟଙ୍କ ଅର୍ଦ୍ଧଶତକ
ପୁଣି ଛକା ଚଉକା ବର୍ଷା କଲେ ବିରାଟ କୋହଲି। କିନ୍ତୁ ସେଞ୍ଚୁରୀ କରିପାରିଲେନି। ଗୁଜରାଟରେ ଦେଖିବାକୁ ମିଳିଲା ବିରାଟଙ୍କ ଅର୍ଦ୍ଧଶତକ। ଆଉ ତାପରେ ସେ ଆଉଟ୍ ହୋଇଗଲେ। ଆନ୍ଧ୍ର ପରେ ଏବେ ଗୁଜୁରାଟ ବିପକ୍ଷରେ ବିସ୍ଫୋରକ ଅର୍ଧଶତକ ହାସଲ କରି ଆଉଟ୍ ହୋଇଛନ୍ତି ରନ୍ ମେସିନ୍ । ସବୁଠାରୁ ବଡ କଥା ହେଲା ଯେ, ଅର୍ଧଶତକର ୯୦ ପ୍ରତିଶତ ରନ୍ କେବଳ ଛକା ଏବଂ ଚଉକାରୁ ଆସିଛି । ନୂଆ ଅନ୍ଦାଜରେ ବିରାଟ କୋହଲି । ବିଜୟ ହଜାର ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ । ପୂର୍ବରୁ କରିନଥିବା କାରନାମା ଏବେ ଦେଖାଉଛନ୍ତି ବିରାଟ୍ । ସର୍ଟ୍ ରନ୍ ଅପେକ୍ଷା ଛକା ଏବଂ ଚଉକାରେ ଡିଲ୍ କରୁଛନ୍ତି । ବିଜୟ ହଜାରେ ଟ୍ରଫିର ପ୍ରଥମ ମୁକାବିଲାରେ ଆନ୍ଧ୍ର ବିପକ୍ଷରେ ଶତକ ହାସଲ କରିଥିଲେ ରନ୍ ମେସିନ୍ । ୧୦୧ ବଲରୁ ସେ ୧୩୧ ରନ୍ କରିଥିଲେ ।
୭୭ ରନ୍ କରି ବ୍ୟାଟିଂ କରୁଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ବାମହାତୀ ସ୍ପିନର ବିଶାଲ ଜୟସ୍ୱାଲ । ଅର୍ଧଶତକ ପରେ କୋହଲିଙ୍କ ରନ୍ ଗତି ସାମାନ୍ୟ ଧିମା ହୋଇଯାଇଥିଲା । ବିଶାଲଙ୍କ ଏକ ବଲରେ କ୍ରିଜ୍ ବାହାରକୁ ସଟ୍ ଖେଳିବାକୁ ଚାଲି ଆସିଥିଲେ ରନ୍ ମେସିନ୍ । ଏହାର ସୁଯୋଗ ଦେଖି କିପର୍ ଉର୍ବିଲ ପଚେଲ ଷ୍ଟମ୍ପିଂ କରିଥିଲେ । କୋହଲିଙ୍କ ପାଖରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୯ ତମ ଶତକ ଲଗାଇବାର ସୁଯୋଗ ଥିଲା । ଏବେ ସେ ୫୮ଟି ଶତକ ସହ ୮୫ଟି ଅର୍ଧଶତକ ହାସଲ କରିଛନ୍ତି ।ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଦିଲ୍ଲୀ । ଶୀଘ୍ର ଆଉଟ୍ ହୋଇଯାଇଥିଲେ ଓପନର ପ୍ରିୟାଂଶ ଆର୍ୟ୍ୟା ।
ଏଥିସହ ପଢ଼ନ୍ତୁ: ଫଟୋ ଉଠାଇଲେନି ପାଣ୍ଡ୍ୟା, ଫ୍ୟାନ୍ସ କହିଲେ ନର୍କକୁ ଯାଅ...
ଏହାପରେ କ୍ରିଜକୁ ଆସିଥିଲେ ବିରାଟ । ଆସୁ ଆସୁ ସେ ବାଉଣ୍ଡରୀ ବର୍ଷା କରିଥିଲେ । ଖୁବ୍ କମ ସମୟରେ ସେ ୧୨ଟି ଚଉକା ଏବଂ ଗୋଟିଏ ଛକା ଲଗାଇ ଅର୍ଧଶତକ ହାସଲ କରିଥିଲେ । ପ୍ରଥମ ୫୩ ରନରୁ ୫୦ ରନ୍ କେବଳ ବାଉଣ୍ଡରୀରୁ ଆସିଥିଲା । ମୋଟ୍ ୬୧ଟି ବଲର ସାମ୍ନା କରିଥିଲେ ରନ୍ ମେସିନ୍ । ଏଥିରେ ୧୩ ଚଉକା ଏବଂ ଗୋଟିଏ ଛକା ଥିଲା । ପରେ ଆଉଟ୍ ହୋଇଯାଇଥିଲେ ବିରାଟ କୋହଲି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁସାରେ, ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ବିରାଟ କୋହଲି । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିରାଟ କୋହଲି ଖେଳିଛନ୍ତି ଶତକୀୟ ପାଳି । ବେଙ୍ଗାଳୁରୁରେ ବିରାଟ କୋହଲି ଆନ୍ଧ୍ରପ୍ରଦେଶ ବିରୋଧରେ ୧୦୧ ବଲ୍ରେ ୧୩୧ ରନ୍ କରି ଦିଲ୍ଲୀକୁ ଭେଟି ଦେଇଥିଲେ ବିଜୟ । ଏଥିସହ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି ବିରାଟ କୋହଲି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଦ୍ରୁତତମ ଭାବେ ୧୬ ହଜାର ରନ୍ କରି ତେନ୍ଦୁଲକଙ୍କୁ ପଛର ପକାଇଛନ୍ତି ବିରାଟ କୋହଲି । ୩୩୦ତମ ମ୍ୟାଚ୍ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିରାଟଙ୍କୁ ଏହି ସଫଳତା ମିଳିଥିଲା ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories