Videos
|
Sports

KL Rahul Injury / ଦ୍ୱିତୀୟ ODIରେ କାହିଁକି ଖେଳୁନାହାନ୍ତି କେଏଲ୍‌ ରାହୁଲ? ସାମ୍ନାକୁ ଆସିଲା ବଡ଼ କାରଣ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଦ୍ୱିତୀୟ ODIରେ କାହିଁକି ଖେଳୁନାହାନ୍ତି କେଏଲ୍‌ ରାହୁଲ? ସାମ୍ନାକୁ ଆସିଲା ବଡ଼ କାରଣ
KL Rahul

Key Points

କାର୍ଡିଫ୍‌ ODIରୁ କେଏଲ୍‌ ରାହୁଲ ବାଦ୍‌
ଇଶାନ କିଶାନଙ୍କୁ ମିଳିଲା ସୁଯୋଗ
କାହିଁକି ଖେଳୁନାହାନ୍ତି କେଏଲ୍‌ ରାହୁଲ?
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଅସୁସ୍ଥତା କାରଣରୁ କେଏଲ୍ ରାହୁଲ ପ୍ଲେଇଂ ଏକାଦଶରୁ ବାଦ ପଡ଼ିଥିବା ବେଳେ, ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ମିଳିଛି ସୁଯୋଗ ।

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ କାର୍ଡିଫରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଅର୍ଥାତ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ତେବେ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି। ରାହୁଲ ପ୍ରଥମ ଦିନିକିଆ ଖେଳିଥିଲେ, ଯେଉଁଠାରେ ସେ ମାତ୍ର ଏକ ରନ୍ ପାଇଁ ଆଉଟ୍ ହୋଇଥିଲେ । ଟସ୍ ସମୟରେ ଅଧିନାୟକ ଶୁବମନ ଗିଲ୍ କହିଥିଲେ ଯେ ଅସୁସ୍ଥତା କାରଣରୁ ରାହୁଲ ଦ୍ବିତୀୟ ଦିନିକିଆ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଇଶାନ କିଷାନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯାଉଛି। ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ପର୍କରେ ଅଧିନାୟକ ଶୁବମନ ଗିଲ୍ କହିଛନ୍ତି, "ଆମ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । କେଏଲ ରାହୁଲ ଅସୁସ୍ଥ ଅଛନ୍ତି ଏବଂ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଇଶାନ କିଷାନଙ୍କୁ ସୁଯୋଗ ଦିଆଯାଇଛି ।"

ଭାରତର ପ୍ଲେଇଂ ଇଲେଭେନ: ରୋହିତ ଶର୍ମା, ଶୁବମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଇଶାନ କିଶାନ (ୱିକେଟକିପର), ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଗୁରନୁର ବ୍ରାର, ଜସପ୍ରିତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା

ଇଶାନ କିଷାନଙ୍କୁ ସୁଯୋଗ ମିଳିଛି

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ, ବିରାଟ କୋହଲି ଆଫଗାନିସ୍ତାନ ସିରିଜ୍‌ ଖେଳୁନଥିବାରୁ ଇଶାନଙ୍କୁ ନମ୍ବର ୩ରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା । ସେ ଲକ୍ଷ୍ନୌ ଦିନିକିଆରେ ୧୨୫ ରନ କରିଥିଲେ ।

ଜୁଲାଇ ୧୪ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସାମ୍ନାରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୫୮ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ସର୍ବାଧିକ ୭୬ ରନ୍‌ କରିଥିବା ବେଳେ ଲିଆମ୍‌ ଡସନ୍‌ ୬୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ ସର୍ବାଧିକ ୪ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ତେବେ ୨୫୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୪୫.୨ ଓଭର୍‌ରେ ୪ ୱିକେଟ୍ ହରାଇ ମ୍ୟାଚକୁ ନିଜ ନାମରେ କରିନେଇଥିଲା । ଭାରତ ପକ୍ଷରୁ ଅଧିନାୟକ ଶୁବମନ ଗିଲ୍‌ ସର୍ବାଧିକ ୮୦ ରନ୍ କରିଥିଲେ । ପ୍ରଥମ ଦିନିକିଆରେ ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ତେବେ ଆଜିର ମ୍ୟାଚ୍‌ରେ ବିଜୟ ଲାଭ କରି ସିରିଜ୍‌ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ଦଳ ଆଜିର ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Why Is KL Rahul Not Playing 2nd ODI vs England? Shubman Gill Reveals Reason | Argus News