Videos
|
Sports

Washington Sundar Injury / ବିଶ୍ବକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଲେ ସୁନ୍ଦର

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିଶ୍ବକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଲେ ସୁନ୍ଦର
Washington Sundar

Key Points

ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଲେ ୱାଶିଂଟନ୍ ସୁନ୍ଦର
ବିଶ୍ବକପ୍ ଖେଳିବା ଉପରେ ପ୍ରଶ୍ନଚିହ୍ନ
ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଦିନିକିଆ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି । ଏମିତିକି ଫେବୃଆରୀ ୭ରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣ ମଧ୍ୟ ସନ୍ଦେହରେ ଅଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ସେ ସାଇଡ୍ ଷ୍ଟ୍ରେନ୍ ଶିକାର ହୋଇଥିଲେ ।

ଜାନୁଆରୀ ୧୧ ତାରିଖ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ । ଆଘାତ ଯୋଗୁଁ ଋଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯିବାର ମାତ୍ର ଗୋଟିଏ ଦିନ ପରେ ପୁଣି ଆଉ ଏକ ବଡ଼ ଝଟକା ଭାରତକୁ ଲାଗିଥିଲା ।

ତେବେ ୱାଶିଂଟନ ସୁନ୍ଦରଙ୍କ ଆଘାତ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ସେ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳର ମଧ୍ୟ ଅଂଶ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହି ଆଘାତ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୁନ୍ଦର ପଡ଼ିଆ ଛାଡ଼ିବା ପୂର୍ବରୁ ପ୍ରଥମ ଇନିଂସରେ ୫ ଓଭର ବୋଲିଂ କରିଥିଲେ ଏବଂ ଧ୍ରୁବ ଜୁରେଲ ତାଙ୍କ ସ୍ଥାନରେ ବଦଳ ଫିଲ୍ଡର ଭାବରେ ସ୍ଥାନ ନେଇଥିଲେ । ସୁନ୍ଦରଙ୍କ ବ୍ୟାଟିଂ କ୍ଷମତା ବିଷୟରେ ଅନିଶ୍ଚିତତା ଥିଲା, କିନ୍ତୁ ଯେତେବେଳେ ଭାରତ ପିଛା କରିବାର ଶେଷ ଓଭରଗୁଡ଼ିକରେ ଶୀଘ୍ର ୱିକେଟ୍ ହରାଇଲା, ସେ ବାଧ୍ୟ ହୋଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ । ୱାଶିଂଟନ ସୁନ୍ଦର ୭ଟି ବଲ୍‌ରୁ ୭ ରନ୍ କରିଥିଲେ । କିନ୍ତୁ ରନ୍ ନେବା ସମୟରେ ବହୁତ ଅସହଜ ଦେଖାଯାଉଥିଲେ । ବିସିସିଆଇ ମ୍ୟାଚ୍ ପରେ ଏକ ବିବୃତ୍ତି ଜାରି କରି କହିଛି ଯେ ସେ ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି । ସୁନ୍ଦରଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ଆୟୁଷ ବାଦୋନିଙ୍କୁ ସାମିଲ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ୱାଶିଂଟନ୍ ସୁନ୍ଦରଙ୍କୁ ଟି-୨୦ ସିରିଜରୁ ମଧ୍ୟ ବାଦ ଦିଆଯାଇଛି

ୱାଶିଂଟନ୍ ସୁନ୍ଦରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ ବାଦ ଦିଆଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୬ ଟି-୨୦ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣ ମଧ୍ୟ ସନ୍ଦେହରେ ଅଛି, କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ସୁସ୍ଥ ହେବାର ସମ୍ଭାବନା କମ୍ । ବିସିସିଆଇ ଏକ ବିବୃତ୍ତିରେ କହିଛି, "ବୋଲିଂ କରିବା ସମୟରେ ସେ ତାଙ୍କ ବାମ ପାର୍ଶ୍ୱ ତଳ ପାଞ୍ଜରା ଅଞ୍ଚଳରେ ତୀବ୍ର ଯନ୍ତ୍ରଣା ଅନୁଭବ କରିଥିଲେ ।"

ରିପୋର୍ଟରେ କୁହାଯାଇଛି ଯେ ପରବର୍ତ୍ତୀ ସ୍କାନ ପରେ ବୋର୍ଡ ତାଙ୍କୁ ଅଧିକ ମୂଲ୍ୟାଙ୍କନ ଏବଂ ପୁନର୍ବାସ ପାଇଁ ବେଙ୍ଗାଲୁରୁର ଉତ୍କର୍ଷ କେନ୍ଦ୍ର (CoE) କୁ ରିପୋର୍ଟ କରିବାକୁ କହିଛି ।

Related Topics

Explore more stories