Kohli Rohit World Cup Selection / ବୟସ ନୁହେଁ, ଫିଟନେସ୍ ଓ ପ୍ରଦର୍ଶନ ହିଁ ମାପକାଠି, ୨୦୨୭ ବିଶ୍ୱକପ୍ ଖେଳିବେ କି କୋହଲି-ରୋହିତ ?
·59 mins ago·3 min read

Key Points
କୋହଲି-ରୋହିତଙ୍କ ପାଇଁ ବଡ଼ ଖବର
୨୦୨୭ ବିଶ୍ୱକପ୍ ଖେଳିବା ନେଇ ବଢ଼ିଲା ଆଶା
ବିଶ୍ୱକପ୍ ଖେଳିବା ନେଇ BCCI ଅଧ୍ୟକ୍ଷଙ୍କ ବଡ଼ ବୟାନ

୨୦୨୭ କ୍ରିକେଟ୍ ବିଶ୍ୱକପ୍ରେ ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେ କି ନାହିଁ, ତାକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ସଭାପତି ମିଥୁନ ମନହାସଙ୍କ ବୟାନ ଏହି ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି । ଦଳରେ ଚୟନ ପାଇଁ ଖେଳାଳିଙ୍କ ବୟସ ନୁହେଁ, ବରଂ ଫିଟନେସ୍ ଓ ପ୍ରଦର୍ଶନ ହିଁ ମୁଖ୍ୟ ମାପକାଠି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାଦ୍ୱାରା ଆଗାମୀ ବିଶ୍ୱକପ୍ରେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କ ଖେଳିବା ନେଇ ଆଶା ଆହୁରି ବଢ଼ିଛି ।
ବୟସ ନୁହେଁ, ପ୍ରଦର୍ଶନକୁ ଗୁରୁତ୍ୱ
ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମିଥୁନ ମନହାସ କହିଛନ୍ତି ଯେ, ଯଦି କୌଣସି ଖେଳାଳି ଫିଟ୍ ଅଛନ୍ତି, ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଦେଶକୁ ମ୍ୟାଚ୍ ଜିତାଇବାରେ ସକ୍ଷମ ଅଛନ୍ତି, ତେବେ କେବଳ ବୟସ ଆଧାରରେ ତାଙ୍କୁ ଦଳରୁ ବାଦ୍ ଦେବା ଉଚିତ୍ ନୁହେଁ ।
ତାଙ୍କର ଏହି ମନ୍ତବ୍ୟ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ସମ୍ଭାବନାକୁ ନେଇ ପୁଣି ଆଲୋଚନା ଜୋର୍ ଧରିଛି ।
ବିଶ୍ୱକପ୍ ବେଳକୁ ରୋହିତଙ୍କୁ ୪୦, କୋହଲିଙ୍କୁ ୩୮
୨୦୨୭ ଅକ୍ଟୋବର-ନଭେମ୍ବରରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବ ଆଗାମୀ ଦିନିକିଆ ବିଶ୍ୱକପ୍ । ସେହି ସମୟରେ ରୋହିତ ଶର୍ମାଙ୍କୁ ୪୦ ବର୍ଷ ହୋଇଥିବା ବେଳେ ବିରାଟ କୋହଲିଙ୍କ ବୟସ ୩୮ ବର୍ଷ ହୋଇଥିବ ।
ଉଭୟ ଖେଳାଳି ଟି-୨୦ ଅନ୍ତର୍ଜାତୀୟ ଓ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଥିବା ବେଳେ ଦିନିକିଆ କ୍ରିକେଟ୍ ଖେଳ ଜାରି ରଖିଛନ୍ତି । ତେଣୁ ଆଗାମୀ ବିଶ୍ୱକପ୍ ପୂର୍ବରୁ ଉଭୟଙ୍କ ଫିଟନେସ୍ ଓ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫର୍ମକୁ ଫେରୁଛନ୍ତି ରୋହିତ, ରନ୍ କରୁଛନ୍ତି କୋହଲି
ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ପୂର୍ବରୁ ତାଙ୍କ ଦିନିକିଆ କ୍ୟାରିୟର ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଲର୍ଡସ୍ରେ ତାଙ୍କ ଶତକ ସମାଲୋଚକଙ୍କୁ କିଛି ମାତ୍ରାରେ ଚୁପ୍ କରାଇଥିଲା । ଅନ୍ୟପଟେ ବିରାଟ କୋହଲି ଦିନିକିଆ କ୍ରିକେଟ୍ରେ ନିୟମିତ ଭାବେ ରନ୍ ସଂଗ୍ରହ କରି ଆସୁଛନ୍ତି ।
ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଉଭୟଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ । ୨୦୨୭ ବିଶ୍ୱକପ୍ ପାଇଁ ଦଳ ଗଠନ କରିବାରେ ଏହି ପ୍ରଦର୍ଶନ ଗୁରୁତ୍ୱ ବହନ କରିପାରେ ।
ଶୁବମନ ଗିଲ୍ଙ୍କୁ ମିଳିବ ଅଭିଜ୍ଞ ଖେଳାଳିଙ୍କ ସହଯୋଗ
ବିସିସିଆଇ ସଭାପତି ମିଥୁନ ମନହାସ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ଙ୍କୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି । ତାଙ୍କ ମତରେ, ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଗିଲ୍ଙ୍କୁ ବଡ଼ ଟୁର୍ଣ୍ଣାମେଣ୍ଟରେ ସହାୟତା କରିବ । ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ଶୁବମନ ଗିଲ୍ ନିଜର ନେତୃତ୍ୱ ଦକ୍ଷତା ପ୍ରମାଣ କରିସାରିଛନ୍ତି। ଭାରତୀୟ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି ।
ମନହାସଙ୍କ ମତରେ, ଦଳରେ ଦାୟିତ୍ୱ ବଣ୍ଟନ ହେବା ଜରୁରୀ । ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାହ ବୋଲିଂ ବିଭାଗର ନେତୃତ୍ୱ ନେଇପାରିବେ । ଅନ୍ୟ ଖେଳାଳିମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ତୁଲାଇବା ସହ ଗିଲ୍ଙ୍କୁ ସହଯୋଗ କରିପାରିବେ । ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ବଡ଼ ମ୍ୟାଚ୍ରେ ଠିକ୍ ନିଷ୍ପତ୍ତି ନେବାରେ ଗିଲ୍ଙ୍କୁ ସାହାଯ୍ୟ କରିବ ।
ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ସିରିଜ୍ ଗୁରୁତ୍ୱପୂର୍ଣ୍ଣ
ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏହି ଗସ୍ତରେ ଟି-୨୦, ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଏଥିରେ ନଭେମ୍ବର ୪ରୁ ୧୫ ତାରିଖ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବାର ସୂଚନା ରହିଛି । ଦିନିକିଆ ବିଶ୍ବକପ୍ ପୂର୍ବରୁ ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।

Related Topics
Explore more stories