Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ନୂଆବର୍ଷରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରି ବିରାଟ କୋହଲି କହିଲେ...

Rashmita Mishra
Browse all articles by Rashmita Mishra
·6 months ago·2 min read
ନୂଆବର୍ଷରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରି ବିରାଟ କୋହଲି କହିଲେ...
Virat Kohli

Key Points

ଆନୂବର୍ଷରେ ଚର୍ଚ୍ଚାରେ ମଧ୍ୟ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପୋଷ୍ଟ ।
ନୂଆବର୍ଷ ଅବସରରେ ପତ୍ନୀଙ୍କ ସହ ଫଟୋ ସେୟାର କଲେ ବିରାଟ । 

ବିରାଟ କୋହଲି-ଅନୁଷ୍କା ଶର୍ମା ସବୁବେଳେ କିଛିନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆନୂବର୍ଷରେ ଚର୍ଚ୍ଚାରେ ମଧ୍ୟ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପୋଷ୍ଟ । ନୂଆବର୍ଷ ଅବସରରେ ପତ୍ନୀଙ୍କ ସହ ଫଟୋ ସେୟାର କଲେ ବିରାଟ । ବିରାଟ କୋହଲି ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି । ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ବିରାଟ ତାଙ୍କ ପତ୍ନୀଙ୍କୁ ତାଙ୍କ ଜୀବନର ଆଲୋକ ବୋଲି କହିଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କର ଭଲପାଇବା ସୁଅ ଛୁଟିଛି । ଦୁହିଁଙ୍କ ଫଲୋୟର୍ସ ସେମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।



ବିରାଟ କୋହଲି ଇନଷ୍ଟାଗ୍ରାମରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେମାନଙ୍କର ମୁହଁରେ ଚିତ୍ର ଅଙ୍କାଯାଇଛି । ବିରାଟଙ୍କ ମୁହଁରେ ସ୍ପାଇଡର ଜାଲର ଚିତ୍ର ଅଙ୍କାଯାଇଥିବା ବେଳେ ଅନୁଷ୍କାଙ୍କ ମୁହଁରେ ପ୍ରଜାପତି ଚିତ୍ର ଅଙ୍କାଯାଇଛି । ଦୁହେଁ ପରସ୍ପରକୁ ଧରି କ୍ୟାମେରାକୁ ଦେଖୁଛନ୍ତି । ଫଟୋରେ ଦୁହେଁ ଖୁବ୍ ଖୁସିଥିବା ଦେଖାଯାଇଛି।
ଏହାସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ବିରାଟଙ୍କ ବଡ଼ ନିଷ୍ପତ୍ତି, ଖେଳିବେ ବିଜୟ ହଜାରେ ଟ୍ରଫିର ତୃତୀୟ ମ୍ୟାଚ୍‌

ଫଟୋରେ, ଅନୁଷ୍କା ଶର୍ମା ଏକ ଧଳା ସାର୍ଟ ଏବଂ ନୀଳ ଡେନିମ୍ ପ୍ୟାଣ୍ଟ ପିନ୍ଧିଛନ୍ତି। ତାଙ୍କ କେଶ ଖୋଲା ଥିବା ସହ କମ ମେକଅପ୍ ନେଇଛନ୍ତି ଅଭିନେତ୍ରୀ । ଅନ୍ୟପକ୍ଷରେ ବିରାଟ ଏକ କଳା ଟି-ସାର୍ଟ ଏବଂ ଧୂଷର ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ଫଟୋରେ, ସେ ଅନୁଷ୍କାଙ୍କ କାନ୍ଧରେ ହାତ ରଖି ପୋଜ୍ ଦେଉଥିବାର ଦେଖାଯାଉଛି । ବିରାଟ କ୍ୟାପସନରେ ଅନୁଷ୍କାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "ମୋ ଜୀବନର ଆଲୋକ ସହିତ ୨୦୨୬ରେ ପାଦ ଦେଉଛି।"

ଏହି ପୋଷ୍ଟ ପରେ ଏବେ ଦୁହିଁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜ ସୁନ୍ଦର ଦାମ୍ପତ୍ୟ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ବିରାଟ-ଅନୁଷ୍କା । ଉଭୟ ଦମ୍ପତ୍ତିଙ୍କ କୋଟି କୋଟି ସମର୍ଥକ ରହିଥିବା ବେଳେ ସେମାନେ ଏହି ପୋଷ୍ଟ ତଳେ କମେଣ୍ଟ କରିଛନ୍ତି । ସମସ୍ତେ ଏହି ଯୋଡ଼ିକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡା କିଛି ପ୍ରଶଂସକ ଦୁହିଁଙ୍କୁ "ରାଜା ଏବଂ ରାଣୀ" ବୋଲି ସମ୍ବୋଧନ କରିବା ସହିତ ଅନେକ ପ୍ରଶଂସକ ଲାଲ ହାର୍ଟ ଇମୋଜି ସହିତ ଏହି ଦମ୍ପତିଙ୍କୁ ନିଜ ମେସେଜ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli | Virat Kohli Shares New Year Photo with Anushka Sharma, Sends Heartfelt Message | Argus News