Videos
|
Sports

Who is Manav Suthar / କିଏ ଏହି ମାନବ ସୁଥାର ? ୧୧ ଓ୍ବିକେଟ୍‌ ନେଇ ଟିମ୍‌ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
କିଏ ଏହି ମାନବ ସୁଥାର ? ୧୧ ଓ୍ବିକେଟ୍‌ ନେଇ ଟିମ୍‌ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି
Manav Suthar

Key Points

କିଏ ଏହି ମାନବ ସୁଥର ?
ଟିମ୍ ଇଣ୍ଡିଆରେ ନୂଆ ଷ୍ଟାର୍ !
୧୧ ଓ୍ବିକେଟ୍‌ ନେଇ ସିଧା ଟିମ୍ ଇଣ୍ଡିଆରେ ଏଣ୍ଟ୍ରି
ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ମାନବ ସୁଥାରଙ୍କୁ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ସେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ସେ ଜଣେ ବୋଲିଂ ଅଲରାଉଣ୍ଡର ଏବଂ ବାମହାତୀ ଅଫ୍ ସ୍ପିନ୍ ବୋଲିଂ କରନ୍ତି ।
ମାନବ ସୁଥାରଙ୍କର ଏକ ଉଲ୍ଲେଖନୀୟ ପ୍ରଥମ ଶ୍ରେଣୀ କ୍ୟାରିଅର ରହିଛି । ସେ ୨୦୨୫-୨୬ ରଣଜୀ ଟ୍ରଫିରେ ତାଙ୍କ ଘାତକ ବୋଲିଂ ବଳରେ ଅନେକ ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ କିଏ ଏହି ମାନବ ସୁଥାର ? କେମିତି ଟିମ୍‌ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କଲେ ?

ମାନବ ସୁଥାର କିଏ ?

୩ ଅଗଷ୍ଟ ୨୦୦୨ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଜନ୍ମ ହୋଇଥିଲେ ମାନବ ସୁଥାର । ୨୩ ବର୍ଷୀୟ ମାନବଙ୍କ ପିତା ଜଗଦୀଶ ସୁଥାର ମଧ୍ୟ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ କିନ୍ତୁ ସ୍କୁଲ ଲେବଲରୁ ସେ ଆଉ ଆଗକୁ ବଢ଼ି ପାରିଲେ ନାହିଁ। ଯେତେବେଳେ ମାନବ ୧୧ ବର୍ଷ ବୟସର ହୋଇଥିଲେ, ତାଙ୍କ ପିତା ତାଙ୍କୁ ଏକ କ୍ରିକେଟ୍‌ ଏକାଡେମୀରେ ଭର୍ତ୍ତି କରାଇଥିଲେ । ଜଗଦୀଶ ତାଙ୍କ ପୁଅ ବୋଲିଂ କରୁ ବୋଲି ଚାହୁଁନଥିଲେ । କିନ୍ତୁ କ୍ରିକେଟ୍‌ ଏକାଡେମୀର କୋଚ୍‌ ସେ ବୋଲିଂ କରନ୍ତୁ ବୋଲି କହିଥିଲେ ।



୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସମୟରେ ମାନବଙ୍କୁ ଟିମ୍ ଇଣ୍ଡିଆର ନେଟ୍ ବୋଲର ଭାବରେ ମନୋନୀତ କରାଯାଇଥିଲା । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳି ମଧ୍ୟ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥିଲେ ।

ଚମତ୍କାର ପ୍ରଥମ ଶ୍ରେଣୀ କ୍ୟାରିଅର

୨୦୨୧-୨୨ ରଣଜୀ ଟ୍ରଫି ସିଜିନରେ ସେ ରାଜସ୍ଥାନ ପାଇଁ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ । ସେ ତାଙ୍କର ଡେବ୍ୟୁ ମ୍ୟାଚ୍‌ରେ ବିଶେଷ ଭଲ ପ୍ରଦର୍ଶନ କରିନଥିଲେ, କିନ୍ତୁ ପରେ ରାଜସ୍ଥାନର ଲାଲ-ବଲ୍ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ୨୦୨୫-୨୬ ରଣଜୀ ଟ୍ରଫିରେ ସେ ମାତ୍ର ପାଞ୍ଚ ଇନିଂସରେ ୧୮ ୱିକେଟ୍ ନେଇଥିଲେ । ମାନବ ୨୦୨୨ରେ ପୁଡୁଚେରୀ ବିପକ୍ଷରେ ୧୧ ୱିକେଟ୍ ନେଇଥିଲେ ।

ତାଙ୍କ ୨୯ ମ୍ୟାଚ୍‌ର ପ୍ରଥମ ଶ୍ରେଣୀ କ୍ୟାରିୟରରେ, ମାନବ ସୁଥାର ୧୨୯ ୱିକେଟ୍ ନେଇଛନ୍ତି ଏବଂ ୯୪୫ ରନ୍ କରିଛନ୍ତି । ତାଙ୍କର ଗୋଟିଏ ଶତକ ଏବଂ ଛଅଟି ଅର୍ଦ୍ଧଶତକ ମଧ୍ୟ ଅଛି । ତାଙ୍କର ଲିଷ୍ଟ ଏ କ୍ୟାରିୟରରେ ୩୪ଟି ୱିକେଟ ଏବଂ ଟି-୨୦ରେ ୨୫ଟି ୱିକେଟ ରହିଛି ।

ସେ କେଉଁ IPL ଦଳ ସହିତ ଜଡିତ ?

ମାନବ ସୁଥାର ୨୦୨୪ ମସିହାରୁ ଇଣ୍ଡିଆନ ପ୍ରିମିୟର ଲିଗରେ ଗୁଜରାଟ ଟାଇଟାନ୍ସ ସହିତ ଜଡିତ ଅଛନ୍ତି । ୨୦୨୪ ମସିହାରେ ସେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ, ଦୁଇ ଓଭର ବୋଲିଂ କରିଥିଲେ ଏବଂ ୨୬ ରନ ଦେଇଥିଲେ। ୨୦୨୬ ସିଜିନରେ ଗୁଜରାଟ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ରିଟେନ୍ କରିଥିଲା । ଚଳିତ ସିଜନରେ, ସେ ଚାରୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ଦୁଇଟି ୱିକେଟ ନେଇଛନ୍ତି ।
...ନକ୍ସଲ ପ୍ରଭାବିତ ଅଞ୍ଚଳରେ ବସିଛି ୫ ହଜାର ମୋବାଇଲ୍ ଟାୱାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Who Is Manav Suthar? India’s New Test Squad Entrant | Argus News