Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Net Worth / କେତେ ସମ୍ପତ୍ତିର ମାଲିକ ବିରାଟ କୋହଲି ? ଜାଣନ୍ତୁ ଗୁରୁଗ୍ରାମରେ ଥିବା ବଙ୍ଗଳାର ମୂଲ୍ୟ କେତେ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
କେତେ ସମ୍ପତ୍ତିର ମାଲିକ ବିରାଟ କୋହଲି ? ଜାଣନ୍ତୁ ଗୁରୁଗ୍ରାମରେ ଥିବା ବଙ୍ଗଳାର ମୂଲ୍ୟ କେତେ...

Key Points

ବିରାଟ କୋହଲି । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ଆପଣ ଜାଣନ୍ତି କି କେତେ ସମ୍ପତ୍ତିର ମାଲିକ କୋହଲି ।
ବିରାଟ କୋହଲି । ବିଶ୍ବର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ । ସେ କେବଳ ତାଙ୍କ ଦମଦାର ଖେଳ ପାଇଁ ନୁହେଁ ବରଂ ତାଙ୍କ ସମ୍ପତ୍ତି ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମ୍ପତ୍ତି ୨୦୨୫ ମସିହାରେ ପ୍ରାୟ ୧୦୫୦ କୋଟି ଥିଲା । ଯେଉଁଥି ପାଇଁ ସେ ବିଶ୍ବର ସବୁଠୁ ଧନୀ ଖେଳାଳିଙ୍କ ତାଲିକାରେ ରହିଛନ୍ତି । ବିରାଟଙ୍କ ଏହି ଆୟ BCCI ଏବଂ IPL ଚୁକ୍ତି, ବିଜ୍ଞାପନ ଓ ତାଙ୍କର ଅନେକ ସଫଳ ବ୍ୟବସାୟରୁ ଆସିଛି । ତେବେ ଆସନ୍ତୁ ଜାଣିବା ବିରାଟ କୋହଲି କେଉଁଠାରୁ କେତେ ଟଙ୍କା ରୋଜଗାର କରନ୍ତି?

ବିରାଟ କୋହଲିଙ୍କ ଆୟର ଉତ୍ସ

ବିରାଟ କୋହଲି ପ୍ରତିବର୍ଷ କ୍ରିକେଟରୁ ଯଥେଷ୍ଟ ପରିମାଣର ଆୟ କରନ୍ତି । ସେ BCCI ଏବଂ IPL ଚୁକ୍ତିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

BCCI ଚୁକ୍ତି

ବିରାଟ BCCIର ଗ୍ରେଡ୍ A+ ଚୁକ୍ତି ତାଲିକାରେ ସାମିଲ ଅଛନ୍ତି । ଏଥିପାଇଁ ବିରାଟ କୋହଲିଙ୍କୁ ବାର୍ଷିକ ୭ କୋଟି ଦରମା ମିଳିଥାଏ ।

IPL ଚୁକ୍ତି

ସେହିପରି ବିରାଟ IPLରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳନ୍ତି । ଆରସିବି ୨୦୨୫ IPL ସିଜିନ୍ ପାଇଁ ବିରାଟଙ୍କୁ ୨୧ କୋଟି ଟଙ୍କାରେ ରିଟେନ୍‌ କରିଥିଲା ।

ଅଧିକ ପଢ଼ନ୍ତୁ: କ୍ରିକେଟ ପରେ ଏବେ ନିର୍ବାଚନ ମଇଦାନରେ ବୈଭବ ସୂର୍ଯ୍ୟବଂଶୀ, ମିଳିଲା ଏହି ବଡ଼ ଦାୟିତ୍ବ


ବିଜ୍ଞାପନ

ବିରାଟ କୋହଲିଙ୍କ ଆୟର ସବୁଠାରୁ ବଡ଼ ଅଂଶ ବିଜ୍ଞାପନରୁ ଆସିଥାଏ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୫ରେ ବିରାଟ କୋହଲି ୩୦ରୁ ଅଧିକ ବ୍ରାଣ୍ଡ ସହ ବିଜ୍ଞାପନ କରିଥିଲେ ।

MRF

ବିରାଟ ତାଙ୍କ ବ୍ୟାଟରେ ଏକ MRF ଷ୍ଟିକର ଲଗାନ୍ତି, ଯାହା ପାଇଁ MRF ତାଙ୍କୁ ବାର୍ଷିକ ପ୍ରାୟ ୧୨.୫ କୋଟି ଟଙ୍କା ଦେଇଥାଏ ।
ଏହା ବ୍ୟତୀତ ବିରାଟ ଅନେକ ପ୍ରମୁଖ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର । କୋହଲି ଅଡି ଇଣ୍ଡିଆ, ବ୍ଲୁ ଷ୍ଟାର, ଭିଭୋ ଏବଂ ମିଣ୍ଟ୍ରା ଭଳି କମ୍ପାନୀ ସହିତ ଜଡିତ । ଏହି ସବୁ କମ୍ପାନୀରୁ ମଧ୍ୟ ବିରାଟ କୋହଲିଙ୍କୁ ମୋଟା ଅଙ୍କର ଟଙ୍କା ମିଳିଥାଏ ।

ଇନଷ୍ଟାଗ୍ରାମରେ ବିରାଟଙ୍କର ପ୍ରାୟ ୨୭୪ ମିଲିୟନ ଫଲୋଅର୍ସ ରହିଛନ୍ତି । ସୋସିଆଲ ମିଡିଆରେ ଫଲୋଅର୍ସ ମାଧ୍ୟମରେ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ହୁପରର ୨୦୨୨ ଇନଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ମୁତାବକ ବିରାଟଙ୍କର ଗୋଟିଏ ପୋଷ୍ଟରୁ ତାଙ୍କୁ ପାଖାପାଖି ୮.୬୯ କୋଟି ଟଙ୍କା ମିଳିଥାଏ । ସେହିଭଳି ଏକ୍ସରେ ପୋଷ୍ଟ ପ୍ରତି ସେ ୨.୫ କୋଟି ଟଙ୍କା ଦାବି କରିଥାନ୍ତି ।

ବିରାଟ କୋହଲି ମହଙ୍ଗା ଘର ଏବଂ କାରର ମାଲିକ

ବିରାଟ କୋହଲି ଏକ ବହୁତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ତାଙ୍କର ଗୁରୁଗ୍ରାମର DLF ସିଟିରେ ଏକ ଚମତ୍କାର ବଙ୍ଗଳା ଅଛି । ଯାହାର ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା । ସେହିପରି ତାଙ୍କର ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ସି ଫେସ୍ ଆପାର୍ଟମେଣ୍ଟ, ଆଲିବାଗରେ ଏକ ବିଳାସପୂର୍ଣ୍ଣ ଘର ଏବଂ ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଏ । ବିରାଟ କୋହଲିଙ୍କର ଏକ ବିଳାସପୂର୍ଣ୍ଣ କାର କଲେକସନ୍‌ ମଧ୍ୟ ଅଛି । ଯେଉଁଥିରେ ଏକ ରେଞ୍ଜ ରୋଭର , ଏକ ଅଡି Q7 ଏବଂ ଏକ ଅଡି R8 LMX ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Net Worth 2025 – Income, Ads, House & Car Collection | Argus News