cricket rivalry / ପାକିସ୍ତାନୀ ବୋଲରଙ୍କୁ ମାଡ଼ ମାରିବା ପଛରେ କଣ ରହିଛି କାରଣ?

Key Points
ଏସିଆକପ ପରେ ରାତାରାତି ଷ୍ଟାର ପାଲଟିଗଲେ ଇଣ୍ଡିଆଟିମର ହ୍ୟାଣ୍ଡସମ ମୁଣ୍ଡା ଅଭିଷେକ ଶର୍ମା। କୋହଲିଙ୍କ ପରେ ଶର୍ମାଜୀଙ୍କ aura ଲାଜବାବ।
ଏସିଆକପ ପରେ ରାତାରାତି ଷ୍ଟାର ପାଲଟିଗଲେ ଇଣ୍ଡିଆଟିମର ହ୍ୟାଣ୍ଡସମ ମୁଣ୍ଡା ଅଭିଷେକ ଶର୍ମା। କୋହଲିଙ୍କ ପରେ ଶର୍ମାଜୀଙ୍କ aura ଲାଜବାବ। ଇନଷ୍ଟାରେ ଅଭିଷେକ ଯେମିତି ପୁରା ମାର୍କେଟ ନେଇଛନ୍ତି। ଏସିଆ କପ ୨୦୨୫ ଟିମ ଇଣ୍ଡିଆ ପାଇଁ ଜବରଦସ୍ତ ଥିଲା। ଆଉ ଏହି ସିରିଜରେ ସବୁଠୁ ଧମାକେଦାର ପ୍ରଦର୍ଶନ ଥିଲା ଅଭିଷେକ ଶର୍ମାଙ୍କର। ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ହେଉଛନ୍ତି ଅଭିଷେକ ଆଉ ଷ୍ଟ୍ରାଇକ ରେଟ ୨୦୦ରେ ବ୍ୟାଟିଂ କରି ଫ୍ୟାନ୍ସଙ୍କ ହୃଦୟ କିଣିନେଇଛନ୍ତି।
ପାକିସ୍ତାନ ବିପକ୍ଷରେ ଅଭିଷେକ ଧୂଆଁଧାର ପାଳି ଖେଳିଥିଲେ। ସେପ୍ଟେମ୍ବର ୧୪ ତାରିଖରେ ଗ୍ରୁପ ଷ୍ଟେଜ ମ୍ୟାଚରେ ପାକିସ୍ତାନ ବିରୋଧରେ ୧୩ ବଲରେ ୩୧ ରନ କରିଥିଲେ। ସୁପର ୪ ମ୍ୟାଚରେ ଅଭିଷେକ ୩୯ ବଲରେ ୭୪ ରନର ଧୂଆଁଧାର ପାଳି ଖେଳିଥିଲେ। ପାକିସ୍ତାନ ବୋଲରଙ୍କୁ ଛକା ଚୌକା ମାରି ସେମାନଙ୍କ ମୁହଁ ବନ୍ଦ କରିଦେଇଥିଲେ।
📱 Get Argus News App
✨ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ
ତେବେ ଅଭିଷେକ ଶର୍ମା ଆଇସିସି ରାଙ୍କିଙ୍ଗରେ ଏକ ନୂତନ ରେକର୍ଡ କରିଛନ୍ତି। ସେ ଏସିଆ କପରେ ସାତଟି ମ୍ୟାଚରେ ୩୧୪ ରନ କରିଥିଲେ, ଯାହା ତାଙ୍କ ରାଙ୍କିଙ୍ଗକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଛି। ଅଭିଷେକ ଏବେ ଟି୨୦ ବ୍ୟାଟିଂ ରାଙ୍କିଙ୍ଗ ଇତିହାସରେ ସର୍ବାଧିକ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଅଭିଷେକଙ୍କ ପାଖରେ ବର୍ତ୍ତମାନ ୯୩୧ ରେଟିଂ ପଏଣ୍ଟ ଅଛି।
୮ ମାସରେ ଭାରତକୁ ଜିତାଇଥିଲେ ୨ଟି ICC ଟ୍ରଫି, କିନ୍ତୁ ହଠାତ ଛଡ଼ାଇନେଲେ ଅଧିନାୟକ ପଦ
ପୂର୍ବରୁ, ଟି୨୦ ବ୍ୟାଟିଂ ରାଙ୍କିଙ୍ଗରେ ସର୍ବାଧିକ ରେଟିଂ ପଏଣ୍ଟ ରେକର୍ଡ ଇଂଲଣ୍ଡର ଡେଭିଡ ମାଲାନଙ୍କ ପାଖରେ ଥିଲା, ଯିଏ ୯୧୯ ରେଟିଂ ପଏଣ୍ଟ ହାସଲ କରିଥିଲେ। ସେ ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସୂର୍ଯ୍ୟକୁମାର ଯାଦବ କ୍ୟାରିୟରର ସର୍ବୋଚ୍ଚ ୯୧୨ ରେଟିଂ ପଏଣ୍ଟ ହାସଲ କରିଥିଲେ, ଯେତେବେଳେ ବିରାଟ କୋହଲି ୯୦୯ ରେ ପହଞ୍ଚିଥିଲେ।
ଟି୨୦ ବ୍ୟାଟିଂ ରାଙ୍କିଙ୍ଗରେ ଅଭିଷେକ ଶର୍ମା ବିଶ୍ୱର ନମ୍ବର ୱାନ ବ୍ୟାଟସମ୍ୟାନ ରହିଛନ୍ତି। ଇଂଲଣ୍ଡର ଫିଲ ସଲ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯେତେବେଳେ ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୬୯ ରନ କରିଥିବା ତିଲକ ବର୍ମା ତୃତୀୟ ସ୍ଥାନରେ ଅଛନ୍ତି। ଜୋସ୍ ବଟଲର୍ ଚତୁର୍ଥ ସ୍ଥାନରେ ରହିଛନ୍ତି, ଯେତେବେଳେ ଶ୍ରୀଲଙ୍କାର ଓପନର୍ ପଥୁମ୍ ନିସାଙ୍କା ଦୁଇ ସ୍ଥାନ ଉପରକୁ ଉଠି ଶ୍ରେଷ୍ଠ ପାଞ୍ଚରେ ପ୍ରବେଶ କରିଛନ୍ତି। ତେବେ ଅଭିଷେକ Success ହେବା ପଛରେ କାହାର ହାତ ରହିଛି ଚାଲନ୍ତୁ ଜାଣିବ।
ଅଭିଷକଙ୍କ ଗୁରୁ ହେଉଛନ୍ତି ଭାରତ ଟିମର ଶ୍ରଷ୍ଠ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ତେବେ ଯୁବରାଜ ଅଭିଷେକଙ୍କ କୋଚ କେମିତି ହେଲେ ଆପଣ ଜାଣିଛନ୍ତି କି, ଅଭିଷେକ ଶର୍ମା ଏସିଆ କପ ଜିତିବାପରେ ଗୌରବ କପୁରଙ୍କ ଶୋ'ରେ ଏକ ସାକ୍ଷାତକାର ପାଇଁ ଆସିଥିଲେ। ଆଉ ସେହିଠାରେ ହିଁ ସେ କହିଥିଲେ କିପରି ଯୁବରାଜଙ୍କ ସହ ଟ୍ରେନିଂ ବେଳେ ତାଙ୍କୁ ସୁଯୋଗ ମିଳିଥିଲା। ଅଭିଷେକ କହିଛନ୍ତି ମୁଁ ବହୁତ lucky. କାରଣ ଲକଡାଉନ ବେଳେ ଆମ ଟ୍ରେନିଂ କ୍ୟାମ୍ପ ଯୁବି ପାଜିଙ୍କ ଜାଗା ନିକଟରେ ଥିଲା। ମୁଁ, ଶୁଭମନ, ପ୍ରଭସିମରନ ଏବଂ ଅନମୋଲପ୍ରିତ ସେହି ଟ୍ରେନିଂ କ୍ୟାମ୍ପକୁ ସୁବଦିନ ଯାଉଥିଲୁ। ଆଉ ସେ ଆସୁଥିଲେ। ମୋତେ ତାଙ୍କ ପ୍ରଶିକ୍ଷଣ ବହୁତ ଭଲ ଲାଗିଥିଲା। ପାଜି ବହୁତ ଟ୍ୟାଲେଣ୍ଟଡ। each and every technique ଯୁବ ଖେଳାଳିଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନ ମୁଁ ଫ୍ଲାଇଟରେ ଥିଲି ଆଉ ଯୁବି ପାଜିଙ୍କୁ ପଚାରିଥିଲି ମୋତେ ଆଉ କିଛି ଦିନ ଆପଣଙ୍କ ଟ୍ରେନିଂ ଦରକାର। ଆଉ ସେ ତୁରନ୍ତ ହଁ କହିଥିଲେ। ସେ ଟାଇମରେ ମୁଁ ସଂଘର୍ଷ କରୁଥିଲି। ମୋତେ ଯୁବି ପାଜିଙ୍କ କଥା ସେଦିନ ବହୁତ ଭଲ ଲାଗିଥିଲା। ତାଙ୍କ ସହ ମୋର Bond ପୁରା ଅଲଗା।
ଯୁବି ପାଜି କହିଥିଲେ, ମୁଁ ତୋତେ ଖେଳିବା ପାଇଁ ଖେଳ ଶିଖାଉନି। ଆଇପିଏଲ ଖେଳିବାକୁ ବି ଶିଖାଉନି। ମୁଁ ଚାହୁଁଛି ଭାରତକୁ ସବୁବେଳେ ଓ୍ବିନିଂ ମୋମେଣ୍ଟ ଆସୁ। ଆଉ ଭାରତ ସବୁବେଳେ ଚାମ୍ପିଅନ ହେଉ। ଆଉ ଏକଥା ମୋତେ ବେଶୀ ଭଲ ଲାଗିଥିଲା। ମୁଁ ପୂର୍ବରୁ କେବଳ ମ୍ୟାଚ କଥା ଭାବୁଥିଲି। ସବୁବେଳେ ଭାବୁଥିଲି ମୁଁ ସେତେ ଭଲ ଖେଳିପାରୁନି। ମୋ ସାଙ୍ଗମାନେ ସବୁ ବହୁତ ଆଗକୁ ପଳାଇଲେ। କିନ୍ତୁ ଯୁବି ପାଜି ମୋତେ ଗୋଟ ନୂଆ ଉତ୍ସାହ ଦେଲେ ଆଉ ମୋର ଲକ୍ଷ୍ୟ କଣ ମୁଁ ଜାଣିପାରିଲି। ଏହା ମୋ ପାଇଁ ସତରେ ଓ୍ବିନିଙ୍ଗ ମୋମେଣ୍ଟ ଥିଲା। ମୁଁ ମୋର ଶତ ପ୍ରତିଶତ ଦେଇ ନିଶ୍ଚିତ ମୋ ଗୁରୁଙ୍କ କଥା ରଖିବି। ଆଉ ଭାରତକୁ ଗର୍ବିତ କରାଇବି। ସେପଟେ ଯୁବରାଜ ମଧ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ ମୁଁ କ୍ରିକେଟ ଆଉ ଏବେ ଦେଖୁନି।
କିନ୍ତୁ ମୋ ପୁଅ ଅଭିଷେକ ପାଇଁ ଏବେ ଖେଳ ଦେଖୁଛି। ଯୁବରାଜଙ୍କ ସହ ଏକାଠି ଦୁବାଇରୁ ଚଣ୍ଡିଗଡ଼ ଫେରିବା ବେଳେ ନିଜ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଟ୍ରଫି ଧରି ତାଙ୍କ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଷେକ ଫ୍ୟାନ୍ସଙ୍କୁ ଏହାର ଝଲକ ଦେଖାଇଛନ୍ତି। ଫଟୋ ତଳେ ଏହାର କୌଣସି କ୍ୟାପସନ ଦରକାର ନାହିଁ ବୋଲି ମଜାଳିଆ ଢଙ୍ଗରେ ଲେଖିଛନ୍ତି। ଏସିଆକପର ଫାଇନାଲ ମ୍ୟାଚରେ ଅଭିଷେକ ଶ୍ରେଷ୍ଠ ଖେଳାଳି ଭାବେ ଏକ ବିଳାଶପୂର୍ଣ୍ଣ ହାଭଲ ଏଚ୍୯ ଏସ୍ୟୁଭି ଗାଡ଼ି ସହ ୧୫,୦୦୦ ଡଲାରର ପୁରସ୍କାର ପାଇଛନ୍ତି। ଚୀନର ଦି ଗ୍ରେଟ୍ ୱାଲ୍ ମୋଟର୍ସ ଦ୍ବାରା ନିର୍ମିତ ଏହି ଏସ୍ୟୁଭି ଭାରତ ଆସିପାରିଲେ ଯୁବିଙ୍କ ସହ ଲଙ୍ଗ ଡ୍ରାଇଭ୍ର ମଜା ନେବେ ବୋଲି ଅଭିଷେକ କହିଛନ୍ତି।
Related Topics
Explore more stories