Who Will Be New Sponsor: କିଏ ହେବ ଭାରତୀୟ କ୍ରିକେଟ ଦଳର ନୂଆ ସ୍ପନସର, ଲାଇନ୍ରେ ଅଛନ୍ତି ବହୁ କମ୍ପାନୀ...

Key Points
ଏସିଆ କପ୍ ପୂର୍ବରୁ ହାତ ଛାଡ଼ିଦେଲା ଡ୍ରିମ୍-୧୧ । ଏବେ ନୂଆ ସ୍ପନସର ଖୋଜୁଛି ବିସିସିଆଇ । ଭାରତୀୟ କ୍ରିକେଟ ଦଳର ସ୍ପନସର ପାଇଁ ଲାଇନରେ ବହୁ କମ୍ପାନୀ ।
ଏସିଆ କପ୍ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)କୁ ବଡ଼ ଝଟ୍କା ଲାଗିଛି । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକ ଥିବା ଡ୍ରିମ୍୧୧ (Dream11) ଏବେ ଦଳର ସ୍ପନସରସିପ୍ କରିପାରିବ ନାହିଁ ବୋଲି ବିସିସିଆଇକୁ ଜଣାଇଛି । ଖବର ଅନୁସାରେ, ଡିମ୍୧୧ର ଏକ ପ୍ରତିନିଧି ମଣ୍ଡଳୀ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟକୁ ଯାଇ ଏ ନିଷ୍ପତ୍ତି ନେଇ ଅବଗତ କରାଇଛନ୍ତି ।
ଆପଣଙ୍କୁ ଜଣାଇ ଦେଉଛୁ ଯେ, 'ଡ୍ରିମ ୧୧'ର ଜୁଲାଇ ୨୦୨୩ ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବିସିସିଆଇ ସହିତ ୩୫୮ କୋଟି ଟଙ୍କାର ଚୁକ୍ତି ହୋଇଛି। ଏବେ ଯେତେବେଳେ 'ଡ୍ରିମ ୧୧' ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ପ୍ରାୟୋଜକ କରିବ ନାହିଁ, ତେବେ ଟିମ୍ ଇଣ୍ଡିଆର ନୂତନ ପ୍ରାୟୋଜକ କିଏ ହେବ। ଏ ସମ୍ପର୍କରେ ଏବେ ଆଲୋଚନା ଆରମ୍ଭ ହୋଇଛି । ତେବେ ଆସନ୍ତା ଜାଣି ଡିମ୍ ୧୧ ପରେ ଆଉ କେଉଁ କମ୍ପାନୀ ଟିମ୍ ଇଣ୍ଡିଆର ନୂଆ ସ୍ପନସର ହୋଇପାରେ ।
ଟାଟା ଗ୍ରୁପ୍
ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ଭାବେ ସାମିଲ ହୋଇପାରେ ଟାଟା ଗ୍ରୁପ୍ । ଏନେଇ ଟାଟା ଗ୍ରୁପ୍ ବିସିସିଆଇ ସମ୍ମୁଖରେ ଦାବି କରିପାରେ ବୋଲି ଚର୍ଚ୍ଚା ହେଉଛି । ଟାଟା ଗ୍ରୁପ୍ ଭାରତୀୟ ବଜାରରେ ଏକ ବହୁତ ଶକ୍ତିଶାଳୀ ଏବଂ ନିର୍ଭରଯୋଗ୍ୟ ନାମ। ସୂଚନା ଅନୁସାରେ ଯେ ଟାଟା ପୂର୍ବରୁ ୨୦୨୮ ମସିହା ପର୍ଯ୍ୟନ୍ତ IPLର ଟାଇଟଲ୍ ସ୍ପନସର ମଧ୍ୟ ରହିଛି । ଏପରି ପରିସ୍ଥିତିରେ, ଆଗାମୀ ସମୟରେ ଟାଟା ଗ୍ରୁପ୍ ଟିମ୍ ଇଣ୍ଡିଆର ପ୍ରାୟୋଜକ ହେବାର ସମ୍ଭାବନା ଅଧିକ ରହିଛି ।
ଜିଓ ଡିଜିଟାଲ ଏବଂ ଟେଲିକମ୍ ଇଣ୍ଡଷ୍ଟ୍ରିଜ୍ (Jio)
କ୍ରୀଡା ଜଗତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରାଧାନ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଏହା କହିବା ଭୁଲ ହେବ ନାହିଁ ଯେ ସ୍ପନସର ହେବା ଦୌଡ଼ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ନିଜର ଦାବି ଉପସ୍ଥାପନ କରିପାରିବ। ରିଲାଏନ୍ସ ଜିଓ ଡିଜିଟାଲ ଏବଂ ଟେଲିକମ୍ ବଜାରରେ ବହୁତ ସକ୍ରିୟ ଏବଂ ବିଶେଷକରି କ୍ରୀଡ଼ା ଜଗତରେ ନିରନ୍ତର ନିଜର ପରିଚୟ ସୃଷ୍ଟି କରୁଛି। ତେଣୁ ଆଗାମୀ ଦିନରେ ଭାରତୀୟ କ୍ରିକେଟ ଟିମ୍ ଜର୍ସିରେ ଜିଓ ନାମ ରହିପାରେ ବୋଲି ଚର୍ଚ୍ଚା ହେଉଛି ।
📱 Get Argus News App
✨ଆମାଜନ- ଫ୍ଲିପକାର୍ଟ
ସେହିପରି ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀଗୁଡ଼ିକ ମଧ୍ୟ ଏକ ଦାବିଦାର ଭାବରେ ଆଗକୁ ଆସିପାରନ୍ତି । ଏହି ଇ -କମର୍ସ କମ୍ପାନୀଗୁଡ଼ିକ ଭାରତରେ ନିଜର ପତିଆରା ବୃଦ୍ଧି ପାଇଁ ଭାରତୀୟ କ୍ରିକେଟ ଦଳର ସାହାଯ୍ୟ ନେଇପାରିବେ। କ୍ରିକେଟ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଏବଂ ଯଦି ଏହି କମ୍ପାନୀଗୁଡ଼ିକ ଏଥିରେ ସାମିଲ ହୁଅନ୍ତି, ତେବେ ସେମାନେ ଏକ ବଡ଼ ଲାଭ ପାଇପାରିବେ।
ଫିନଟେକ୍ କମ୍ପାନୀ
ଫିନଟେକ୍ କମ୍ପାନୀଗୁଡ଼ିକ ଭାରତୀୟ ପୁରୁଷ କ୍ରିକେଟ ଦଳକୁ ପ୍ରାୟୋଜକ କରିବା ପାଇଁ ମଧ୍ୟ ଆଗକୁ ଆସିପାରିବେ। ଭାରତରେ ଷ୍ଟକ୍ ବଜାରରେ ନିବେଶ ନିରନ୍ତର ବୃଦ୍ଧି ପାଉଛି, ଯାହାକୁ ଦୃଷ୍ଟିରେ ରଖି ଫିନଟେକ୍ କମ୍ପାନୀଗୁଡ଼ିକ ପ୍ରାୟୋଜକଙ୍କ ଦୌଡ଼ରେ ଆଗକୁ ଆସିପାରିବେ। Zerodha, Angel One, Groww ଭଳି କମ୍ପାନୀଗୁଡ଼ିକ ନିରନ୍ତର ଆଗକୁ ବଢ଼ୁଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରୁ କିଛି IPL ସହିତ ପ୍ରାୟୋଜକ ଭାବରେ ଜଡିତ ଅଛନ୍ତି। ତେଣୁ ଏମାନଙ୍କ ମଧ୍ୟରୁ କିଛି କମ୍ପାନୀ ମଧ୍ୟ ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ଭାବରେ ଆଗକୁ ଆସିପାରନ୍ତି ।
ଏହା ବ୍ୟତୀତ, ଆହୁରି ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ ପ୍ରାୟୋଜକ ଭାବରେ ସେମାନଙ୍କର ଦାବି ଉପସ୍ଥାପନ କରିପାରିନ୍ତି । ଯେଉଁଥିରେ ମହିନ୍ଦ୍ରା କିମ୍ବା ଟୟୋଟା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେ କ୍ରୀଡାକୁ ନେଇ ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ସେହିପରି ଆଦାନୀ ଗ୍ରୁପ୍ ମଧ୍ୟ ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ଭାବରେ ଆଗକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି ।
ଏପରି ପରିସ୍ଥିତିରେ, ଆଗାମୀ ସମୟରେ କେଉଁ କମ୍ପାନୀଗୁଡ଼ିକ BCCI ସମ୍ମୁଖରେ ଭାରତୀୟ କ୍ରିକେଟ ଦଳକୁ ପ୍ରାୟୋଜକ କରିବା ପାଇଁ ସେମାନଙ୍କର ଦାବି ଉପସ୍ଥାପନ କରନ୍ତି ତାହା ଦେଖିବାର ବିଷୟ ।