Sourav Ganguly / ଥାନାକୁ ଗଲେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ? ଅଭିଯୋଗ ଆଣିଲେ...
·9 months ago·2 min read

Key Points
କାହିଁକି ଥାନାକୁ ଯିବାକୁ ବାଧ୍ୟ ହେଲେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ?
ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ
ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ
ଭାରତର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଥାନାର ଦ୍ବାରସ୍ଥ ହୋଇଛନ୍ତି । ହେଲେ କାହିଁକି, କଣ ହୋଇଛି ଏବଂ କାହା ବିଷୟରେ ଅଭିଯୋଗ ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୌରଭଙ୍କ ପତ୍ନୀ ବୋଲି ଚର୍ଚ୍ଚା ଜୋର ଧରିଛି। କୋଲକାତାର ଜଣେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ନିକଟରେ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ନୃତ୍ୟ କରିଥିଲେ । ଏହାକୁ ନେଇ ଫେସବୁକରେ ତାଙ୍କୁ କେହି ଦୁର୍ବୃତ୍ତ ଅଶ୍ଲୀଳ କମେଣ୍ଟ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ୟୁଜରଙ୍ ବିରୋଧରେ ବଡି ସେମିଂ ଏବଂ ଅଶାଳୀନ ମନ୍ତବ୍ୟ ଦେଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ଡୋନା ଗାଙ୍ଗୁଲି ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ଗତ ୪୫ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ସାରା ବିଶ୍ୱରେ ଭାରତୀୟ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କୁ ଏକ ଫେସବୁକ୍ ପୃଷ୍ଠାରେ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ଏହା ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଛି। ଏହି ପୋଷ୍ଟଗୁଡ଼ିକୁ ତାଙ୍କୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ସେୟାର କରାଯାଇଛି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।୨୦୨୧ ମସିହାରେ ଡୋନା ଗାଙ୍ଗୁଲିଙ୍କ ସହିତ ସମାନ ଘଟଣା ଘଟିଥିଲା। ଚାରି ବର୍ଷ ପୂର୍ବରୁ ସେ ତାଙ୍କ ନାମରେ ଏକ ନକଲି ଫେସବୁକ୍ ପେଜ୍ ଖୋଲାଯାଇଛି ବୋଲି ରିପୋର୍ଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ସୌରଭ ଗାଙ୍ଗୁଲି, ଝିଅ ଏବଂ ତାଙ୍କର ଫଟୋ ବିନା ଅନୁମତିରେ ନକଲି ପେଜରେ ସେୟାର କରାଯାଇଥିଲା।
ଏଥିସହ ପଢ଼ନ୍ତୁ: ଋତୁରାଜ ନା ଜୟସ୍ବାଲ...ଦିନିକିଆ ସିରିଜ୍ରେ ରୋହିତଙ୍କ ସହ କିଏ କରିବ ଓପନିଂ ?
ଡୋନା ଗାଙ୍ଗୁଲି ପୋଲିସକୁ ଫେସବୁକ୍ ପୃଷ୍ଠାର ଏକ ସ୍କ୍ରିନସଟ୍ ଏବଂ ଏହା ସହିତ ଲିଙ୍କ୍ ହୋଇଥିବା ଏକ ମୋବାଇଲ୍ ନମ୍ବର ପ୍ରଦାନ କରିଛନ୍ତି। ପୋଲିସ ଅଜ୍ଞାତ ୟୁଜରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାଇବର ଟିମକୁ ଆଲର୍ଟ କରାଯାଇଛି। ଏହି ବର୍ଷ, ଡୋନା ଗାଙ୍ଗୁଲି କୋଲକାତା ପୋଲିସର ସାଇବର ସେଲରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ । ଯେଉଁଥିରେ ଜଣେ ମହିଳା ୟୁଟ୍ୟୁବର ସୋସିଆଲ ମିଡିଆରେ ତାଙ୍କର ଏବଂ ତାଙ୍କ ପରିବାରର ଛବିକୁ ଖରାପ କଲା ଭଳି ପୋଷ୍ଟ କରିଥିବା ନେଇ ସେ ଦାବି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ସବୁଠି ସମାଲୋଚନା ଆରମ୍ଭ ହୋଇଥିଲା । ଏହାରି ଭିତରେ ମୁହଁ ଖୋଲିଥିଲେ ପୂର୍ବତନ ଭାରତୀୟ ଅଧିନାୟକ । କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ ସଭାପତି ସୌରଭ ଗାଙ୍ଗୁଲି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଦୃଢ଼ ସମର୍ଥନ କରିଥିଲେ । ଏହି ପରାଜୟ ଭାରତର ପ୍ରସ୍ତୁତି ଓ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି । ତେବେ ଗାଙ୍ଗୁଲି କହିଥିଲେ ଯେ, ଗମ୍ଭୀରଙ୍କୁ ହଟାଇବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories