Videos
|
Sports

Sehwag Yamraj Look / ଯମରାଜ ଲୁକ୍‌ରେ ବିରେନ୍ଦ୍ର ସେହୱାଗ ! ହଠାତ୍ କାହିଁକି ବଦଳାଇଲେ ଅବତାର ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଯମରାଜ ଲୁକ୍‌ରେ ବିରେନ୍ଦ୍ର ସେହୱାଗ ! ହଠାତ୍ କାହିଁକି ବଦଳାଇଲେ ଅବତାର ?
Sehwag Yamraj Look

Key Points

କେବେ ଯମରାଜ, କେବେ ନ୍ୟୁଟନ୍…
ସେହୱାଗଙ୍କ ନୂଆ ଅବତାର ପଛରେ କ’ଣ ରହସ୍ୟ ?
ସେହୱାଗଙ୍କ ଅଜବ ଲୁକ୍ ଦେଖି ଚକିତ ଫ୍ୟାନ୍ସ !
ଦିନ ଥିଲା କ୍ରିକେଟ୍‌ ମଇଦାନରେ ଚୌକା-ଛକା ବର୍ଷା କରି ଚର୍ଚ୍ଚାରେ ରହୁଥିଲେ । ଏବେ କିନ୍ତୁ ନିଜର ନୂଆ ଅବତାରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ । ସୋସିଆଲ୍ ମିଡିଆରେ ସେହୱାଗଙ୍କ କିଛି ଅଜବ ଓ ରୋଚକ ଫଟୋ ଭାଇରାଲ୍ ହେଉଛି, ଯାହା ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ନିକଟରେ ବିରେନ୍ଦ୍ର ସେହୱାଗ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଯମରାଜଙ୍କ ଲୁକ୍‌ରେ କିଛି ଫଟୋ ସେୟାର କରିଥିଲେ । ଏହା ପୂର୍ବରୁ ସେ ନ୍ୟୁଟନ୍‌ଙ୍କ ଭଳି ସେଓ ତଳକୁ ପଡ଼ିବାକୁ ଅପେକ୍ଷା କରୁଥିବା ଅନ୍ଦାଜରେ ମଧ୍ୟ ଫଟୋ ପୋଷ୍ଟ କରିଥିଲେ । ଏହା ସହିତ ଡାକ୍ତର ଓ ସ୍କୁଲ୍ ଶିକ୍ଷକଙ୍କ ରୂପରେ ମଧ୍ୟ ସେହୱାଗଙ୍କୁ ଦେଖିବାକୁ ମିଳିଛି ।
ସେହୱାଗଙ୍କ ଏହି ଭିନ୍ନ ଭିନ୍ନ ଅବତାର ଦେଖି ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି—ସେ ହଠାତ୍ ଏତେ ଭିନ୍ନ ରୂପ କାହିଁକି ଧାରଣ କରୁଛନ୍ତି ?

ତେବେ ସେହଓ୍ବାଗଙ୍କ ନୂଆ ଅବତାର ପଛରେ ରହିଛି ଏକ ନୂଆ ଟିଭି ଓ ଓଟିଟି ପ୍ରୋଜେକ୍ଟ । ବିରେନ୍ଦ୍ର ସେହୱାଗ ଏବେ ରିଅଲିଟି ଶୋ ‘ରାଇଜ୍ ଆଣ୍ଡ ଫଲ୍ ସିଜନ୍ ୨’ର ହୋଷ୍ଟ ଭାବେ ନଜର ଆସିବେ । ଶୋ’ର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେହୱାଗଙ୍କ ଏହି ଅନନ୍ୟ ଅବତାର ଦେଖିବାକୁ ମିଳୁଛି । MX Playerରେ ସେପ୍ଟେମ୍ବର ୨୬ରୁ ଏହି ଶୋ’ ଆରମ୍ଭ ହେବାକୁ ଥିବା ବେଳେ ସେହୱାଗଙ୍କୁ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜରେ ଦେଖିବାକୁ ମିଳିବ ।

ଏହି ଶୋ’ର ପ୍ରଥମ ଚାରିଜଣ ପ୍ରତିଯୋଗୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତ୍ରୀ ସ୍ୱରା ଭାସ୍କର, ରିଅଲିଟି ଶୋ’ର ପରିଚିତ ଚେହେରା ପ୍ରିୟଙ୍କା ଚାହର ଚୌଧୁରୀ, ଟିଭି ଅଭିନେତା କରଣ ପଟେଲ ଏବଂ ରାଜନୈତିକ ବିଶ୍ଳେଷକ ତଥା କମେଣ୍ଟେଟର ଶେହଜାଦ ପୁନାୱାଲା ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘ରାଇଜ୍ ଆଣ୍ଡ ଫଲ୍’ର ଖେଳ ପାୱାର, ରଣନୀତି ଓ ଗେମ୍ ପ୍ଲାନ୍ ଉପରେ ଆଧାରିତ । ଏଠାରେ ପ୍ରତିଯୋଗୀମାନେ କେତେବେଳେ ‘ଶାସକ’ ବା ରାଜା ହେବେ, ତ ଆଉ କେତେବେଳେ ‘ୱର୍କର’ ଭାବେ କାମ କରିବାକୁ ପଡ଼ିବ । ଶୋ’ରେ ରହିବା ପାଇଁ ପ୍ରତିଯୋଗୀମାନଙ୍କୁ ସମୟ ଓ ପରିସ୍ଥିତି ଅନୁଯାୟୀ ନିଜ ରଣନୀତି ବଦଳାଇବାକୁ ପଡ଼ିବ ।
ପୂର୍ବ ସିଜନ୍‌ରେ ଅଭିନେତା ଅର୍ଜୁନ ବିଜଲାନୀ ଜଣେ ‘ୱର୍କର’ ଭାବେ ଯାତ୍ରା ଆରମ୍ଭ କରି ଶେଷରେ ଶୋ’ର ବିଜେତା ହୋଇଥିଲେ । ଏବେ ସେହୱାଗଙ୍କ ହୋଷ୍ଟିଂରେ ସିଜନ୍ ୨ର ଖେଳ କେତେ ରୋମାଞ୍ଚକର ହେବ, ତାହା ଦେଖିବାକୁ ଦର୍ଶକଙ୍କ ନଜର ରହିଛି ।