ସାଉଥଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା
·2 years ago

ଅର୍ଗସ ବ୍ୟୁରୋ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ବିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଅନେକ ଭିଡିଓ ଆସିଛି ଯେଉଁଥିରେ ବେବିବମ୍ପ ଦେଖାଯାଉଛି।
ବର୍ତ୍ତମାନ ପ୍ରିଟୋରିଆରେ ଚାଲିଥିବା ତିନିଦିନିଆ ଇଣ୍ଟ୍ରା-ସ୍କ୍ବାଡ ଖେଳ ପାଇଁ ବିରାଟ ସେଠାକୁ ଯାଇଥିଲେ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ଯୋଗୁ ସେ ଭାରତକୁ ଫେରିବାକୁ ମ୍ୟାନେଜମେଣ୍ଟକୁ କହିଥିଲେ। ଏହା ସାମ୍ନାକୁ ଆସିବାପରେ ଲୋକମାନେ ଅନୁମାନ କରିଛନ୍ତି ଯେ, ବୋଧହୁଏ ଜୁନିୟର କୋହଲିଙ୍କ ଆସିବାର ସମୟ ଯୋଗୁ ବିରାଟଙ୍କୁ ତାଙ୍କ ସ୍ବଦେଶ ଫେରିବାକୁ ପଡ଼ିବ। ବିରାଟଙ୍କ ସହ ଅନୁଷ୍କା ମଧ୍ୟ ସାଉଥଆଫ୍ରିକାରେ ଥିବା ଚର୍ଚ୍ଚା ହେଉଛି। ଉଭୟ ଦମ୍ପତି ସେଠାରେ ନୂଆବର୍ଷ ପାଳନ କରିବେ। ଏହାପରେ ଭାରତ ଫେରିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: