Videos
|
Sports

Barabati Stadium Records / ଆଜିର ମ୍ୟାଚ କିଏ ଜିତିବ: ଇଣ୍ଡିଆ ଟିମକୁ ନେଇ କଣ କହୁଛି ବାରବାଟୀ ଇତିହାସ?

Ritu Das
Browse all articles by Ritu Das
·9 months ago·2 min read
ଆଜିର ମ୍ୟାଚ କିଏ ଜିତିବ: ଇଣ୍ଡିଆ ଟିମକୁ ନେଇ କଣ କହୁଛି ବାରବାଟୀ ଇତିହାସ?
India Team

Key Points

ଟିମ୍ ଇଣ୍ଡିଆ ବାରବାଟୀରେ ମୋଟ ୧୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ସେଥିମଧ୍ୟରୁ ୧୪ଟି ମ୍ୟାଚ୍‌ ଜିତିଛି । ସେହିଭଳି ୪ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ଦଳ।
ପାଖାପାଖି ୧୦ ମାସ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଐତିହାସିକ ଲଢେଇ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲା ଖେଳାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।
ତେବେ ବାରବାଟୀ ରେକର୍ଡ ବିଷୟରେ ଆପଣ ଜାଣିଛନ୍ତି କି? କେତେ ଥର ଐତିହାସିକ ବାରବାଟୀରେ ଖେଳିଛି ଟିମ୍ ଇଣ୍ଡିଆ? କେତେ ଥର ଜିତିଛି? ତେବେ ଆସନ୍ତୁ ଜାଣିବା ..

ଏହାସହ ପଢ଼ନ୍ତୁ: ବିଶ୍ଵ ରେକର୍ଡ ଟାର୍ଗେଟ୍‌ରେ ଅଭିଷେକ ଶର୍ମା....

ଟିମ୍ ଇଣ୍ଡିଆ ବାରବାଟୀରେ ମୋଟ ୧୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ସେଥିମଧ୍ୟରୁ ୧୪ଟି ମ୍ୟାଚ୍‌ ଜିତିଛି । ସେହିଭଳି ୪ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ଦଳ। ସେହିଭଳି ବାରବାଟୀରେ ଭାରତର ଟେଷ୍ଟ ରେକର୍ଡ କଥା କହିବାକୁ ଗଲେ, ଏଠାରେ ଦୁଇଟି ମ୍ୟାଚ୍‌ ଖେଳିଛି ଦଳ। ଯେଉଁଥିରେ ଗୋଟିଏ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏ ଡ୍ର ଭାବେ ଶେଷ ହୋଇଥିଲା ।

ସୂଚନାମୁତାବକ ୧୯୮୨ ମସିହାରେ ଏଠାରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ୫ଓ୍ବିକେଟରେ ଜିତିଥିଲା। ସେହିଭଳି ୧୯୮୪, ୧୯୯୪, ୧୯୯୬, ୧୯୯୮, ୨୦୦୦, ୨୦୦୭, ୨୦୦୮, ୨୦୦୯, ୨୦୧୧, ୨୦୧୪, ୨୦୧୭, ୨୦୧୯ ଏବଂ ୨୦୨୫ରେ ବାରବଟୀରେ ଦିନିକିଆ ମ୍ୟାଚ୍‌ ଜିତିଥିଲା ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ପଶ୍ଚିମାଝଡ଼ ସୁହାଇବା ନା କାକର ଯୋଗୁଁ ପ୍ରଭାବିତ ହେବ ଭାରତ-ଦକ୍ଷିଣ ଆଫ୍ରିକା T20

ବାରବାଟୀରେ ଟେଷ୍ଟ ରେକର୍ଡ କଥା କହିବାକୁ ଗଲେ, ଟିମ୍ ଇଣ୍ଡିଆ ୧୯୮୭ ମସିହାରେ ଏଠାରେ ପ୍ରଥମ ମ୍ୟାଚ ଖେଳି ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୬୭ ରନ୍‌ରେ ହରାଇ ବଡ଼ ବିଜୟ ହାସଲ କରିଥିଲା । ପରେ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଡ୍ର ଭାବେ ଶେଷ ହୋଇଥିଲା ।
ସେହିଭଳି ବାରବାଟୀରେ ମୋଟ ୩ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛି ଭାରତ । ଯେଉଁଥିରେ ଗୋଟିଏ ଜିତିଥିବା ବେଳେ ଆଉ ଦୁଇଟି ମ୍ୟାଚ୍ ହାରିଛି । ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ ଓ୍ବିକେଟରେ ହାରିଥିଲା ଭାରତ । ପରେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୯୩ ରନରେ ଜିତିଥିଲା । ସେହିଭଳି ୨୦୨୨ରେ ଦକ୍ଷିଣ ଆଫ୍ରିକା ଠାରୁ ୪ ଓ୍ବିକେଟରେ ହାରିଥିଲା ।

ସୂଚନାମୁତାବକ ମ୍ୟାଚ ପାଇଁ ପୁରା ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ । ଆଜି ସନ୍ଧ୍ୟା ୬ଟା ୩୦ରେ ଟସ୍‌ ପଡ଼ିବ ଏବଂ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ। ପ୍ରଥମଥର ସୂର୍ଯ୍ୟଙ୍କ ନେତୃତ୍ବରେ ଭାରତୀୟ ଟିମ କଣ କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Who Will Win Today’s Match? What Barabati History Says | Argus News