Virat Kohli Lionel Messi / ଭାରତ ଫେରିଲେ ବିରାଟ କୋହଲି, ଲିଓନେଲ ମେସିଙ୍କୁ କରିପାରନ୍ତି ସାକ୍ଷାତ
·7 months ago·2 min read

Key Points
ଲିଓନେଲ ମେସିଙ୍କୁ ଭେଟିବେ ବିରାଟ କୋହଲି?
ଭାରତ ଫେରିଲେ ବିରାଟ
ଭାରତ ଫେରିଲେ ବିରାଟ
କିଛିଦିନର ବ୍ୟବଧାନ ପରେ ପୁଣି ଭାରତ ଫେରିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ର ବିରାଟ କୋହଲି । ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ତେବେ ଚର୍ଚ୍ଚା ହେଉଛି କି ବିରାଟ ଓ ଅନୁଷ୍କା ଷ୍ଟାର ଫୁଟବଲ୍ର ଲିଓନେଲ ମେସିଙ୍କୁ ଭେଟିବାକୁ ଭାରତ ଆସିଛନ୍ତି ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବହୁତ ଦିନ ଧରି ଲଣ୍ଡନରେ ରହୁଛନ୍ତି । ତେବେ ସେମାନଙ୍କ ଭାରତ ଗସ୍ତର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଆଶା କରାଯାଉଛି ଯେ ଏହି ଦମ୍ପତି ମୁମ୍ବାଇରେ ଲିଓନେଲ ମେସିଙ୍କୁ ସାକ୍ଷାତ କରିପାରନ୍ତି ।
ସୂଚନା ଅନୁସାରେ, ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଆସିଥିଲେ ବିରାଟ କୋହଲି । ଆଉ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଥିଲେ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ବିରାଟ କୋହଲି ପ୍ରଥମ ଦୁଇ ମ୍ୟାଚ୍ରେ ଶତକ ହାସଲ କରିଥିଲେ ଏବଂ ତୃତୀୟ ଦିନିକିଆରେ ଅପରାଜିତ ୬୫ ରନ୍ କରିଥିଲେ । ଆଉ ଏହି ସିରିଜ୍ ଶେଷ ହେବା ପରେ ସେ ପୁଣି ଲଣ୍ଡନ ଚାଲି ଯାଇଥିଲେ । ଆଉ ଏବେ ପୁଣି ଥରେ ମେସିଙ୍କୁ ଦେଖା କରିବାକୁ ଭାରତ ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଲିଓନେଲ ମେସି ତାଙ୍କର ତିନି ଦିନିଆ "GOT India Tour 2025" ପାଇଁ ଭାରତରେ ଅଛନ୍ତି । ଯାହା ଚାରୋଟି ସହରରେ ଅନୁଷ୍ଠିତ ହେବ ଏବଂ କୋଲକାତାରୁ ଆରମ୍ଭ ହେବ । ମେସି ଆଜି କୋଲକାତାରେ ଅଛନ୍ତି ଏବଂ ଶାହରୁଖ ଖାନ ମଧ୍ୟ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଶନିବାର ସକାଳେ ଶାହରୁଖ ତାଙ୍କ ସାନ ପୁଅ ଅବରାମଙ୍କ ସହ କୋଲକାତାରେ ପହଞ୍ଚି ମେସିଙ୍କୁ ସାକ୍ଷାତ କରିଥିଲେ ।
ସେପଟେ ଷ୍ଟାର ଫୁଟବଲର ଲିଓନାଲ ମେସିଙ୍କୁ ଦେଖିବାକୁ ପ୍ରବଳ ହଙ୍ଗାମା । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ଏକ ଝଲକ ଦେଖିବା ପାଇଁ ହଜାର ହଜାର ଫୁଟବଲ ପ୍ରେମୀ ଏକାଠି ହୋଇଥିଲେ । କିନ୍ତୁ ମେସିଙ୍କୁ ଦେଖିପାରିନଥିଲେ । ଯାହାଫଳରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକେ ସେଠାରେ ହଙ୍ଗାମା କରିଛନ୍ତି । ମେସିଙ୍କର ଟିକେ ଝଲକ ନ ମିଳିବାରୁ ପ୍ରଶଂସକମାନେ ଷ୍ଟାଣ୍ଡରୁ ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଦେଲେ । ପରିସ୍ଥିତି ବିଗିଡ଼ିବା ପରେ ଲିଓନେଲ୍ ମେସିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସଲ୍ଟ ଲେକ୍ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଖଣ୍ଡଯୁଦ୍ଧ, ଫିଙ୍ଗିଲେ ବୋତଲ ଓ ଚେୟାର...କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଲିଓନେଲ ମେସି ତାଙ୍କର ତିନି ଦିନିଆ "GOT India Tour 2025" ପାଇଁ ଭାରତରେ ଅଛନ୍ତି । ଯାହା ଚାରୋଟି ସହରରେ ଅନୁଷ୍ଠିତ ହେବ ଏବଂ କୋଲକାତାରୁ ଆରମ୍ଭ ହେବ । ମେସି ଆଜି କୋଲକାତାରେ ଅଛନ୍ତି ଏବଂ ଶାହରୁଖ ଖାନ ମଧ୍ୟ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଶନିବାର ସକାଳେ ଶାହରୁଖ ତାଙ୍କ ସାନ ପୁଅ ଅବରାମଙ୍କ ସହ କୋଲକାତାରେ ପହଞ୍ଚି ମେସିଙ୍କୁ ସାକ୍ଷାତ କରିଥିଲେ ।
ସେପଟେ ଷ୍ଟାର ଫୁଟବଲର ଲିଓନାଲ ମେସିଙ୍କୁ ଦେଖିବାକୁ ପ୍ରବଳ ହଙ୍ଗାମା । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ଏକ ଝଲକ ଦେଖିବା ପାଇଁ ହଜାର ହଜାର ଫୁଟବଲ ପ୍ରେମୀ ଏକାଠି ହୋଇଥିଲେ । କିନ୍ତୁ ମେସିଙ୍କୁ ଦେଖିପାରିନଥିଲେ । ଯାହାଫଳରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକେ ସେଠାରେ ହଙ୍ଗାମା କରିଛନ୍ତି । ମେସିଙ୍କର ଟିକେ ଝଲକ ନ ମିଳିବାରୁ ପ୍ରଶଂସକମାନେ ଷ୍ଟାଣ୍ଡରୁ ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଦେଲେ । ପରିସ୍ଥିତି ବିଗିଡ଼ିବା ପରେ ଲିଓନେଲ୍ ମେସିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସଲ୍ଟ ଲେକ୍ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories