Virat Kohli / ଅବସର ନା ବିଶ୍ବକପ୍ ପ୍ରସ୍ତୁତି ? ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଭାଇରାଲ ହେଉଛି କୋହଲିଙ୍କ ପୋଷ୍ଟ

Key Points
ଅକ୍ଟୋବର ୧୯ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ସିରିଜ୍ । ଏହା ପୂର୍ବରୁ ଭାଇରାଲ ହେଲା କୋହଲିଙ୍କ ପୋଷ୍ଟ । ଅବସର ନା ବିଶ୍ବକପ୍ ପ୍ରସ୍ତୁତି ବଢ଼ିଲା ଚର୍ଚ୍ଚା ।
ଅକ୍ଟୋବର ୧୯ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି ଟିମ୍ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ପ୍ରଶଂସକ ବିରାଟଙ୍କ ଏହି ପୋଷ୍ଟକୁ ୨୦୨୭ ଦିନିକିଆ ବିଶ୍ବକପ୍ ସହ ମଧ୍ୟ ଯୋଡ଼ୁଛନ୍ତି ।
କୋହଲି ଲେଖିଛନ୍ତି, "ଯେତେବେଳେ ଆପଣ ହାର ମାନିବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ହିଁ ଆପଣ ପ୍ରକୃତରେ ବିଫଳ ହୁଅନ୍ତି''। ବିରାଟଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ପ୍ରଶଂସକମାନେ ଏହାର ଅର୍ଥ କ'ଣ ହୋଇପାରେ ତାହା ଉପରେ ବିତର୍କ କରୁଛନ୍ତି । କେତେକ କହୁଛନ୍ତି କୋହଲି ଅବସର ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ, କୋହଲିଙ୍କ ଆଉ କିଛି ପ୍ରଶଂସକମାନେ ଲେଖିଛନ୍ତି ଯେ ସେ ୨୦୨୭ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
The only time you truly fail, is when you decide to give up.
📱 Get Argus News App
✨ସୂଚନା ଅନୁସାରେ, ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ୨୩ ଅକ୍ଟୋବରରେ ଆଡିଲେଡ୍ ଓ ତୃତୀୟ ତଥା ଶେଷ ମ୍ୟାଚ୍ ୨୫ ଅକ୍ଟୋବରରେ ସିଡନୀରେ ଖେଳାଯିବ । ଯଦି ବିରାଟ କୋହଲିଙ୍କ କଥା କହିବା ତେବେ ସେ ଗତ ବର୍ଷ ଟି-୨୦ ବିଶ୍ବକପ୍ ଜିତିବା ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ: ନୋ ହ୍ୟାଣ୍ଡସେକ୍ ବିବାଦରେ ନୂଆ ମୋଡ୍, ଭାରତୀୟ କ୍ରିକେଟରଙ୍କ ମଜାକ୍ ଉଡ଼ାଇଲେ ଅଷ୍ଟ୍ରେଲିଆ ଖେଳାଳି
ସେହିପରି କୋହଲି ଚଳିତ ବର୍ଷ ମେ' ୧୦ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଏବେ ସେ କେବଳ ଦିନିକିଆରେ ଭାରତ ପାଇଁ ଖେଳୁଛନ୍ତି । ଚଳିତ ବର୍ଷ ଚାମ୍ପିଆନ୍ସ ଟ୍ରଫିରେ ବିରାଟ କୋହଲି ଶେଷ ଥର ପାଇଁ ଦିନିକିଆ କ୍ରିକେଟରେ ନଜର ଆସିଥିଲେ । ଏବେ, କୋହଲି ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଖେଳୁଥିବାର ଦେଖିବାକୁ ମିଳିବ । କେବଳ ବିରାଟ ନୁହଁନ୍ତି ରୋହିତ ଶର୍ମା ମଧ୍ୟ ଚାମ୍ପିଆନ୍ସ ଟ୍ରଫି ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ଖେଳୁଥିବାର ନଜର ଆସିବେ । କୋହଲି ଏବଂ ରୋହିତ ନୂତନ ODI ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବେ ।
Related Topics
Explore more stories