Rohit Sharma Opening Partner / ଋତୁରାଜ ନା ଜୟସ୍ବାଲ...ଦିନିକିଆ ସିରିଜ୍ରେ ରୋହିତଙ୍କ ସହ କିଏ କରିବ ଓପନିଂ ?
·7 months ago·2 min read

Key Points
ନଭେମ୍ବର ୩୦ରୁ ଆରମ୍ଭ ଦିନିକିଆ ସିରିଜ୍
ରୋହିତଙ୍କ ସହ କିଏ କରିବ ଓପନିଂ ?
ରେସ୍ରେ ଆଗରେ ଗାଏକ୍ବାଡ୍
ରୋହିତଙ୍କ ସହ କିଏ କରିବ ଓପନିଂ ?
ରେସ୍ରେ ଆଗରେ ଗାଏକ୍ବାଡ୍
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍କୁ ୨-୦ ରେ ହାରିଲା ଭାରତ । ଟେଷ୍ଟ ମ୍ୟାଚ୍ ପରେ ଏବେ ଦୁଇ ଦେଶ ମଧ୍ୟ ଦିନିକିଆ ଓ ଟି-୨୦ ସିରିଜ୍ରେ ମୁହାଁମୁହିଁ ହେବେ । ନଭେମ୍ବର ୩୦ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ତେବେ ଦିନିକିଆ ସିରିଜ୍ ପରେ ଡିସେମ୍ବର ୯ରୁ ଟି-୨୦ ସିରିଜ୍ ଆରମ୍ଭ ହେବ ।
ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ କିଛି ଟା ପରିବର୍ତ୍ତନ ହୋଇଛି । ଅଧିନାୟକ ଶୁବମନ ଗିଲ୍ ଆହାତ ଯୋଗୁଁ ଦଳରୁ ବାହାରେ ଅଛନ୍ତି । ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଇବେ । ତେବେ ଗିଲ୍ଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କୁ ଦିନିକିଆ ସିରିଜରେ ନୂଆ ଓପନିଂ ପାର୍ଟନର ମିଳିବ ।
ଭାରତୀୟ ଦଳରେ ଯଶସ୍ୱୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡଙ୍କ ଭାବରେ ଦୁଇ ଜଣ ବିକଳ୍ପ ରହିଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବା କଷ୍ଟକର । କେଏଲ ରାହୁଲ ପୂର୍ବରୁ ଇନିଂସ ଓପନ କରିଛନ୍ତି । କିନ୍ତୁ ଦୀର୍ଘ ସମୟ ଧରି ସେ ଏକଦିବସୀୟ ମ୍ୟାଚରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରୁଛନ୍ତି । ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜରେ ମଧ୍ୟକ୍ରମରେ ଖେଳିବାର ସମ୍ଭାବନା ରହିଛି ।
ଯଶସ୍ୱୀ ଜୟସ୍ବାଲ ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେହି ମ୍ୟାଚ୍ ୨୦୨୫ ଫେବୃଆରୀରେ ନାଗପୁରରେ ଇଂଲଣ୍ଡ ବିପକ୍ଷରେ ହୋଇଥିଲା, ଯେଉଁଥିରେ ସେ ୧୫ ରନ୍ କରିଥିଲେ । କିଛି ସିରିଜ୍ରେ ସେ ଦଳର ବ୍ୟାକଅପ୍ ଓପନର୍ ଭାବେ ରହିଥିଲେ । କିନ୍ତୁ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ।
ଅନ୍ୟପକ୍ଷରେ, ଋତୁରାଜ ଗାଏକ୍ବାଡ ଛଅଟି ଦିନିକିଆ ଖେଳିଛନ୍ତି । ସେଥିମଧ୍ୟରୁ ୪ଟିରେ ଓପନିଂ କରିଛନ୍ତି। ଋତୁରାଜ ୧୯.୧୬ ହାରରେ ଗୋଟିଏ ଅର୍ଦ୍ଧଶତକ ବଳରେ ୧୧୫ ରନ୍ କରିଛନ୍ତି । ଋତୁରାଜ କେବଳ ଯଶସ୍ୱୀଙ୍କଠାରୁ ଅଧିକ ଅଭିଜ୍ଞ ନୁହଁନ୍ତି ବରଂ ତାଙ୍କର ଲିଷ୍ଟ 'ଏ' ପ୍ରଦର୍ଶନ ମଧ୍ୟ ଭଲ ।
ଋତୁରାଜ ଗାଏକ୍ବାଡ ୮୯ ଲିଷ୍ଟ 'ଏ' ମ୍ୟାଚ୍ରେ ୫୭.୩୯ ହାରରେ ୪୫୩୪ ରନ୍ କରିଛନ୍ତି । ଯେଉଁଥିରେ ୧୭ଟି ଶତକ ଏବଂ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ନିକଟରେ ଦକ୍ଷିଣ ଆଫ୍ରିକା A ବିପକ୍ଷରେ ଅନୌପଚାରିକ ODI ସିରିଜରେ ଋତୁରାଜଙ୍କ ପ୍ରଦର୍ଶନ ଚମତ୍କାର ଥିଲା । ଭାରତ A ପାଇଁ ଓପନିଂ କରି ସେ ୧୧୭, ୬୮* ଏବଂ ୨୫ ରନ କରିଥିଲେ । ସେହିପରି ଯଶସ୍ବୀ ଜୟସ୍ବାଲ ୩୩ଟି ଲିଷ୍ଟ A ମ୍ୟାଚ୍ରେ ୫୨.୬୨ ହାରରେ ୧୫୨୬ ରନ କରିଛନ୍ତି ।
ଋତୁରାଜ ଗାଏକ୍ବାଡଙ୍କ ଦମଦାର ଫର୍ମ ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି । କିନ୍ତୁ ଯଦି ଟିମ୍ ମ୍ୟାନେଜମେଣ୍ଟ ବାମ-ଡାହାଣ କମ୍ବିନେଶନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନିଏ ତେବେ ଯଶସ୍ୱୀ ଜୟସ୍ୱାଲଙ୍କୁ କେବଳ ସୁଯୋଗ ମିଳିବ ।
ଦକ୍ଷିଣ ଆଫ୍ରିକା ଦିନିକିଆ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା, ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ
ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ - ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିଆ - ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ - ଡିସେମ୍ବର ୬, ବିଶାଖାପାଟଣା

ଅଧିକ ପଢ଼ନ୍ତୁ: କେବେ ହେବ ସ୍ମୃତି ମନ୍ଧାନାଙ୍କ ବିବାହ ? ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories