Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sreesanth Advice to BCCI / ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବିରାଟ କୋହଲିଙ୍କୁ ଖେଳାଅ, BCCIକୁ ଶ୍ରୀସନ୍ଥଙ୍କ ବଡ଼ ପରାମର୍ଶ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବିରାଟ କୋହଲିଙ୍କୁ ଖେଳାଅ, BCCIକୁ ଶ୍ରୀସନ୍ଥଙ୍କ ବଡ଼ ପରାମର୍ଶ
virat-vaibhav

Key Points

ଅଲିମ୍ପିକ୍ ଗୋଲ୍ଡ ଜିତିବାକୁ ଶ୍ରୀସନ୍ଥଙ୍କ ବଡ଼ ଫର୍ମୁଲା
ସ୍ୱର୍ଣ୍ଣ ପଦକ ପାଇଁ ବିରାଟ-ବୈଭବ କମ୍ବିନେସନ୍
BCCIକୁ ଶ୍ରୀସନ୍ଥଙ୍କ ସୁପାରିଶ
୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ୍‌ । ୨୦୨୮ରେ ଲସ୍‌ ଆଞ୍ଜେଲସ୍‌ରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍‌କୁ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି । ଟି-୨୦ ଫର୍ମାଟ୍‌ରେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌ ଖେଳାଯିବ । ତେବେ ଏହି ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ପାଇଁ ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି । ତେବେ ଏସବୁ ମଧ୍ୟରେ ଦୁଇଟି ବିଶ୍ବକପ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ ବିସିସିଆଇ ଚୟନକର୍ତ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

ଶ୍ରୀସନ୍ଥ କହିଛନ୍ତି ଯେ, ଭାରତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତା'ର ସବୁଠାରୁ ଶକ୍ତିଶାଳୀ ଦଳକୁ ପଡ଼ିଆକୁ ଓହ୍ଲାଇବା ଉଚିତ୍ । ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପାଇଁ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ବିଚାର କରାଯିବା ଉଚିତ । ସେ କହିଛନ୍ତି ଯେ ଅଭିଜ୍ଞ ବିରାଟ କୋହଲି ଏବଂ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ଯୋଡ଼ି ଭାରତୀୟ ଦଳ ପାଇଁ ଏକ ସନ୍ତୁଳନ ସୃଷ୍ଟି କରିପାରିବେ ।

ଏକ ସାକ୍ଷାତକାରରେ ଆଲୋଚନା ସମୟରେ ଶ୍ରୀସନ୍ଥ କହିଛନ୍ତି, "ବିରାଟ ଭାରତୀୟ କ୍ରିକେଟ୍ ପାଇଁ ଯାହା କରିଛନ୍ତି ତାହା ଅବିଶ୍ୱସନୀୟ । ଯଦି ଅଲିମ୍ପିକ୍ସ ସ୍ୱର୍ଣ୍ଣ କଥା ଆସେ, ତେବେ ମୁଁ ଅନୁରୋଧ କରିବି ଯେ ବିରାଟ ଟିମ୍‌ରେ ଖେଳିବା ଉଚିତ୍ । ବରିଷ୍ଠ ଏବଂ ଜୁନିଅର ଖେଳାଳିଙ୍କ ଏହି ମିଶ୍ରଣ ଚମତ୍କାର ହେବ ।''

ସେ ଆହୁରି କହିଛନ୍ତି, "ଚୟନକର୍ତ୍ତାମାନେ ବିରାଟ କୋହଲିଙ୍କୁ ଟି-୨୦ ଦଳରେ ରଖିବା ଉଚିତ । ତାଙ୍କ ଫିଟନେସ୍ ଦେଖନ୍ତୁ। ଏହି ବକ୍ତବ୍ୟ ବିବାଦୀୟ ହୋଇପାରେ, କିନ୍ତୁ ମୁଁ ଚୟନକର୍ତ୍ତାମାନଙ୍କୁ ଅନୁରୋଧ କରିବି କି ସେମାନେ ଅଲିମ୍ପିକ୍ସ ପାଇଁ ବିରାଟଙ୍କୁ ଟିମ୍‌ରେ ସାମିଲ କରନ୍ତୁ ।

ସୂଚନା ଅନୁସାରେ, ବିରାଟ କୋହଲି ୨୦୨୪ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇବା ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ଜିତିବା ପରେ ସେ ତାଙ୍କ ଟି-୨୦ କ୍ୟାରିୟରର ଅଲବିଦା କହିଥିଲେ ।

ଅନ୍ୟପକ୍ଷରେ, ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ ନାମ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ, ସେ ୨୦୨୬ ଆଇପିଏଲ୍‌ରେ ୭୭୬ ରନ୍ ସହିତ ସର୍ବାଧିକ ରନ୍ ସ୍କୋରରଙ୍କ ଆଖ୍ୟା ଅର୍ଜନ କରିଥିଲେ । ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଚୟନକର୍ତ୍ତାମାନଙ୍କୁ ପ୍ରଭାବିତ କରିଥିଲା ​​ଏବଂ ଯାହାଫଳରେ ଆର୍ୟାଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sreesanth Urges BCCI to Pair Virat Kohli With Vaibhav Sooryavanshi | Argus News