Bumrah Rejects MI Offer / ମୁମ୍ବାଇର ବଡ଼ ଅଫରକୁ ପ୍ରତ୍ୟାଖ୍ୟାନ କଲେ ବୁମ୍ରାହ, କାହିଁକି ନେଲେ ଏମିତି ନିଷ୍ପତ୍ତି ?
·Published on: 28 Nov 2026, 18:04:58 IST·2 min read

Key Points
MIରେ ବଡ଼ ହଲଚଲ୍ !
ରୋହିତଙ୍କ ଡେପୁଟି ପଦ ମନା କଲେ ଜସପ୍ରୀତ
କିନ୍ତୁ କାହିଁକି କଲେ ମନା ?
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ରୋହିତ ଶର୍ମାଙ୍କ ଉପରେ ଭରସା ପ୍ରକାଶ କରିଛି । ୨୦୨୩ ପରେ ତାଙ୍କଠାରୁ ଅଧିନାୟକ ପଦ ଛଡ଼ାଇ ନିଆଯାଇଥିବା ବେଳେ ଏବେ ପୁଣି ତାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ସିଜନ ଖେଳିଥିଲା । ଏଥିମଧ୍ୟରୁ ୨ଟି ସିଜିନରେ ଦଳର ପ୍ରଦର୍ଶନ ନିରାଶାଜନକ ରହିଥିଲା । କେବଳ ଖରାପ ପ୍ରଦର୍ଶନ ନୁହେଁ, ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ସମୟରେ ଦଳର ଖେଳାଳିଙ୍କ ମଧ୍ୟରେ ଏକତା ନଥିବା ଏବଂ ଡ୍ରେସିଂ ରୁମ୍ରେ ବିବାଦ ଥିବା ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଥିଲା । ଏବେ ଫ୍ରାଞ୍ଚାଇଜି ପୁଣି ରୋହିତଙ୍କ ପାଖକୁ ଫେରିଛି ।
ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଳର ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରାହଙ୍କୁ ଉପ-ଅଧିନାୟକ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହି ପ୍ରସ୍ତାବକୁ ଭଦ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି ।
ଅକ୍ଟୋବରରେ ହିଁ ରୋହିତଙ୍କୁ ନେଇ ନିଷ୍ପତ୍ତି ନେଇଥିଲା ମୁମ୍ବାଇ
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନେଇ ଖବର ସ୍ପଷ୍ଟ ହେବା ପୂର୍ବରୁ ହିଁ ଫ୍ରାଞ୍ଚାଇଜି ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଥିଲା । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତି ନିଆଯାଇଥିବା ରିପୋର୍ଟରେ ଦାବି କରାଯାଇଛି ।
ଅଧିନାୟକ ବାଛିବା ସମୟରେ ଫ୍ରାଞ୍ଚାଇଜି ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ବିଚାରକୁ ନେଇନଥିଲା । ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏହାବ୍ୟତୀତ ଜସପ୍ରୀତ ବୁମ୍ରାହ କିମ୍ବା ତିଲକ ବର୍ମାଙ୍କ ନାମ ମଧ୍ୟ ଅଧିନାୟକ ପଦ ପାଇଁ ବିଚାର କରାଯାଇଥିଲା ।

ପଢନ୍ତୁ ଏହି ଖବର: MIର କ୍ୟାପଟେନ ହେବାପରେ ରୋହିତ କହିଲେ ବଡ଼ କଥା…”ମୁଁ ଏତେ ବଡ଼ ଦାୟିତ୍ବ ନେବାକୁ ପ୍ରସ୍ତୁତ ନଥିଲି”
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁମ୍ବାଇରେ ନାହାନ୍ତି କୌଣସି ସ୍ଥାୟୀ ଉପ-ଅଧିନାୟକ
ମୁମ୍ବାଇ ଇଣ୍ଡିଆନ୍ସରେ ବର୍ତ୍ତମାନ କୌଣସି ସ୍ଥାୟୀ ଉପ-ଅଧିନାୟକ ନାହାନ୍ତି। କିନ୍ତୁ ଅଧିନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ସମ୍ଭାଳିବା ପାଇଁ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିଛି । ପୂର୍ବ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବା ସମୟରେ ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମ୍ରାହ ପାଳିକରି ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।
ବୁମ୍ରାହ କାହିଁକି ମନା କଲେ ଉପ-ଅଧିନାୟକ ପଦ ?
ଜସପ୍ରୀତ ବୁମ୍ରାହ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ନିଜ ବୋଲିଂ ବଳରେ ସେ ଯେକୌଣସି ମ୍ୟାଚ୍ର ଗତିପଥ ବଦଳାଇବାର କ୍ଷମତା ରଖନ୍ତି। ୨୦୨୫ ମେଗା ଅକ୍ସନ୍ ପୂର୍ବରୁ ମୁମ୍ବାଇ ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିଥିଲା। ଅନ୍ୟପଟେ ହାର୍ଦ୍ଦିକ, ରୋହିତ ଏବଂ ସୂର୍ଯ୍ୟକୁମାର ଦଳ ସହ ରହିବା ପାଇଁ ନିଜ ଦରମାରେ କିଛି ହ୍ରାସ କରିଥିଲେ ।
ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସର ଶୀର୍ଷ ନେତୃତ୍ୱ ବୁମ୍ରାହଙ୍କୁ ଉପ-ଅଧିନାୟକ ହେବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବୁମ୍ରା ଏହାକୁ ବିନମ୍ରତାର ସହ ମନା କରିଦେଇଥିଲେ। ତେବେ ସେ କାହିଁକି ଏହି ଦାୟିତ୍ୱ ନେବାକୁ ଚାହିଁନଥିଲେ, ତାହାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇନାହିଁ ।
ପୂର୍ବ ସିଜନରେ ଅଧିନାୟକଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବା ପରେ ବୁମ୍ରାହ ଏକ ରୋଚକ କଥା କହିଥିଲେ। ସେ କହିଥିଲେ, “ମୁଁ କେବେ ଭାବିନଥିଲି ଯେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପୂର୍ବରୁ ମୁଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଯିବି ।”
ଏବେ ରୋହିତଙ୍କ ହାତରେ ପୁଣି ମୁମ୍ବାଇର ନେତୃତ୍ୱ ରହିଥିବା ବେଳେ ଆଗାମୀ ସିଜିନରେ ଦଳ କିପରି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

Related Topics
Explore more stories