ROKO Next Match / ସରିଲା ନ୍ୟୁଜିଲାଣ୍ଡ ସିରିଜ୍, ଜାଣନ୍ତୁ ଏବେ କେବେ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିବେ ରୋ-କୋ ?
·5 months ago·3 min read

Key Points
‘ରୋ-କୋ’ ପାଇଁ ଲମ୍ବା ଅପେକ୍ଷା !
ନ୍ୟୁଜିଲାଣ୍ଡ ସିରିଜ୍ ପରେ କେବେ ଖେଳିବେ ରୋହିତ–ବିରାଟ?
ଲେଖି ରଖନ୍ତୁ ତାରିଖ ?

ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଶେଷ ହେବା ପରେ ପ୍ରଶଂସକଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସେମାନେ ପରବର୍ତ୍ତୀ ସମୟରେ କେବେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଭାରତୀୟ ଜର୍ସିରେ ଦେଖିବେ । ଗତ ଅକ୍ଟୋବରରେ ରୋହିତ ଏବଂ ବିରାଟ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ୍ ଖେଳିଥିଲେ । ଯାହା କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଆଶ୍ବସ୍ତି ଦେଇଥିଲା । ଏହା ପୂର୍ବରୁ ପ୍ରାୟ ସାତ ମାସ ଧରି ଉଭୟଙ୍କୁ ଭାରତୀୟ ଜର୍ସିରେ ଖେଳିବାର ସୁଯୋଗ ମିଳିନଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ ପ୍ରଶଂସକମାନଙ୍କୁ ପୁଣି ଥରେ 'ରୋ-କୋ' ଦେଖିବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ ।
ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ଏବଂ ତା'ପରେ ନଭେମ୍ବର-ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ରୋହିତ ଏବଂ ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିଥିଲେ । ଭାରତ କାଗଜରେ ଶକ୍ତିଶାଳୀ ଦେଖାଯାଉଥିଲା, କିନ୍ତୁ ପଡ଼ିଆରେ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ନ୍ୟୁଜିଲାଣ୍ଡ ଭାରତକୁ ଘରୋଇ ପରିବେଶରେ ୨-୧ରେ ପରାସ୍ତ କରି ସିରିଜ୍ ଜିତିଥିଲା ।
ଏହି ସିରିଜରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ତିନୋଟି ମ୍ୟାଚରେ କେବଳ ୬୧ ରନ କରିଥିଲେ । ଅନ୍ୟପକ୍ଷରେ ବିରାଟ କୋହଲି ସବୁବେଳେ ପରି ଉତ୍କୃଷ୍ଟ ଫର୍ମରେ ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚରେ ୯୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସେ ରାଜକୋଟରେ କେବଳ ୨୩ ରନ୍ କରିପାରିଥିଲେ । ଯେଉଁଠାରେ ଭାରତ ହାରିଯାଇଥିଲା । ନିର୍ଣ୍ଣାୟକ ମ୍ୟାଚ୍ରେ କୋହଲି ୧୦୮ ବଲ୍ରେ ୧୨୪ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ ।
ଯଦି ତାଙ୍କୁ ଟପ୍ ଅର୍ଡରରୁ କିଛି ସମର୍ଥନ ମିଳିଥାନ୍ତା, ତେବେ ଭାରତ ଶେଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟକୁ ସହଜରେ ହାସଲ କରିପାରିଥାନ୍ତା । ଯଦିଓ ହର୍ଷିତ ରାଣା ଏବଂ ନୀତିଶ କୁମାର ରେଡ୍ଡୀ କିଛି ଆଶା ସୃଷ୍ଟି କରିଥିଲେ କିନ୍ତୁ କୋହଲି ମ୍ୟାଚ୍କୁ ବିଜୟୀ କରିପାରିନଥିଲେ ।
ଏବେ ପ୍ରଶ୍ନ ହେଉଛି ରୋହିତ ଶର୍ମା ଏବଂ ବିରାଟ କୋହଲି ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପାଇଁ କେବେ ଖେଳିବେ ? ଘରୋଇ କ୍ରିକେଟ୍ରେ ରଣଜୀ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଆସୁଛି, କିନ୍ତୁ ଉଭୟ ଖେଳାଳି ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି । ତେଣୁ ସେମାନେ ଅଂଶଗ୍ରହଣ କରିବେ ନାହିଁ । ଏହା ବ୍ୟତୀତ ଉଭୟଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ରେ ଦେଖିବାକୁ ମିଳିବ ନାହିଁ, କାରଣ ସେମାନେ ୨୦୨୪ ଟି-୨୦ ବିଶ୍ବକପ୍ ଜିତିବା ପରେ ଟି-୨୦ ଅର୍ନ୍ତଜାତୀୟରୁ ଅବସର ନେଇଥିଲେ ।
ବର୍ତ୍ତମାନ ପ୍ରଶଂସକମାନେ ପରବର୍ତ୍ତୀ ସମୟରେ ଆଇପିଏଲ୍ ୨୦୨୬ରେ ରୋହିତ ଏବଂ ବିରାଟଙ୍କୁ ଦେଖିବେ। ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏବଂ ବିରାଟ କୋହଲି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିବେ ।
ଭାରତୀୟ ଦଳ ପାଇଁ ରୋହିତ ଏବଂ ବିରାଟଙ୍କ ପରବର୍ତ୍ତୀ ଦିନିକିଆ ମ୍ୟାଚ୍ ଜୁନ୍ ୨୦୨୬ରେ ହୋଇପାରେ । ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (FTP) ଅନୁଯାୟୀ ଆଫଗାନିସ୍ତାନ ଭାରତ ଗସ୍ତ କରିବାର ସମ୍ଭାବନା ଅଛି । ଯେଉଁଥିରେ ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । ଯଦିଓ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ତଥାପି ଏହି ସିରିଜ୍ ହେବାର ଆଶା କରାଯାଉଛି । କାରଣ ଭାରତ ପାଖରେ ଏସୀୟ ଦଳ ସହିତ ଅଧିକ ଦ୍ୱିପାକ୍ଷିକ ବିକଳ୍ପ ନାହିଁ । ଭାରତ ତା'ପରେ ଜୁଲାଇ ୨୦୨୬ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହି ସିରିଜ୍ ଜୁଲାଇ ୧୪ରେ ଏଜବାଷ୍ଟନ୍, କାର୍ଡିଫ୍ ଏବଂ ଲର୍ଡସ୍ରେ ଖେଳାଯିବ ।
ଯଦି ଆଫଗାନିସ୍ତାନ ସିରିଜ୍ ହୁଏ ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୬ ଶେଷ ସୁଦ୍ଧା ଭାରତ ପାଇଁ ପ୍ରାୟ ୧୫ଟି ଆଉ ଦିନିକିଆ ଖେଳିପାରିବେ ।
ଭାରତ ଜୁନ୍ ୨୦୨୬ରେ ଘରୋଇ ପରିବେଶରେ ଆଫଗାନିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ ଖେଳିପାରେ। ଏହା ପରେ ଜୁଲାଇ ୨୦୨୬ରେ ଇଂଲଣ୍ଡ ଗସ୍ତରେ ତିନୋଟି ଦିନିକିଆ ଖେଳିବ । ୱେଷ୍ଟଇଣ୍ଡିଜ୍ ସେପ୍ଟେମ୍ବର-ଅକ୍ଟୋବର ୨୦୨୬ରେ ଭାରତ ଗସ୍ତ କରିବ, ଯେଉଁଠାରେ ସେମାନେ ତିନୋଟି ଦିନିକିଆ ଖେଳିବେ । ଭାରତ ତା’ପରେ ଅକ୍ଟୋବର-ନଭେମ୍ବର ୨୦୨୬ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ । ଯେଉଁଠାରେ ତିନୋଟି ଦିନିକିଆ ଖେଳାଯିବ । ସେହି ବର୍ଷ ପରେ ଡିସେମ୍ବର ୨୦୨୬ରେ ଶ୍ରୀଲଙ୍କା ଭାରତ ଗସ୍ତ କରିବ । ଯେଉଁଠାରେ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories