Vijay Hazare Trophy / ରିଷଭ ପନ୍ତଙ୍କ କ୍ୟାପଟେନ୍ସିରେ ଦୀର୍ଘ ୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି: ଟିମ ଘୋଷଣା କଲା ଡିଡିସିଏ
·8 months ago·2 min read

Key Points
- କିଙ୍ଗ କୋହଲିଙ୍କୁ ନେଇ ବଡ଼ ଅପଡେଟ
- ବିରାଟ କୋହଲି ବିଜୟ ହଜାରେ ଟ୍ରଫି ଖେଳିବେ
- ଆଜି ବଡ଼ ଘୋଷଣା କଲା ଡିଡିସିଏ
କିଙ୍ଗ କୋହଲିଙ୍କୁ ନେଇ ବଡ଼ ଅପଡେଟ। ଫ୍ୟାନ୍ସ ମାନେ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି (ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ) ପକ୍ଷରୁ ହୋଇଛି। ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଡିଡିସିଏ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ରିଷଭ ପନ୍ତ ଦଳରେ ରହିବେବୋଲି ଡିଡିସିଏ କହିଛି। ଦୁଇ ଖେଳାଳି ଟିମ୍ ପାଇଁ ଖେଳିବେ ବୋଲି ମଧ୍ୟ ନିଶ୍ଚିତ କରିଥିବା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ସୂଚନା ଦେଇଛି।
ଏହାସହ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ଘରୋଇ କ୍ରିକେଟକୁ ଫେରିବା ନେଇ ବଡ଼ ଅପଡେଟ୍: ବିଜୟ ହଜାରେ ଟ୍ରଫି ଦଳ ଚୟନକୁ ନେଇ ସସପେନ୍ସ
ଦଳ ଚୟନ ନେଇ ଆଜି(୧୯ ଡିସେମ୍ବର ୨୦୨୫) ଅପରାହ୍ନ୨:୩୦ରେ ଡିଡିସିଏ କାର୍ଯ୍ୟାଳୟରେ ସିନିୟର ପୁରୁଷଚୟନ କମିଟିର ବୈଠକ ହୋଇଥିଲା। ଏହି ବୈଠକରେ କମିଟି ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀ ସିନିୟର ପୁରୁଷ ଦଳ ଚୂଡ଼ାନ୍ତ କରିଛି।
ଡିଡିସିଏର ସୂଚନା ଅନୁସାରେ, ଋଷଭ ପନ୍ତ, ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ନବଦୀପ ସୈନି ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ ବୋଲି କହିଛନ୍ତି। ଏବଂ ସେମାନେ ଦଳରେ ସାମିଲ ହେବେ। ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ହର୍ଷିତ ରାଣା ଉପଲବ୍ଧ ହେଲେ ଦଳରେ ଯୋଗଦେବେ ବୋଲି ଡିଡିସିଏ କହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଡିଡିସିଏ ତା’ର ଦଳ ଘୋଷଣା କରିଛି।ଏଥିରେ ଆୟୁଷ ବୋଦୋନି ଉପ-ଅଧିନାୟକଦାୟିତ୍ୱ ଦିଆଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ଅଭିଜ୍ଞ ଖେଳାଳିଙ୍କ ସ୍ଥାନରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜୟ ହଜାରେ ଟ୍ରଫି ୨୦୨୫-୨୦୨୬ଡିସେମ୍ବର ୨୪ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି।ଦିଲ୍ଲୀର ପ୍ରଥମ ମ୍ୟାଚ୍ ୨୪ତାରିଖରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ୨୬ତାରିଖରେ ଗୁଜରାଟ ବିପକ୍ଷରେ ହେବ। ବିଜୟ ହଜାରେ ଟ୍ରଫି ୨୦୨୫-୨୦୨୬ରେ, ଦିଲ୍ଲୀ କ୍ରିକେଟ୍ ଦଳ ଏଲିଟ୍ 'ଡି'ଗ୍ରୁପରେ ଅଛି। ଏହି ଗ୍ରୁପରେ ଦିଲ୍ଲୀ ସମେତ ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, ଓଡ଼ିଶା, ରେଳବାଇ, ସୌରାଷ୍ଟ୍ର ଓ ସର୍ଭିସେଜ୍ ଦଳ ରହିଛନ୍ତି।
ଏହାସହ ପଢ଼ନ୍ତୁ: ଅହମ୍ମଦାବାଦରେ ଭାରତର ବିସ୍ଫୋରକ ବ୍ୟାଟିଂ, ଯିଏ ଆସିଲା...ସିଏ ମାରିଲା ଚୌକା-ଛକା
ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦିଲ୍ଲୀର ଦଳ- ଆୟୁଷ ବାଦୋନି, ଅର୍ପିତ ରାଣା, ୟଶ ଧୁଲ, ସାର୍ଥକ ରଂଜନ, ପ୍ରିୟାଂଶ ଆର୍ଯ୍ୟ, ତେଜସ୍ୱୀ ସିଂ, ନୀତୀଶ ରାଣା, ହ୍ରିତିକ ଶୌକିନ୍, ହର୍ଷ ତ୍ୟାଗୀ, ସିମରଜିତ୍ ସିଂ, ରାଜକୁମାର ଯାଦବ, ଡିଭିଜ୍ ମେହେରା, ଆୟୁଷ ଦୋସେଜା, ବୈଭଭ କାଣ୍ଡପାଲ, ରୋହନ ରାଣାଓ ଅନୁଜ ରାୱତ।
୧୫ ବର୍ଷ ପୂର୍ବେ ବିଜୟ ହଜାରେ ଟ୍ରଫି ଖେଳିଥିଲେ ବିରାଟ କୋହଲି
କୋହଲି ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଶେଷ ଥର ପାଇଁ ୨୦୧୦ ମସିହାରେ ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଖେଳିଥିଲେ। ତାଙ୍କର ଶେଷ ମ୍ୟାଚ୍ ସର୍ଭିସେସ୍ ବିପକ୍ଷରେ ଥିଲା। ବିରାଟ କୋହଲି ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ବର୍ତ୍ତମାନ କେବଳ ଦିନିକିଆରେ ଖେଳୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ସିରିଜରେ କୋହଲି ଉତ୍କୃଷ୍ଟ ଫର୍ମରେ ଥିଲେ। ସେ ତିନୋଟି ମ୍ୟାଚରେ ୩୦୨ ରନ୍ କରିଥିଲେ,ଯେଉଁଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା।

Related Topics
Explore more stories