Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ

Sports

୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ

Key Points

  • ବିଜୟ ଦେଲେ ମୁହଁ ଚୁପ୍ କଲେ ବିରାଟ୍ 
  • ବିରାଟ୍ ଙ୍କ ଦମଦାର ଇନିଂସ ସମାଲୋଚକ ଚୁପ୍
  • ବିରାଟ୍ ଙ୍କ ବିରାଟ୍ ଇନିଂସ ସମାଲୋଚକ ଚୁପ୍
  • ୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ

ଅର୍ଗସ ବ୍ୟୁରୋ :ଆଇପିଏଲର ୧୭ତମ ସଂସ୍କରଣରେ ଦେଖିବାକୁ ମିଳୁଛି ସୁପର ଫାଇଟ୍। କିଛି ଦିନ ପୂର୍ବରୁ ଲଗାତାର ମ୍ୟାଚ୍ ହାରୁଥିବା ରୟାଲ‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦୁଇଟି ମ୍ୟାଚ୍ ଜିତିଛି।  ଏନେଇ ଆରସିବି ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି। ଏହି ଖୁସି ପଛରେ ରହିଛନ୍ତି ରନ୍ ମେସିନ ବିରାଟ୍ କୋହଲି। ଆଇପିଏଲରେ ଗର୍ଜୁଛି ବିରାଟଙ୍କ ବ୍ୟାଟ୍। ସେ ଆରେଞ୍ଜ କ୍ୟାପ୍ ହୋଲ୍ଡର ମଧ୍ୟ ରହିଛନ୍ତି । ଚଳିତ ସିଜିନରେ ସେ ଗୋଟିଏ ଶତକ ସହ ୪ଟି ଅର୍ଦ୍ଧଶତକ ମାରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭୧.୪୨ ହାରରେ ୫୦୦ ରନ୍ ସଂଗ୍ରହ କରିସାରିଛନ୍ତି। ମାତ୍ର ଏହା ସର୍ତ୍ତେ ମଧ୍ୟ କୋହଲିଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ସମାଲୋଚକ ପ୍ରଶ୍ନ ଉଠାଇଥିବାବେଳେ ସେ ସ୍ପିନରଙ୍କ ବିରୋଧରେ ଭଲ ଖେଳିପାରୁ ନାହାନ୍ତି ଓ ତାଙ୍କ ଷ୍ଟ୍ରାଇକ୍ ରେଟ୍ ନିମ୍ନ ମାନର ବୋଲି  ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ କରାଯାଇଥିଲା।

ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

ମାତ୍ର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୧୬୦ ଷ୍ଟ୍ରାଇକ୍ ରେଟ୍ରେ ୭୦ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ଓ ଆରସିବି ଏହି ମ୍ୟାଚକୁ ୯ ୱିକେଟ୍ ରେ ଜିତିନେଇଥିଲା। ଏହି ମ୍ୟାଚ୍ ଜିତି ସମାଲୋଚକ ମୁହଁବନ୍ଦ କରିଥିଲେ ବିରାଟ୍। ମ୍ୟାଚ୍ ଜିତାଇବା ପରେ ବିରାଟ୍ କହିଥିଲେ କ୍ରିକେଟରଙ୍କ କିଛି ଆତ୍ମସମ୍ମାନ ରହିଛି ସେଥିପାଇଁ ସେ ଖେଳୁଛନ୍ତି । ୧୫ ବର୍ଷ ହେଲା ଟିମରେ ରହି ମ୍ୟାଚ ଜିତାଉଛି ଏବଂ ଖେଳୁଛି ଆତ୍ମସମ୍ମାନ ପାଇଁ  ବୋଲି କହିଥିଲେ ଯାହା ଅନେକ ବରିଷ୍ଠ କ୍ରିକେଟରଙ୍କ ସମେତ ସମାଲୋଚକଙ୍କ ମୁହଁ ବନ୍ଦ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat's strong innings at a strike rate of 160 | Argus News