Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

Sports

ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

ଅର୍ଗସ ବ୍ୟୁରୋ : ଭାରତ-ପାକିସ୍ତାନ ଟି୨୦ ମ୍ୟାଚର ଟିକେଟ ମୂଲ୍ୟ ପାଖାପାଖି ୨ କୋଟି । ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀଙ୍କ ଉତ୍ସାହ କାରଣରୁ ରେକର୍ଡ ଛୁଇଁଛି ଟିକେଟ ମୂଲ୍ୟ । ଟି୨୦ ବିଶ୍ୱକପ ୨୦୨୪ରେ ଭାରତ-ପାକିସ୍ତାନ ମ୍ୟାଚ ଜୁନ ୯ରେ ନ୍ୟୁୟର୍କରେ ହେବାକୁ ଯାଉଛି । 

ଏହି ମ୍ୟାଚର ଟିକେଟ ମୂଲ୍ୟ କେତେକ ନିର୍ଦ୍ଦିଷ୍ଟ ସାଇଟରେ ଆକାଶ ଛୁଆଁହୋଇଛି । ସିଟ୍ ଗିକରେ ଟିକେଟ ମୂଲ୍ୟ ୧.୪ କୋଟିରେ ପହଞ୍ଚିଛି । ଏଥିରେ ପ୍ଲାଟଫର୍ମ ଟିକେଟ ଓ ଅତିରିକ୍ତ ଫିସ ଯୋଡିଲେ ଟିକେଟ ମୂଲ୍ୟ ୧.୮୬ କୋଟିରେ ପହଞ୍ଚିଛି । ଅଫିସିଆଲ ବିନା ଟ୍ୟାକ୍ସରେ ପ୍ରିମିୟମ ସିଟର ମୂଲ୍ୟ ୩୩ ହଜାର ୧୪୮ ଟଙ୍କା ହେଉଛି । ମାତ୍ର ରିସେଲ ସାଇଟରେ ଏହାର ମୂଲ୍ୟ ୪୦ରୁ ୫୦ ହଜାର ଡଲାର ଛୁଇଁଛି । 

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନବିଏ ଓ ସୁପରବାଓଲ ଟିକେଟଠାରୁ ଏହା ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଟିକେଟ ମୂଲ୍ୟ ନେଇ ଏଯାଏ ଆଇସିସି ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ । ଭାରତୀୟ ଟିମ ଗ୍ରୁପ ଏରେ ପାକିସ୍ତାନ ସହ ସ୍ଥାନ ପାଇଛି ।  ଟି୨୦ ବିଶ୍ୱକପରେ ଉଭୟ ଟିମ ମଧ୍ୟରେ ୭ଟି ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୬ ଏବଂ ପାକିସ୍ତାନ ଗୋଟିଏରେ ବିଜୟୀ ହୋଇଛି ।

Sponsored
Why India vs Pakistan ticket prices skyrocketed? | Argus News