Videos
|
Sports

Asia Cup Trophy Controversy / ଟ୍ରଫିକୁ ନେଇ ପୁଣି ଆରମ୍ଭ ହେବ ବଡ଼ ବିବାଦ ? ଭାରତ ଏସିଆ କପ୍‌ ଜିତିଲେ କିଏ ଦେବେ ଟ୍ରଫି ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟ୍ରଫିକୁ ନେଇ ପୁଣି ଆରମ୍ଭ ହେବ ବଡ଼ ବିବାଦ ? ଭାରତ ଏସିଆ କପ୍‌ ଜିତିଲେ କିଏ ଦେବେ ଟ୍ରଫି ?
Asia Cup Trophy Controversy

Key Points

ଏକ ବର୍ଷ ପରେ ପୁଣି ଟ୍ରଫି ବିବାଦ !
BCCI ଓ ନକଭିଙ୍କ ମଧ୍ୟରେ ହେବ କି ଟକ୍କର ?
ପୁଣି ଟ୍ରଫିକୁ ନେଇ ବଢ଼ିଲା ଟେନ୍‌ସନ୍‌
ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଏବେ କେବଳ ରାଜନୀତି କିମ୍ବା ସୀମାରେ ସୀମିତ ନାହିଁ, ଏହାର ପ୍ରଭାବ କ୍ରିକେଟ୍‌ ମଇଦାନରେ ମଧ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ୨୦୨୫ ଏସିଆ କପ୍‌ର ଟ୍ରଫି ବିବାଦ ଏବେ ବି ମନରୁ ଲିଭିନି । ଆଉ ଏବେ ୨୦୨୬ ମହିଳା ଏସିଆ କପ୍‌ ପୂର୍ବରୁ ପୁଣି ଉଠିଲାଣି ସେହି ପୁରୁଣା ପ୍ରଶ୍ନ—ଯଦି ଭାରତ ଚାମ୍ପିୟନ୍‌ ହୁଏ, ତେବେ ଟ୍ରଫି ଦେବେ କିଏ ? ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ର ପାକିସ୍ତାନୀ ଅଧ୍ୟକ୍ଷ ମୋହସିନ୍‌ ନକଭି ଯଦି ଟ୍ରଫି ଦେବାକୁ ଆସନ୍ତି, ତେବେ ଟିମ୍‌ ଇଣ୍ଡିଆ କ’ଣ କରିବ ? ଗତବର୍ଷର ବିବାଦ ପୁଣି ଦୋହରାଯିବ କି ?

୨୮ ଅଗଷ୍ଟରୁ UAEରେ ଆରମ୍ଭ ହେବ ମହିଳା ଏସିଆ କପ୍‌ । ଏଥିରେ ୮ଟି ଦଳ ଭାଗ ନେଉଥିବାବେଳେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ମୁଖ୍ୟ ଲଢ଼େଇ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତକୁ ଟାଇଟଲ୍‌ର ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଛି ।

କିନ୍ତୁ ଭାରତ ଯଦି ଫାଇନାଲ୍‌ ଜିତି ଚାମ୍ପିୟନ୍‌ ହୁଏ, ତେବେ ଆସିପାରେ ସବୁଠାରୁ ବଡ଼ ପ୍ରଶ୍ନ । ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ACC)ର ଅଧ୍ୟକ୍ଷ ମୋହସିନ୍‌ ନକଭି ଯଦି ପୁଣି ଟ୍ରଫି ଦେବାକୁ ଆସନ୍ତି, ତେବେ ଟିମ୍‌ ଇଣ୍ଡିଆ କ’ଣ କରିବ ? ଗତବର୍ଷ ପୁରୁଷ ଏସିଆ କପ୍‌ ଫାଇନାଲ୍‌ ପରେ ଯାହା ଘଟିଥିଲା, ତାହା ପୁଣି ଦୋହରାଯିବ କି ?

୨୦୨୫ରେ ହୋଇଥିଲା ବଡ଼ ବିବାଦ

୨୦୨୫ର ପୁରୁଷ ଏସିଆ କପ୍‌ରେ ଭାରତ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଚାମ୍ପିୟନ୍‌ ହୋଇଥିଲା । କିନ୍ତୁ ଟ୍ରଫି ପ୍ରଦାନ ସମାରୋହରେ ବିବାଦ ସୃଷ୍ଟି ହୋଇଥିଲା । ଭାରତୀୟ ଦଳ ACC ଅଧ୍ୟକ୍ଷ ମୋହସିନ୍‌ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଥିଲା। ଫଳରେ ଭାରତ ଟ୍ରଫି ବିନା ହିଁ ବିଜୟ ଉତ୍ସବ ପାଳନ କରିଥିଲା ।
ପରେ ଟ୍ରଫିକୁ ନେଇ ମଧ୍ୟ ବିବାଦ ଆହୁରି ବଢ଼ିଥିଲା । ନକଭି ଟ୍ରଫି ନେଇ ଚାଲିଯାଇଥିବା ଖବର ସାମ୍ନାକୁ ଆସିଥିଲା ଏବଂ ପରବର୍ତ୍ତୀ ରିପୋର୍ଟ ଅନୁସାରେ ଟ୍ରଫିକୁ ACCର ଦୁବାଇ କାର୍ଯ୍ୟାଳୟରେ ରଖାଯାଇଥିଲା ।

ଏହି ଘଟଣା ପରେ ଏବେ ମହିଳା ଏସିଆ କପ୍‌ ପୂର୍ବରୁ ଚର୍ଚ୍ଚା ଜୋର ଧରିଛି । ଯଦି ଭାରତ ପୁଣି ଫାଇନାଲ୍‌ରେ ପହଞ୍ଚି ଟ୍ରଫି ଜିତେ, ତେବେ ଏଥର ଟ୍ରଫି ପ୍ରଦାନ ସମାରୋହ କେମିତି ହେବ ? ୨୦୨୫ର ବିବାଦ ପରେ ଏଥର ACC ଓ BCCI ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ କୌଣସି ନୂଆ ବ୍ୟବସ୍ଥା କରିବେ କି ନାହିଁ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ୨୮ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ୍‌ କେବଳ କ୍ରିକେଟ୍‌ ପାଇଁ ନୁହେଁ, ଟ୍ରଫି ପ୍ରଦାନ ସମାରୋହକୁ ନେଇ ମଧ୍ୟ ନଜରରେ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: