Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏଲ ପୂର୍ବରୁ ସ୍ବଦେଶ ଫେରିଲେ ବିରାଟ

Sports

ଆଇପିଏଲ ପୂର୍ବରୁ ସ୍ବଦେଶ ଫେରିଲେ ବିରାଟ

Ritu Das
Browse all articles by Ritu Das
·2 years ago·2 min read
ଆଇପିଏଲ ପୂର୍ବରୁ ସ୍ବଦେଶ ଫେରିଲେ ବିରାଟ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭାରତ ଫେରିଛନ୍ତି। କୋହଲି ଏବଂ ଅନୁଷ୍କା ନିକଟରେ ତାଙ୍କ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ଫେବୃଆରୀ ଶେଷ ସପ୍ତାହରେ  ଅନୁଷ୍କା ଶର୍ମା  ପୁତ୍ର ଅକାୟ କୋହଲିଙ୍କୁ ଜନ୍ମ ଦେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବା ଆଇପିଏଲରେ ବିରାଟ ନଜର ଆସିବେ। ମୁମ୍ବାଇରେ ପହଞ୍ଚିବା ପରେ କୋହଲି ଖୁବ୍ ଶୀଘ୍ର ଆରସିବି କ୍ୟାମ୍ପରେ ଯୋଗଦେବେ ଯେଉଁଠାରେ ତାଙ୍କର ଅନ୍ୟ ଖେଳାଳିମାନେ ତାଲିମ ନେଉଛନ୍ତି। ପ୍ରାୟ ଦୁଇମାସ ପରେ କୋହଲି ଦେଶକୁ ଫେରିଛନ୍ତି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବ୍ୟକ୍ତିଗତ କାରଣ ଦର୍ଶାଇ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଜଣାପଡ଼ିଲା ପତ୍ନୀ ଅନୁଷ୍କା ମା' ହେବାକୁ ଯାଉଥିବାରୁ କୋହଲି ଛୁଟିରେ ଥିଲେ। ପତ୍ନୀଙ୍କ ସହ ଲଣ୍ଡନରେ ଥିଲେ।  ଆଇପିଏଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ଟ୍ୱିଟ କରି କହିଛନ୍ତି, 'ବିରାଟ କୋହଲି ଫେରିଛନ୍ତି। ମାର୍ଚ୍ଚ 22 ରେ ଭାରତରେ CSK ବିପକ୍ଷରେ ପ୍ରଥମ ଆଇପିଏଲ୍ ମ୍ୟାଚ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିରେ ପ୍ରଥମ ମ୍ୟାଚ ସିଏସକେ ସହ ଆରସିବିର ଅଛି। ଯାହାକୁ ଦେଖିବାକୁ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଛନ୍ତି ।

ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ

କୋହଲି ରବିବାର ମୁମ୍ବାଇରେ ପହଞ୍ଚି ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବୋଲି ଆଶା କରାଯାଉଛି। ଆରସିବି ଏପର୍ଯ୍ୟନ୍ତ ଆଇପିଏଲ ଟାଇଟଲ୍ ଜିତିନାହିଁ। ଗତ ଆଇପିଏଲ୍ ସିଜନରେ କୋହଲି 639 ରନ୍ ସ୍କୋର କରିଥିଲେ। ବିରାଟ କୋହଲି ଆରସିବିର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ସେ ଆଇପିଏଲର ଶେଷ ସିଜନରେ 639 ରନ୍ ସ୍କୋର କରିଥିଲେ। ଆଇପିଏଲର 16 ତମ ସିଜନରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି। କୋହଲିଙ୍କ ବ୍ୟତୀତ ଆରସିବିରେ କ୍ୟାମେରନ୍ ଗ୍ରୀନ୍ ରୂପରେ ଏକ ଉତ୍କୃଷ୍ଟ ଅଲରାଉଣ୍ଡର ଥିବାବେଳେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମଧ୍ୟ ଦମଦାର ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ ରହିଛି। 
 

Sponsored
Virat returned | Argus News