Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Anushka Sharma WPL / କିଏ ଏହି ଅନୁଷ୍କା ଶର୍ମା ? ଯିଏ WPLର ଡେବ୍ୟୁ ମ୍ୟାଚ୍‌ରେ ଖେଳିଲେ ବିସ୍ଫୋରକ ଇନିଂସ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କିଏ ଏହି ଅନୁଷ୍କା ଶର୍ମା ? ଯିଏ WPLର ଡେବ୍ୟୁ ମ୍ୟାଚ୍‌ରେ ଖେଳିଲେ ବିସ୍ଫୋରକ ଇନିଂସ
Anushka Sharma

Key Points

WPL ଡେବ୍ୟୁରେ ବିସ୍ଫୋରଣ
କିଏ ଏହି ଅନୁଷ୍କା ଶର୍ମା ?
ଯିଏ ଡେବ୍ୟୁ ମ୍ୟାଚ୍‌ରେ ୪୪ ରନ୍‌
ମହିଳା ପ୍ରିମିୟର ଲିଗ୍‌ର ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଅନୁଷ୍କା ଶର୍ମା । ଗୁଜରାଟ ଜାଏଣ୍ଟ୍ସର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶନିବାର ଦିନ ୟୁପି ୱାରିୟର୍ସ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ୪୪ ରନର ଇନିଂସ ଖେଳିଥିଲେ । ଯାହାଫଳରେ ଗୁଜରାଟ ୧୦ ରନରେ ମ୍ୟାଚ୍ ଜିତିଥିଲା ।

ଅନୁଷ୍କାଙ୍କ ପୂରା ନାମ ଅନୁଷ୍କା ବ୍ରିଜମୋହନ ଶର୍ମା । ଯିଏ ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରନ୍ତି । ସେ ଜଣେ ଅଲରାଉଣ୍ଡର । ସିଏ ମଧ୍ୟକ୍ରମରେ ତାଙ୍କର ପ୍ରଭାବଶାଳୀ ବ୍ୟାଟିଂ ପାଇଁ ଜଣାଶୁଣା । ଅନୁଷ୍କା ସିନିୟର ମହିଳା ଆନ୍ତଃ-ଜୋନାଲ୍ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନ୍ ପାଇଁ ୫୮ ବଲ୍ ରେ ୮୦ ରନ କରିଥିଲେ । ସେ ସିନିୟର ମହିଳା ଟି-୨୦ ଟ୍ରଫିରେ ମଧ୍ୟ ମଧ୍ୟପ୍ରଦେଶ ପାଇଁ ୨୦୭ ରନ କରିଥିଲେ । ଏହି ପ୍ରଦର୍ଶନ ଫଳରେ ସମସ୍ତ ନଜରକୁ ଆସିଥିଲେ ଅନୁଷ୍କା । ଯାହା ଫଳରେ ମହିଳା ପ୍ରିମିୟର ଲିଗ୍‌ର ଚଳିତ ସଂସ୍କରଣ ପାଇଁ ନିଲାମରେ ଅନେକ ଦଳ ତାଙ୍କ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରିଥିଲେ ।

କ୍ରିକେଟର ଅନୁଷ୍କା ଶର୍ମା କିଏ ?


ଅନୁଷ୍କା ୫ ଏପ୍ରିଲ ୨୦୦୩ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବୟସ ୨୨ ବର୍ଷ । ସେ ମଧ୍ୟପ୍ରଦେଶ ମହିଳା, ଇଣ୍ଡିଆ ବି ମହିଳା, ସି ମହିଳା, ସେଣ୍ଟ୍ରାଲ ଜୋନ୍ ଏବଂ ବୁନ୍ଦେଲଖଣ୍ଡ ବୁଲ୍ସ ମହିଳା ଦଳ ପାଇଁ ଖେଳନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ମହିଳା ପ୍ରିମିୟର ଲିଗ୍ ୨୦୨୬ ନିଲାମରେ ତାଙ୍କୁ କିଣିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଗୁଜରାଟ ଜାଏଣ୍ଟ୍ସ ଅନୁଷ୍କାଙ୍କୁ ନିଜ ଦଳରେ ସାମିଲ କରିଥିଲା । ଗୁଜରାଟ ତାଙ୍କୁ ୪୫ ଲକ୍ଷ ଟଙ୍କାରେ କିଣିଥିଲା ।

ଅନୁଷ୍କା ଶର୍ମାଙ୍କର କେବଳ ଟି-୨୦ ନୁହେଁ ବରଂ ଏକଦିବସୀୟରେ ମଧ୍ୟ ଏକ ଭଲ ରେକର୍ଡ ଅଛି । ତାଙ୍କର ହାରାହାରି ୬୩ । ଟି-୨୦ରେ ସେ ପ୍ରତି ମ୍ୟାଚ୍ ହାରାହାରି ୨୧.୮ରେ ରନ୍ ସ୍କୋର କରନ୍ତି । ଏହା ସହ ସେ ପ୍ରତି ୧୮ ବଲ୍‌ରେ ଗୋଟିଏ ୱିକେଟ୍ ନିଅନ୍ତି । ତାଙ୍କ ସମଗ୍ର କ୍ୟାରିଅରରେ ଅନୁଷ୍କା ୪ ହଜାରରୁ ଅଧିକ ରନ୍ କରିଛନ୍ତି ।

ଗୁଜୁରାଟ ପ୍ରଥମ ମ୍ୟାଚ୍ ୧୦ ରନ୍‌ରେ ଜିତିଛି

ମହିଳା ପ୍ରିମିୟର ଲିଗ୍ ସିଜିନ୍-୪ର ପ୍ରଥମ ମ୍ୟାଚ୍‌ରେ ଗୁଜୁରାଟ ଜାଏଣ୍ଟ୍ସ ୧୦ ରନ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି । ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଜାଏଣ୍ଟ୍ସ ୨୦୭ ରନ୍ କରିଥିଲା । ଦଳର ଅଧିନାୟିକା ଆଶ୍ ଗାର୍ଡନର ସର୍ବାଧିକ ୬୫ ରନ କରିଥିଲେ । ଯେଉଁଥିରେ ସେ ତିନୋଟି ଛକା ଏବଂ ଛଅଟି ଚୌକା ମାରିଥିଲେ । ୟୁପି ପାଇଁ ଫୋବି ଲିଚ୍ଫିଲ୍ଡ ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ୪୦ ବଲରୁ ୭୮ ରନ କରିଥିଲେ । କିନ୍ତୁ ସେ ତାଙ୍କ ଦଳକୁ ବିଜୟୀ କରାଇପାରି ନଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Who Is Anushka Sharma? Gujarat Giants Star Shines on WPL Debut with Explosive Knock | Argus News