Virat and Rohit / ବିରାଟ କୋହଲି ନା ରୋହିତ ଶର୍ମା, କିଏ କରନ୍ତି ଅଧିକ ରୋଜଗାର…
·8 months ago·2 min read

Key Points
ରୋହିତ ଶର୍ମା ନା ବିରାଟ କୋହଲି । କାହା ଦରମା ଅଧିକ । ପ୍ରତି ମ୍ୟାଚରେ ଉଭୟଙ୍କୁ ମିଳେ କେତେ ଟଙ୍କା ?
ଭାରତର କ୍ରିକେଟ ଦଳର ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା । ଏହି ଦୁଇ ଷ୍ଟାର କ୍ରିକେଟର ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କର କଠିନ ପରିଶ୍ରମ ଏବଂ ଖେଳ ମାଧ୍ୟମରେ, ଉଭୟ ଖେଳାଳି ଭାରତୀୟ କ୍ରିକେଟକୁ କେବଳ ନୂତନ ଉଚ୍ଚତାରେ ପହଞ୍ଚାଇ ନାହାଁନ୍ତି ବରଂ ସାରା ବିଶ୍ୱର କ୍ରୀଡ଼ା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବିରାଟ ଏବଂ ରୋହିତଙ୍କ ଖେଳକୁ ନେଇ ନୁହେଁ ବରଂ ସେମାନଙ୍କର ବ୍ୟକ୍ତିଗତ ଜୀବନ ଏବଂ ରୋଜଗାର ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା ହୁଏ।
ଭାରତରେ କ୍ରିକେଟ୍ର ଏତେ କ୍ରେଜ୍ ଯେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସେମାନଙ୍କର ପ୍ରିୟ ଖେଳାଳିମାନେ କେତେ ରୋଜଗାର କରନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ତୁଳନା ଏବଂ ବିତର୍କ ପ୍ରାୟତଃ ସୋସିଆଲ ମିଡିଆରେ ଦେଖାଯାଏ । ବିଶେଷକରି କିଏ ଅଧିକ ରୋଜଗାର କରନ୍ତି ଏହି ପ୍ରଶ୍ନ । ଆସନ୍ତୁ ଜାଣିବା ବିରାଟ କୋହଲି ପ୍ରତି ମ୍ୟାଚ୍ରେ କେତେ ରୋଜଗାର କରନ୍ତି ଏବଂ ସେ ରୋହିତ ଶର୍ମାଙ୍କ ତୁଳନାରେ କେତେ ଅଧିକ କିମ୍ବା କମ୍ ରୋଜଗାର କରନ୍ତି ।
ବିରାଟ କୋହଲିଙ୍କ ମ୍ୟାଚ୍ ଫି
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏହାର ଖେଳାଳିମାନଙ୍କୁ ଚାରୋଟି ଗ୍ରେଡରେ ବିଭକ୍ତ କରେ: A+, A, B, ଏବଂ C । A+ ଗ୍ରେଡରେ କେବଳ ଚାରି ଜଣ ଖେଳାଳି ଅନ୍ତର୍ଭୁକ୍ତ । ଏହି ଚାରି ଜଣ ଖେଳାଳି ହେଉଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବୀନ୍ଦ୍ର ଜାଡେଜା । ଏହି ଗ୍ରେଡର ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ଦରମା ପାଆନ୍ତି । ଏହା ସହିତ, ପ୍ରତ୍ୟେକ ଫର୍ମାଟ ଅନୁସାରେ ମ୍ୟାଚ୍ ଫି ମଧ୍ୟ ପ୍ରଦାନ କରାଯାଏ । ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ ଲକ୍ଷ, ପ୍ରତି ଦିନିକିଆ ମ୍ୟାଚ୍ ପାଇଁ ୬ ଲକ୍ଷ ଓ ପ୍ରତି T20 ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ । ଏପରିସ୍ଥିତିରେ ଯଦି ବିରାଟ କୋହଲି ଏବ ରୋହିତ ଶର୍ମା ଏକ ଦିନିକିଆ ମ୍ୟାଚ୍ ଖେଳନ୍ତି ତେବେ ସେମାନଙ୍କୁ ମ୍ୟାଚ୍ ଫି’ ବାବଦରେ ୬ ଲକ୍ଷ ଟଙ୍କା ମିଳେ ।
ବିରାଟ କୋହଲି ଏବଂ ରୋହିତ ଶର୍ମା ଉଭୟ A+ ଗ୍ରେଡରେ ଥିବାରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସହିତ ସମାନ ମ୍ୟାଚ୍ ଫି ପାଆନ୍ତି, ଅର୍ଥାତ୍ ସେମାନେ ଏକ ODI ଖେଳିବା ପାଇଁ ସମାନ ଫି ପାଆନ୍ତି । କିନ୍ତୁ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍ରୁ ଭଲ ରୋଜଗାର କରନ୍ତି । ବିରାଟ କୋହଲିଙ୍କୁ ଆଇପିଏଲ ୨୦୨୫ରେ ୨୧ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଟେନ୍ କରିଥିଲା । ସେହପରି ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୫ ଆଇପିଏଲ ସିଜିନ୍ ପାଇଁ ୧୬.୩୫ କୋଟି ଟଙ୍କାରେ ରିଟେନ୍ କରିଥିଲା । ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ଆୟ ପ୍ରାୟ ୨୦୯ କୋଟି ହୋଇଥିବା ବେଳେ ରୋହିତ ଶର୍ମାଙ୍କ ମୋଟ ଆୟ ପ୍ରାୟ ୨୧୦ କୋଟି ଟଙ୍କା । ରୋହିତ ଶର୍ମା ଆଇପିଏଲ ଆୟରେ ବିରାଟଙ୍କଠାରୁ ୧.୭ କୋଟି ଆଗୁଆ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories