Videos
|
Sports

VVS Laxman Head Coach / ଗମ୍ଭୀରଙ୍କ ସ୍ଥାନ ନେଲେ VVS ଲକ୍ଷ୍ମଣ, ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ହେବେ ହେଡ୍‌ କୋଚ୍

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
ଗମ୍ଭୀରଙ୍କ ସ୍ଥାନ ନେଲେ VVS ଲକ୍ଷ୍ମଣ, ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ହେବେ ହେଡ୍‌ କୋଚ୍
VVS Laxman

Key Points

ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଏସିଆନ୍ ଗେମ୍ସରେ ବଦଳିଲେ କୋଚ୍
ଗମ୍ଭୀରଙ୍କ ସ୍ଥାନରେ ଲକ୍ଷ୍ମଣଙ୍କୁ ଦାୟିତ୍ୱ
ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରେୟସ ଆୟର ଟିମ୍ ଇଣ୍ଡିଆର ନେତୃତ୍ବ ନେବେ । ତେବେ ଟିମ୍ ଇଣ୍ଡିଆ ସହିତ ହେଡ୍ କୋଚ୍ ଗୌତମ ଗମ୍ଭୀର ଜାପାନ ଯିବେ ନାହିଁ ।
ଏସିଆନ୍ ଗେମ୍ସର ତାରିଖ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତର ମଲ୍ଟି-ଫର୍ମାଟ୍ ସିରିଜ୍ ଯୋଗୁଁ ଭାରତ ଗୋଟିଏ ସମୟରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଖେଳିବ । ନିୟମିତ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ଖେଳିବା ବେଳେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ଏସିଆନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବ ।

ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍ ଲକ୍ଷ୍ମଣ ହେଡ୍ କୋଚ୍ ଦାୟିତ୍ୱ ନେବେ । ରିପୋର୍ଟ ଅନୁସାରେ, ଲକ୍ଷ୍ମଣଙ୍କ ସହ ସୁନୀଲ ଜୋଶୀ, ଋଷିକେଶ କନିତକର ଏବଂ ସୁଭଦୀପ ଘୋଷ ସପୋର୍ଟ ଷ୍ଟାଫ୍‌ରେ ରହିବେ । ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳରେ ଅନେକ ଟି-୨୦ ଷ୍ଟାର୍ ଖେଳାଳିଙ୍କୁ ସାମିଲ କରାଯାଇଛି । ତେଣୁ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକର ପ୍ରମୁଖ ଦାବିଦାର ଭାବେ ଦେଖାଯାଉଛି ।

ସିଧାସଳଖ କ୍ୱାର୍ଟର ଫାଇନାଲରେ ଭାରତ

ଏସିଆନ୍ ଗେମ୍ସରେ ଭାରତକୁ ଗ୍ରୁପ୍ ଷ୍ଟେଜ୍ ଖେଳିବାକୁ ପଡ଼ିବ ନାହିଁ । ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶ୍ରେୟସ ଆୟରଙ୍କ ଦଳ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଖେଳିବ ଏବଂ ଏହି ମ୍ୟାଚ୍ ହିଁ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ପ୍ରଥମ ମ୍ୟାଚ୍‌ ହେବ ।

ଅନ୍ୟପଟେ ପାକିସ୍ତାନ ପ୍ରଥମ କ୍ୱାର୍ଟର ଫାଇନାଲରେ ମଇଦାନକୁ ଓହ୍ଲାଇବ । ଭାରତ ଓ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ମଧ୍ୟ ସିଧାସଳଖ କ୍ୱାର୍ଟର ଫାଇନାଲରେ ସ୍ଥାନ ମିଳିଛି । ତେବେ ଏହି ଦଳଗୁଡ଼ିକ କ୍ୱାର୍ଟର ଫାଇନାଲରେ କେଉଁ ଟିମ୍‌କୁ ସାମ୍ନା କରିବେ, ତାହା ପରେ ନିର୍ଦ୍ଧାରଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଜ୍ଞତା ସହ ଯୁବ ଶକ୍ତି

ଭାରତୀୟ ଦଳରେ ଅଭିଜ୍ଞତା ଏବଂ ଯୁବ ଶକ୍ତିର ଭଲ ସମନ୍ୱୟ ଦେଖିବାକୁ ମିଳିଛି । ଅଧିନାୟକ ଶ୍ରେୟସ ଆୟରଙ୍କ ସହ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶନ ଏବଂ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ ୟୁନିଟ୍‌କୁ ମଜବୁତ କରିବେ ।

ସେହିପରି ଅଲରାଉଣ୍ଡର୍ ବିଭାଗରେ ଶିବମ ଦୁବେ, ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦର ରହିଛନ୍ତି । ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇ ଦଳର ଦାୟିତ୍ୱ ସମ୍ଭାଳିବେ । ଦ୍ରୁତ ବୋଲିଂ ବିଭାଗରେ ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କ ଭଳି ବିକଳ୍ପ ଭାରତୀୟ ଦଳକୁ ଆହୁରି ଶକ୍ତିଶାଳୀ କରିଛି ।

ଏହି ଦଳରେ ସବୁଠାରୁ ଅଧିକ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ଆଇପିଏଲ୍ ଏବଂ ଘରୋଇ କ୍ରିକେଟ୍‌ରେ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ନିଜର ପରିଚୟ ସୃଷ୍ଟି କରିଥିବା ବୈଭବଙ୍କୁ ଏବେ ଏସିଆନ୍ ଗେମ୍ସ ଭଳି ବଡ଼ ମଞ୍ଚରେ ନିଜ ପ୍ରତିଭା ପ୍ରମାଣ କରିବାର ସୁଯୋଗ ମିଳିଛି ।