Videos
|
Sports

New Fielding Coach / ଭାରତୀୟ କ୍ରିକେଟ୍ ଟିମକୁ ମିଳିଲା ନୂଆ ଫିଲ୍ଡିଂ କୋଚ୍; ଦିଲ୍ଲୀପଙ୍କ ସ୍ଥାନରେ ଏହି ଧୁରନ୍ଧରଙ୍କ ଏଣ୍ଟ୍ରି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଭାରତୀୟ କ୍ରିକେଟ୍ ଟିମକୁ ମିଳିଲା ନୂଆ ଫିଲ୍ଡିଂ କୋଚ୍; ଦିଲ୍ଲୀପଙ୍କ ସ୍ଥାନରେ ଏହି ଧୁରନ୍ଧରଙ୍କ ଏଣ୍ଟ୍ରି
New Fielding Coach

Key Points

ବଦଳିଲେ ଟିମ ଇଣ୍ଡିଆର ଫିଲ୍ଡିଂ କୋଚ୍
ଦିଲ୍ଲୀପଙ୍କ ସ୍ଥାନରେ ନୂଆ କୋଚଙ୍କ ଏଣ୍ଟ୍ରି
କାହିଁକି କୋଚ୍ ପରିବର୍ତ୍ତନ ହେଲା ଓ କିଏ ନୂଆ କୋଚ୍ ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ କୋଚିଂ ସଦସ୍ୟଙ୍କ ଭିତରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏଥିଲାଗି ବିସିସିଆଇ ଟିମ ଇଣ୍ଡିଆର ଫ୍ଲିଡିଂ ବିଭାଗର ମୁଖ୍ୟଙ୍କୁ ପରିବର୍ତ୍ତନ କରୁଛି । ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା ପରିବର୍ତ୍ତେ ତାଙ୍କୁ ନିଜ ଡ୍ୟୁଟିରୁ ବାଦ ଦିଆଯାଇଛି ଓ ଜଣେ ନୂଆ ଫିଲ୍ଡିଂ କୋଚ୍ ନିୟୋଜିତ ହୋଇଛନ୍ତି । ଆସାମର କିମ୍ବଦନ୍ତୀ ଖେଳାଳି ଦିଲ୍ଲୀପ ଘୋଷ ଏବେ ଭାରତୀୟ ଟିମର ଫ୍ଲିଡିଂ କୋଚ ଦାୟିତ୍ଵ ନେଇଛନ୍ତି ।

  • ରାହୁଲ ଦ୍ରାବିଡଙ୍କ ବେଳରୁ ଥିଲେ ଦିଲ୍ଲୀପ
ଯେତେବେଳେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଟିମର କୋଚ୍ ଥିଲେ ସେତେବେଳେ ଟି. ଦିଲ୍ଲୀପ ଡ୍ରେସିଂ ରୁମରେ 'ଇମ୍ପାକ୍ଟ ଫିଲ୍ଡର ଅଫ ଦି ମ୍ୟାଚ୍' ମେଡାଲ ପ୍ରଦାନ କରିବା ପରମ୍ପରା ଆରମ୍ଭ କରିଥିଲେ, ଯାହାର ଭିଡିଓ ମ୍ୟାଚ୍ ପରେ ସୋସିଆଲ ମିଡିଆରେ ସେୟାର କରାଯାଉଥିଲା । କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏହି ଭିଡିଓ ବେଶ ଲୋକପ୍ରିୟ ଥିଲା । ମାତ୍ର ନିକଟରେ ଟିମ ଇଣ୍ଡିଆର ଫିଲ୍ଡିଂ ପ୍ରଦର୍ଶନ ପଡ଼ିଆରେ ନୈରାଶ୍ୟଜନକ ରହିଛି । ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚଗୁଡ଼ିକରେ କ୍ୟାଚ୍ ଛାଡ଼ିବା, ସ୍ଲିପ କର୍ଡନରେ ଭୁଲ୍ ଓ ବାଉଣ୍ଡ୍ରିରେ ମଧ୍ୟ ଖରାପ ପ୍ରଦର୍ଶନ ମ୍ୟାନେଜମେଣ୍ଟର ଚିନ୍ତା ବଢାଇଛି । ଗମ୍ଭୀରଙ୍କ କୋଚିଂ ଟିମରେ ଏବେ ଏମିତି ଜଣେ କୋଚଙ୍କ ଆବଶ୍ୟକ ରହିଛି, ଯିଏକି ଏହି ଭୁଲ୍ ଉପରେ ଧ୍ୟାନ ଦେଇ ଟିମକୁ ପୁଣି ଫିଲ୍ଡିଂରେ ମଜଭୁତ କରିପାରିବ ।

  • କିଏ ଶୁଭଦୀପ ଘୋଷ ?
୫୭ ବର୍ଷୀୟ ଶୁଭଦୀପ ଘୋଷଙ୍କୁ ଘରୋଇ କ୍ରିକେଟରେ 'ଜୟ' ବୋଲି କୁହାଯାଏ । ସେ ଆସାମର ଡିଗବୋଇ ଅଞ୍ଚଳର । ସେ ବର୍ଷ ୧୯୯୪ରୁ ୨୦୦୫ ମଧ୍ୟରେ ଆସାମ ଓ ରେଲୱେ ଲାଗି ୧୭ଟି ଫାଷ୍ଟ-କ୍ଲାସ ଓ ୧୭ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ସେ ନିଜ କ୍ରିକେଟ କ୍ୟାରିଅରରେ ସବୁଠୁ ଫୂର୍ତ୍ତି ଫିଲ୍ଡର ଭାବେ ଜଣାଶୁଣା ।

ପଢନ୍ତୁ ଏହି ଖବର: ହଠାତ୍ ଭାରତୀୟ କୋଚ ପଦରୁ ଇସ୍ତଫା ଦେଲେ… IPL ୨୦୨୭ ରେ KKR ଦାୟିତ୍ୱ ନେବେ

  • କାହିଁକି ଶୁଭଦୀପଙ୍କୁ ବାଛିଲା ଟିମ ?
ଗତ ୧୫ ବର୍ଷ ଧରି ଶୁଭଦୀପ ଏନସିଏର କୋଚିଂ ବିଭାଗର ମୁଖ୍ୟ ସଦସ୍ୟ ଥିଲେ । କୋଲକାତା ନାଇଟ୍ ରାଇଡର୍ସ (KKR) ଟିମକୁ ୨୦୧୪ ଆଇପିଏଲ ଟାଇଟଲ୍ ଜିତେଇବାରେ ତାଙ୍କର ଏକ ପ୍ରମୁଖ ଯୋଗଦାନ ରହିଥିଲା । ଏହାବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ (DC) ଟିମରେ ମଧ୍ୟ ସେ ଫିଲ୍ଡିଂ କୋଚ୍ ଥିଲେ । ବର୍ଷ ୨୦୨୧ରେ ଭାରତୀୟ ମହିଳା ଟିମକୁ ଅଷ୍ଟ୍ରେଲିଆ ଗସ୍ତ ଓ ୨୦୧୪ ଅଣ୍ଡର-୧୯ ପୁରୁଷ ବିଶ୍ଵକପରେ ଟିମ ଇଣ୍ଡିଆର ଫିଲ୍ଡିଂ କୋଚ୍ ରହିଛନ୍ତି । ଶୁଭଦୀପ ନୂଆ ଦାୟିତ୍ଵ ସମ୍ଭାଳିବା ପରେ ଭାରତୀୟ ଫିଲ୍ଡିଂ ବିଭାଗରେ ଆଖିଦୃଶିଆ ସୁଧାର ଆସିବ ବୋଲି ଉଭୟ ମ୍ୟାନେଜମେଣ୍ଟ ଓ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: