Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Retirement / IPLରୁ ଅବସର ନେବେ ବିରାଟ କୋହଲି ? RCB ସହ ଏପର୍ଯ୍ୟନ୍ତ କରିନାହାନ୍ତି କମର୍ସିଆଲ୍ ଡିଲ୍...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
IPLରୁ ଅବସର ନେବେ ବିରାଟ କୋହଲି ? RCB ସହ ଏପର୍ଯ୍ୟନ୍ତ କରିନାହାନ୍ତି କମର୍ସିଆଲ୍ ଡିଲ୍...

Key Points

ଆଇପିଏଲରୁ ଅବସର ନେବେ ବିରାଟ କୋହଲି । ଏହି କମର୍ସିଆଲ ଡିଲ୍‌ରେ ଏପର୍ଯ୍ୟନ୍ତ କରିନାହାନ୍ତି ସାଇନ୍ । ଏହାକୁ ନେଇ ବଢ଼ିଲା ଚର୍ଚ୍ଚା ।

IPLର ନୂଆ ସିଜିନ୍‌ ଆରମ୍ଭ ହେବାକୁ ଏବେ ବହୁତ ସମୟ ବାକି ରହିଛି । କିନ୍ତୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହୋଇପାରେ ମିନି ଅକ୍ସନ । ଏଥିପାଇଁ ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କ ରିଟେନସନ୍ ଲିଷ୍ଟ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।


ତେବେ IPLର ପରବର୍ତ୍ତୀ ସିଜିନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଷ୍ଟାର କ୍ରିକେଟର ବିରାଟ କୋହଲି ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍ ସହିତ ଏକ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିନାହାଁନ୍ତି । ଚର୍ଚ୍ଚା ହେଉଛି କି କୋହଲି ଏବଂ ଆରସିବି ଫ୍ରାଞ୍ଚାଇଜ୍‌ ମଧ୍ୟରେ ସବୁକିଛି ଠିକ୍ ନାହିଁ । IPL ଆରମ୍ଭ ହେବା ଦିନଠାରୁ କୋହଲି RCB ସହିତ ଅଛନ୍ତି । IPL ମିନି-ନିଲାମ ପୂର୍ବରୁ କୋହଲିଙ୍କ ନୂତନ ଚୁକ୍ତି ସ୍ୱାକ୍ଷର ନକରିବା କୋହଲିଙ୍କ ଫ୍ରାଞ୍ଚାଇଜ୍ ଛାଡ଼ିବା କିମ୍ବା ଆଇପିଏଲରୁ ଅବସର ନେବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।


ତେବେ ବିଗତ କିଛି ଦିନ ଲାଗିରହିଥିବା ଏହି ଚର୍ଚ୍ଚାକୁ ଖାରଜ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ସେ କହିଛନ୍ତି ଯେ RCB ସହିତ ଏକ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିବାରେ କୋହଲିଙ୍କ ବିଫଳତା ଏକ ସଙ୍କେତ ହୋଇପାରେ ଯେ ଦଳର ମାଲିକାନା ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇପାରେ । ତାଙ୍କ ୟୁଟ୍ୟୁବ୍ କୈଫ୍ କହିଛନ୍ତି ଯେ କୋହଲି ଆଇପିଏଲରେ କେବେ ବି ଦଳ ପରିବର୍ତ୍ତନ କରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋହଲିଙ୍କ ଅବସର ସମ୍ପର୍କରେ କୈଫ୍ କହିଛନ୍ତି ଯେ ବିରାଟ କୋହଲି କେବଳ ବାଙ୍ଗାଲୋର ପାଇଁ ତାଙ୍କର ପ୍ରଥମ ଏବଂ ଶେଷ ମ୍ୟାଚ୍ ଖେଳିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ସେହି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ଏହାକୁ ପାଳନ ମଧ୍ୟ କରିଛନ୍ତି । କିନ୍ତୁ ଲୋକମାନେ କହୁଛନ୍ତି ଯେ ସେ କୌଣସି ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିନାହାଁନ୍ତି । ସୂଚନା ଅନୁସାରେ ଆଇପିଏଲରେ ଦୁଇ ପ୍ରକାରର ଚୁକ୍ତି ଅଛି । ପ୍ରଥମତଃ ଖେଳାଳି ଚୁକ୍ତି ଏବଂ ଦ୍ବିତୀୟତଃ ବାଣିଜ୍ୟିକ ଚୁକ୍ତି ।

ଅଧିକ ପଢ଼ନ୍ତୁ: ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ଆଜି ନେଲେ ଶପଥ

ସେପଟେ ଅକ୍ଟୋବର ୧୯ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି ଟିମ୍ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ପ୍ରଶଂସକ ବିରାଟଙ୍କ ଏହି ପୋଷ୍ଟକୁ ୨୦୨୭ ଦିନିକିଆ ବିଶ୍ବକପ୍ ସହ ମଧ୍ୟ ଯୋଡ଼ୁଛନ୍ତି ।


କୋହଲି ଲେଖିଛନ୍ତି, "ଯେତେବେଳେ ଆପଣ ହାର ମାନିବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ହିଁ ଆପଣ ପ୍ରକୃତରେ ବିଫଳ ହୁଅନ୍ତି''। ବିରାଟଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ପ୍ରଶଂସକମାନେ ଏହାର ଅର୍ଥ କ'ଣ ହୋଇପାରେ ତାହା ଉପରେ ବିତର୍କ କରୁଛନ୍ତି । କେତେକ କହୁଛନ୍ତି କୋହଲି ଅବସର ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ, କୋହଲିଙ୍କ ଆଉ କିଛି ପ୍ରଶଂସକମାନେ ଲେଖିଛନ୍ତି ଯେ ସେ ୨୦୨୭ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।


Related Topics

Explore more stories

Sponsored
Kaif Reacts to Kohli’s IPL Exit Rumors, Clears RCB Speculation | Argus News