ସୋସିଆଲ ମିଡିଆରେ ଏବେ ବି ବିରୁଷ୍କାଙ୍କ ବିବାହ ଫଟୋ ଟ୍ରେଣ୍ଡିଂରେ

ଅର୍ଗସ ବ୍ୟୁରୋ: ଆଜି ହେଉଛି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ବାର୍ଷିକୀ। ଉଭୟଙ୍କ ବିବାହ ଦିନ କୌଣସୀ ପରୀ ରାଇଜର କାହାଣୀ ଠୁ କମ ନୁହେଁ। ଉଭୟ ବିରାଟ ଏବଂ ଅନୁଷ୍କା ଇଟାଲୀରେ 2017 ମସିହାରେ ସିକ୍ରେଟଲି ବିବାହ କରିଥିଲେ। ଯାହାଥିଲା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ। କ୍ଲୋଜ ରିଲେଟିଭସ ଏବଂ ଫ୍ୟାମିଲି ମେମ୍ବରଙ୍କ ଉପସ୍ଥିତିରେ ଦୁହିଁଙ୍କର ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଆଜି ସେମାନଙ୍କ ବିବାହକୁ ୬ବର୍ଷ ପୁରିଛି। ଦୁହେଁ ଦୁହିଁଙ୍କୁ ଯେପରି ସପୋର୍ଟ କରନ୍ତି ତାହା ଅନ୍ୟମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ।
ସବୁ ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ସାଥୀରେ ଛିଡ଼ା ହୋଇଥାନ୍ତି। ଆଉ ଏହାହିଁ ହେଉଛି ପତିପତ୍ନୀଙ୍କ ସୁନ୍ଦର ବଣ୍ଡିଂ। ବିରାଟଙ୍କ କ୍ରିକେଟରେ ଫର୍ମ ନ ଥିଲାବେଳେ ମଧ୍ୟ ସେ ଜଣେ ଭଲ ସପୋର୍ଟର ଭାବେ ତାଙ୍କୁ ଆତ୍ମବିଶ୍ବାସ ଦେଇଥାନ୍ତି।
ବିରାଟ ସବୁବେଳେ କ୍ରିକେଟରେ ଭଲ ପ୍ରଦର୍ଶନର ଶ୍ରେୟ ଅନୁଷ୍କଙ୍କୁ ଦେଇଥାନ୍ତି। ବିରାଟ ସବୁବେଳେ କୁହନ୍ତି ଯେ, ଅନୁଷ୍କା ଜଣେ ଉତ୍ତମ ପତ୍ନୀ ସହ ଜଣେ ଭଲ ବନ୍ଧୁ ମଧ୍ୟ।
ଦୁଇଜଣ ବିବାହ ଦିନ ଖୁବ ସୁନ୍ଦର ଦିଶୁଥିଲେ। ଫ୍ୟାନମାନେ ଆଜି ବି କପଲଙ୍କ ଲୁକ୍ସ ଭାରି ପସନ୍ଦ କରୁଛନ୍ତି। ବ୍ରାଇଡାଲ ଲେହେଙ୍ଗାରେ ଅନୁଷ୍କା ଏକଦମ ରାଣୀ ପରି ଦିଶୁଥିଲେ। ସବୁଠୁ ସୁନ୍ଦର ଦୁଲହନ। ଉଭୟ ବିରୁଷ୍କାଙ୍କ ବ୍ରାଇଡାଲ ଗେଟଅପ ଆଜି ବି ଟ୍ରେଣ୍ଡିଂରେ। ଅନୁଷ୍କା ଏବଂ ବିରାଟଙ୍କ ବିବାହ ପରଠୁ ସବୁ ଅଭିନେତା ଏବଂ ଅଭିନେତ୍ରୀ ନିଜ ବିବାହରେ ସେହିଭଳି ଲାଇଟ କଲର ଡ୍ରେସଅପ ଥିମକୁ ଅନୁସରଣ କରୁଛନ୍ତି। ଫ୍ୟାନମାନେ ଏହି ଷ୍ଟାର ଯୋଡିଙ୍କ ପାଇଁ ଦିଓ୍ବାନା। ଉଭୟଙ୍କ ବୈବାହିକ ଜୀବନ ଆହୁରି ହସଖୁସିରେ ବିତୁ ବୋଲି ଫ୍ୟାନ ମାନେ ଢ଼େରସାରା ଶୁଭେଚ୍ଛା ଜଣାଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର