Videos
|
Sports

Ishan Kishan Injury Update / ଦ୍ୱିତୀୟ T20ରୁ କାହିଁକି ବାଦ ପଡ଼ିଲେ ଇଶାନ କିଶନ ? BCCI ଦେଲା ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·29 mins ago·2 min read
ଦ୍ୱିତୀୟ T20ରୁ କାହିଁକି ବାଦ ପଡ଼ିଲେ ଇଶାନ କିଶନ ? BCCI ଦେଲା ବଡ଼ ଅପଡେଟ୍
Ishan Kishan Injury Update

Key Points

ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଦ୍ୱିତୀୟ T20 ଖେଳିବେନି ଇଶାନ
ଜାଣନ୍ତୁ ପୁଣି କେବେ ଦଳକୁ ଫେରିବେ ଇଶାନ ?
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇସାରିଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ । ଅକ୍ଟୋବର ୨୨ରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଥିଲା ଭାରତ । କିନ୍ତୁ ଟିମ୍ ଇଣ୍ଡିଆର ବଡ଼ ବିଜୟ ସତ୍ତ୍ବେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା ।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ଟି-୨୦ ପୂର୍ବରୁ ଏକ ଖରାପ ଖବର ମିଳିଛି । ଦଳର ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ ଆହତ ହୋଇ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଏନେଇ ଅଧିକାରିକ ସୂଚନା ଦିଆଯାଇଛି ।

ପ୍ରଥମ ଟି-୨୦ରେ ଆହତ ହେଲେ ଈଶାନ

BCCI ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଈଶାନ କିଶନଙ୍କ ଆହତ ସମ୍ପର୍କରେ ସୂଚନା ଦେଇଛି । ସିରିଜ୍‌ର ପ୍ରଥମ ଟି-୨୦ ମ୍ୟାଚ୍ ଖେଳୁଥିବା ସମୟରେ ଈଶାନଙ୍କ ଡାହାଣ ପାର୍ଶ୍ୱର ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଥିଲା । ଏହି କାରଣରୁ ସେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ।
ବର୍ତ୍ତମାନ BCCIର ମେଡିକାଲ୍ ଟିମ୍ ଈଶାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ସେ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ କି ନାହିଁ, ତାହା ତାଙ୍କ ଆଘାତର ସ୍ଥିତି ଓ ମେଡିକାଲ୍ ଟିମ୍‌ର ମୂଲ୍ୟାଙ୍କନ ଉପରେ ନିର୍ଭର କରିବ ।

ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଈଶାନ ?

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଈଶାନ କିଶନ ବଡ଼ ଇନିଂସ ଖେଳିପାରିନଥିଲେ । ସେ ମାତ୍ର ୩ଟି ବଲ୍‌ରୁ ୧ ରନ୍ କରି ଆଉଟ୍ ହୋଇଥିଲେ । ତଥାପି ତାଙ୍କ ବ୍ୟାଟିଂ କ୍ଷମତା ଓ ଆକ୍ରମଣାତ୍ମକ ଖେଳ ଶୈଳୀ ଭାରତୀୟ ଦଳ ପାଇଁ ଗୁରୁତ୍ୱ ବହନ କରେ ।



ପ୍ରଥମ ମ୍ୟାଚ୍‌ରେ ଭାରତ ୨୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ବିଜୟ ହାସଲ କରିଥିଲା । ଏବେ ଦ୍ୱିତୀୟ ମ୍ୟାଚ୍‌ରେ ଈଶାନଙ୍କ ଅନୁପସ୍ଥିତି ଦଳର ଯୋଜନାକୁ ପ୍ରଭାବିତ କରିପାରେ । ତେଣୁ ଭାରତୀୟ ଦଳ ଆଶା କରିବ ଯେ ସେ ଶୀଘ୍ର ସୁସ୍ଥ ହୋଇ ପୁଣି ଦଳକୁ ଫେରିବେ ।

ଶନିବାର ଖେଳାଯିବ ଦ୍ୱିତୀୟ ଟି-୨୦

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଶନିବାର ଖେଳାଯିବ । ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚସ୍ଥିତ ହାଗଲି ଓଭାଲ୍ ଷ୍ଟାଡିୟମ୍‌ରେ ଖେଳାଯିବ । ପ୍ରଥମ ଟି-୨୦ ମ୍ୟାଚ୍‌ ମଧ୍ୟ ଏହି ମଇଦାନରେ ଖେଳାଯାଇଥିଲା, ଯେଉଁଥିରେ ଉଭୟ ଦଳ ମିଶି ୪୫୦ରୁ ଅଧିକ ରନ୍ କରିଥିଲେ । ତେଣୁ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଏକ ହାଇ ସ୍କୋରିଂ ଲଢ଼େଇ ଦେଖିବାକୁ ମିଳିପାରେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: